Advertisment

FASTag: ସରକାର ଆଣିବେ ବର୍ଷିକିଆ ଫାସଟାଗ୍ ପେମେଣ୍ଟ ବ୍ୟବସ୍ଥା, ରହିବ ଅନଲିମିଟେଡ୍ ଟ୍ରାଭେଲ୍ ଅଫର୍ !

ସରକାର ଯେଉଁ ନୂଆ ବ୍ୟବସ୍ଥା କଥା ଚିନ୍ତା କରୁଛନ୍ତି, ସେଥିରେ ଟୋଲ୍ ପ୍ଲାଜାର ଆବଶ୍ୟକତା ପଡିବନି । ସେନସର ଭିତ୍ତିକ ଡିଜିଟାଲ୍ ଟୋଲ୍ କଲେକସନ୍ ହେବ । ଗାଡିକୁ ଆଉ କୌଣସି ଜାଗାରେ ରାସ୍ତାରେ ଅଟକିବାକୁ ପଡିବନି । ଜିପିଏସ୍ (GPS) ଓ ଅଟୋମେଟେଡ୍ ଭେଇକିଲ୍ ଟ୍ରାକିଂ ସିଷ୍ଟମ ଦ୍ୱାରା ଟୋଲ୍ କଟିଯିବ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
New Toll Policy

New Toll Policy

ଫାସଟାଗ୍ ନେଇ ଏକ ନୂଆ ପ୍ରସ୍ତାବ ଏବେ ସରକାରଙ୍କ ବିଚାରାଧୀନ ଅଛି । ଜଣେ ବ୍ୟକ୍ତି ଲାଇଫଟାଇମ୍ ଫାସଟାଗ କରିବା ନେଇ ଆଗରୁ ଥିବା ପ୍ରସ୍ତାବକୁ ସରକାର ସ୍ଥଗିତ ରଖିଛନ୍ତି । ଜଣେ ୩୦ ହଜାର ଟଙ୍କା ଦେଲେ ୧୫ ବର୍ଷ ପାଇଁ ଫାସଟାଗ୍ ଟେନସନ ରହିବ ନାହିଁ ବୋଲି ଆଗରୁ ପ୍ରସ୍ତାବ ଥିଲା । ଏହାକୁ ଲାଗୁ କରିବା ସପକ୍ଷରେ ସରକାର ନାହାନ୍ତି । କେନ୍ଦ୍ର ସରକାର ଏକ ନୂଆ ଟୋଲ୍ ନୀତି ଆଣିବାକୁ ଯାଉଛନ୍ତି । ହାଇୱେରେ ଯାତ୍ରାକୁ ଅଧିକ ସୁଗମ ଓ ସହଜ କରିବା ପାଇଁ ଏହି ନୂଆ ନୀତି ଉପରେ ସରକାର କାମ କରୁଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗାଡି ମାଲିକମାନଙ୍କୁ ଦୁଇଟି ଅପସନ୍ ଦିଆଯିବ । ପ୍ରଥମ ଅପସନ୍ ହେଉଛି, ବର୍ଷକୁ ଥରେ ୩ ହଜାର ଟଙ୍କା ଦେଲେ ଜଣେ ନ୍ୟାସନାଲ୍ ହାଇୱେ ଓ ଏକ୍ସପ୍ରେସୱେଜରେ ଅନଲିମିଟେଡ୍ ଟ୍ରାଭେଲ୍ କରିପାରିବେ । ଦ୍ୱିତୀୟ ଅପସନ୍ ହେଉଛି, ଯେଉଁମାନେ ବାର୍ଷିକ ଟୋଲ୍ ଦେବେ ନାହିଁ, ସେମାନେ ଫ୍ଲାଟ ଟୋଲ୍ ଦେବେ । ୧୦୦ କିଲୋମିଟର ଯାତ୍ରା ପାଇଁ ୫୦ ଟଙ୍କା ଦେବାକୁ ପଡିବ ।

Advertisment

କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ହାଇୱେଜ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନୂଆ ବ୍ୟବସ୍ଥା ଲାଗୁ ହେଲେ ଅଧିକ କିଛି ଖର୍ଚ୍ଚ କରିବାକୁ ପଡିବ ନାହିଁ । ବର୍ତ୍ତମାନ ଥିବା ଆନୁଷଙ୍ଗୀକ ଭିତ୍ତିଭୂମିରେ ହିଁ ଏହା କରାଯାଇପାରିବ । ଆଗରୁ ଲାଇଫଟାଇମ୍ ଫାସଟାଗ ବ୍ୟବସ୍ଥା ସରକାରଙ୍କ ବିଚାରାଧୀନ ଥିଲା । କିନ୍ତୁ ସରକାର ଲାଇଫଟାଇମ୍ ଫାସଟାଗ୍ ନକରି ବର୍ଷିକିଆ ଅନଲିମିଟେଡ୍ ଅଫର୍ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ।

ଅଧିକ ପଢ଼ନ୍ତୁ: ନିୟମରେ ହେବ ବଡ଼ ପରିବର୍ତ୍ତନ, ଏଣିକି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ବି ହୋଇପାରିବେ ପାଇଲଟ୍‌ !

Advertisment

ସରକାର ଯେଉଁ ନୂଆ ବ୍ୟବସ୍ଥା କଥା ଚିନ୍ତା କରୁଛନ୍ତି, ସେଥିରେ ଟୋଲ୍ ପ୍ଲାଜାର ଆବଶ୍ୟକତା ପଡିବନି । ସେନସର ଭିତ୍ତିକ ଡିଜିଟାଲ୍ ଟୋଲ୍ କଲେକସନ୍ ହେବ । ଗାଡିକୁ ଆଉ କୌଣସି ଜାଗାରେ ରାସ୍ତାରେ ଅଟକିବାକୁ ପଡିବନି । ଜିପିଏସ୍ (GPS) ଓ ଅଟୋମେଟେଡ୍ ଭେଇକିଲ୍ ଟ୍ରାକିଂ ସିଷ୍ଟମ ଦ୍ୱାରା ଟୋଲ୍ କଟିଯିବ ।

ଏହି ନୂଆ ବ୍ୟବସ୍ଥାରେ ଯେଉଁ କଣ୍ଟ୍ରାକ୍ଟର ଓ ଅପରେଟରମାନେ କ୍ଷତିଗ୍ରସ୍ତ ହେବେ ସେମାନଙ୍କୁ ଡିଜିଟାଲ୍ ଟୋଲ୍ ଡାଟା ଓ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଫର୍ମୁଲାରେ କ୍ଷତିପୂରଣ ଦିଆଯିବ ।

ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରାସ୍ତାରେ ଟ୍ରାଫିକ ଜାମ୍ କମିବ, ଯାତ୍ରା ସମୟ ବି କମିବ । ତେବେ ଫାସଟାଗ୍ ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟରେ ମିନିମମ୍ ବାଲାନ୍ସ ରଖିବାକୁ କୁହାଯିବ । ଯେମିତି କେହି ଟୋଲ୍ ବା ଫି ଫାଙ୍କି ପାରିବେନି ସେଥିପାଇଁ ବ୍ୟାଙ୍କ ଗୁଡିକୁ ମଧ୍ୟ ଅଧିକ କ୍ଷମତା ଦିଆଯିବ ।

ନିୟମିତ ଦୂରସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଖର୍ଚ୍ଚ ମଧ୍ୟ କମିବ ବୋଲି ସରକାରୀ ଅଧିକାରୀ ଜଣକ କହିଛନ୍ତି ।

ଅଧିକ ପଢ଼ନ୍ତୁ: ବିଶ୍ବ ଅର୍ଥନୀତିରେ ଚମକିଲା ଭାରତ; ଜବରଦସ୍ତ ଅଭିବୃଦ୍ଧି ପାଇଁ ଜାପାନ୍କୁ କାଟିଲା ଭାରତ

Toll Toll Plaza FASTag Mandatory Union Ministry Of Road Transport And Highways Fastag
Advertisment
Advertisment