/odishatv-khabar/media/post_attachments/uploadimage/library/16_9/16_9_0/Girl_Dies_1753627169.jpg)
Girl Dies
ବାପା ଆଗରେ ଚାଲିଗଲା ଝିଅର ଜୀବନ । ଅସୁସ୍ଥ ଝିଅକୁ ନେଇ ବାପା ହସପିଟାଲ ଯାଉଥିଲେ । କିନ୍ତୁ ରାସ୍ତାରେ ଘଟିଗଲା ଦୁର୍ଘଟଣା । ଆଉ ଘଟଣାସ୍ଥଳରେ ଚାଲିଗଲା ଗୋଟିଏ ନୀରିହ ଜୀବନ
ନୋଏଡା ସେକ୍ଟର-୨୦ରେ ଏକ ବିଏମଡବ୍ଲୁ କାର ଏକ ସ୍କୁଟିକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ତା’ର ବାପା ଏବଂ ମାମୁଁ ଗୁରୁତର ଭାବେ ଆହତ ହୋଇଛନ୍ତି।
#WATCH | Noida, Uttar Pradesh: A 5-year-old girl died and two others were injured as a BMW car hit a scooty in Sector 30 of Noida last night. Police have seized the car. The arrested accused have been identified as Yash Sharma and Abhishek Rawat and they are students. The… pic.twitter.com/ePpihB2xUC
— ANI (@ANI) July 27, 2025
ଶିଶୁଟିର ସ୍ୱାସ୍ଥ୍ୟ ଖରାପ ଥିଲା। ତେଣୁ ତା’ର ବାପା ତାକୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଉଥିଲେ। ପୋଲିସ ଅଭିଯୁକ୍ତ କାର ଚାଳକ ସମେତ ଦୁଇଜଣଙ୍କୁ ଗିରଫ କରିଛି। ରିପୋର୍ଟ ଅନୁସାରେ ଆହତମାନଙ୍କ ମଧ୍ୟରେ ନୋଏଡା ସେକ୍ଟର ୪୫ର ସଦରପୁରରେ ରହୁଥିବା ଗୁଲ ମହମ୍ମଦ ଏବଂ ତାଙ୍କ ଶଳା ରାଜା ଅଛନ୍ତି।
ଗୁଲ ମହମ୍ମଦଙ୍କ ପାଞ୍ଚ ବର୍ଷର ଝିଅ ଆୟତର ଶନିବାର ରାତିରେ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ତେଣୁ ସେ ତାଙ୍କ ଝିଅକୁ ସେକ୍ଟର ୩୦ରେ ଥିବା ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଟ୍ୟୁଟ ଅଫ ଚାଇଲ୍ଡ ହେଲଥ (ପିଜିଆଇ ଡାକ୍ତରଖାନା) ନେଉଥିଲେ।
ଠିକ୍ ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଶିଶୁଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଗୁଲ ମହମ୍ମଦ ଏବଂ ରାଜା ଆହତ ହୋଇଥିଲେ ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାରଟିକୁ ପୋଲିସ ଜବତ କରିଛି ।
थाना सेक्टर-20 नोएडा:-स्कूटी में टक्कर मारकर भागने वाले चालक सहित कुल 02 अभियुक्त गिरफ्तार, कब्जे से घटना में प्रयुक्त वाहन बरामद। pic.twitter.com/DcvgYQkCLd
— POLICE COMMISSIONERATE GAUTAM BUDDH NAGAR (@noidapolice) July 27, 2025
ଅଭିଯୁକ୍ତ କାର ଚାଳକ ୟଶ ଶର୍ମା ଏବଂ ତାଙ୍କ ସହ କାରରେ ବସିଥିବା ଅଭିଷେକ ରାୱତଙ୍କୁ ଗିରଫ କରାଯାଇଛି। ୟଶ ନୋଏଡା ସେକ୍ଟର ୩୭ର ବାସିନ୍ଦା, ଆଉ ଅଭିଷେକ ନୋଏଡା ସେକ୍ଟର ୭୦ରେ ରହି ଏକ ରେଷ୍ଟୁରାଣ୍ଟ ଚଳାନ୍ତି। ପୋଲିସ କହିଛି ଯେ ଦୁର୍ଘଟଣାର ତଦନ୍ତ ଜାରି ରହିଛି। ଯେଉଁ ବିଏମଡବ୍ଲୁ କାର ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଥିଲା, ସେମାନଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି।
ଉଭୟ ଗାଡ଼ିକୁ ବହୁତ କ୍ଷତି ହୋଇଛି। ସେଠୁ ଅନୁମାନ କରାଯାଇପାରେ ଯେ ଦୁର୍ଘଟଣା କେତେ ଭୟଙ୍କର ଥିଲା। ଝିଅର ମୃତ୍ୟୁରେ ପରିବାର ଲୋକ ଭାଙ୍ଗିପଡିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)