/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753625629.jpg)
Mohammad Kaif
ଯଶପ୍ରୀତ ବୁମ୍ରା । ବିଶ୍ବର ସର୍ବଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଅନ୍ୟତମ । ଭାରତୀୟ ଦଳର ବ୍ୟାକ୍ବୋନ୍ । ଟେଷ୍ଟ କ୍ରିକେଟରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ପରେ କ୍ରିକେଟ ପ୍ରେମୀଙ୍କୁ ଲାଗିବାକୁ ଯାଉଛି ଆଉ ଏକ ବଡ଼ ଝଟକା । ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଜଶପ୍ରୀତ ବୁମ୍ରାଙ୍କୁ ନେଇ ଏବେ ସାମ୍ନାକୁ ଆସିଛି ବଡ଼ ଖବର । ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି ୟର୍କର କିଙ୍ଗ୍ । ଏକଥା ଆମେ କହୁନାହୁଁ । ବୁମ୍ରାଙ୍କୁ ନେଇ ଏଭଳି ବଡ଼ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ମହମ୍ମଦ କୈଫ ।
ସେ କହିଛନ୍ତି, ବୁମ୍ରା ଆଉ ପୂର୍ବ ପରି ଦ୍ରୁତ ବୋଲିଂ କରିପାରୁନାହାନ୍ତି । ତାଙ୍କ ଫିଟନେସ୍ ବି ଆଉ ତାଙ୍କୁ ସାଥ୍ ଦେଉନାହିଁ । ଯେପରି ରୋହିତ, କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନୀ ଅବସର ନେଲେ ଠିକ୍ ସେଭଳି ଯଶପ୍ରୀତ ବୁମ୍ରା ମଧ୍ୟ ଟେଷ୍ଟ କ୍ରିକେଟକୁ ଅଲବିଦା କହିପାରନ୍ତି ।
Bumrah to retire from tests? pic.twitter.com/PnMR2y6oEi
— Mohammad Kaif (@MohammadKaif) July 26, 2025
ସେହିପରି କୈଫ୍ ଆହୁରି କହିଛନ୍ତି, ମାଞ୍ଚେଷ୍ଟର ଟେଷ୍ଟ ଅବସରରେ ବୁମ୍ରା ତାଙ୍କ ସ୍ବାଭାବିକ ଗତିଠାରୁ କମ୍ ଗତିରେ ବୋଲିଂ କରୁଥିଲେ । ଯଦି ସେ ଭାବନ୍ତି ଯେ ମୁଁ ଦେଶ ପାଇଁ ମୋର ୧୦୦ ପ୍ରତିଶତ ଦେଇପାରୁନାହିଁ, ମୁଁ ୱିକେଟ୍ ନେଇପାରୁନାହିଁ, ତେବେ ସେ ନିଜେ ଖେଳିବାକୁ ମନା କରିବେ । ୱିକେଟ୍ ନେବା ନ ନେବା ଭିନ୍ନ କଥା । ଭାରତକୁ ଏବେ ବୁମ୍ରାଙ୍କ ବିନା ଖେଳିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ । ମୋ ଆଶଙ୍କା ଭୁଲ୍ ହେଉ, କିନ୍ତୁ ବୁମ୍ରା ଆଉ ଟେଷ୍ଟ୍ କ୍ରିକେଟ୍କୁ ଉପଭୋଗ କରିପାରୁଥିବା ମୁଁ ଅନୁଭବ କରୁନାହିଁ ବୋଲି କୈଫ କହିଛନ୍ତି ।
ସେପଟେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି ଯଶପ୍ରୀତ୍ ବୁମ୍ରା । ସେ ପ୍ରଥମ ଥର ପାଇଁ ଏକ ପାଳିରେ ୧୦୦ରୁ ଅଧିକ ରନ୍ ଦେଇଛନ୍ତି । ମାଞ୍ଚେଷ୍ଟର ଟେଷ୍ଟର ପ୍ରଥମ ପାଳିରେ ସେ ୩୩ ଓଭର ବୋଲିଂ କରି ୧୧୨ ରନ୍ ବିନିମୟରେ ୨ ୱିକେଟ୍ ଅକ୍ତିଆର କରିଥିଲେ। କେବଳ ବୁମ୍ରା ନୁହଁନ୍ତି, ଚଳିତ ଟେଷ୍ଟରେ ଅନ୍ୟ ୩ ଭାରତୀୟ ବୋଲର ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ସିରାଜ ଓ ୱାସିଂଟନ୍ ସୁନ୍ଦର ମଧ୍ୟ ୧୦୦ରୁ ଅଧିକ ରନ୍ ବ୍ୟୟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)