Advertisment

Sonu Ki Mummy Viral Slip: ସୋସିଆଲ ମିଡିଆରେ ଭାଇରାଲ, ଲୋକେ କରୁଛନ୍ତି ଏଭଳି କମେଣ୍ଟ

ଏହି ସ୍ଲିପ ଦେଖିବା ପରେ ଲୋକେ କହୁଛନ୍ତି, ବ୍ୟାଙ୍କ ମ୍ୟାନେଜର ନିଜକୁ ସମ୍ଭାଳି ପାରିଲେ ନାହିଁ ଏବଂ ମଜାରେ କୁହାଯାଉଛି, ସେ କୋମାରେ ଚାଲିଗଲେ। ଏହି ରିଲକୁ ୨.୯ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ଏବଂ ୧ ଲକ୍ଷରୁ ଅଧିକ ଲାଇକ ମିଳିଛି।

author-image
Manasranjan Mohanty
Sonu Ki Mummy Viral Slip

Sonu Ki Mummy Viral Slip

ସୋସିଆଲ ମିଡିଆରେ ଏବେ ଏକ ବ୍ୟାଙ୍କ ସ୍ଲିପ ଭାଇରାଲ ହେଉଛି, ଯାହା ଲୋକଙ୍କୁ ହସାଇବା ସହିତ ହୃଦୟକୁ ମଧ୍ୟ ଛୁଇଁଛି। ଏହି ସ୍ଲିପଟି ହେଉଛି ସୋନୁର ମା’ଙ୍କର, ଯିଏ ତାଙ୍କ ପୁଅର ପାଠପଢ଼ା ପାଇଁ ଟଙ୍କା ଜମା କରିବାକୁ ବ୍ୟାଙ୍କକୁ ଯାଇଥିଲେ। କିନ୍ତୁ ବ୍ୟାଙ୍କ ସ୍ଲିପରେ ସେ ଯାହା ଲେଖିଥିଲେ, ତାହା ସୋସିଆଲ ମିଡିଆରେ ‘ଇମୋସନାଲ’ ଏବଂ ‘ମଜାଳିଆ’ କଣ୍ଟେଣ୍ଟର ଏକ ପରଫେକ୍ଟ ଉଦାହରଣ ପାଲଟିଛି ।

Advertisment

ସ୍ଲିପରେ ନାଁ ଜାଗାରେ ଲେଖାଯାଇଛି, “ସୋନୁର ମା” ଏବଂ ତଳେ ବିବରଣୀରେ ସେ ଲେଖିଛନ୍ତି, ମୋନୁର ପାଠପଢ଼ା ପାଇଁ ଟଙ୍କା ଜମା କରିବାର ଅଛି । ରାଶି ଜାଗାରେ ଲେଖାଯାଇଛି  “କନ୍ୟା”। ପରିମାଣ ଲେଖାଯାଇଛି ୨୨,୦୦୦ ଏବଂ ତାରିଖ ହେଉଛି ୩୦-୦୨-୨୫... ଯାହା ବାସ୍ତବରେ କୌଣସି ତାରିଖ ହିଁ ନୁହେଁ।

ଏହି ସ୍ଲିପ ଦେଖିବା ପରେ ଲୋକେ କହୁଛନ୍ତି, ବ୍ୟାଙ୍କ ମ୍ୟାନେଜର ନିଜକୁ ସମ୍ଭାଳି ପାରିଲେ ନାହିଁ ଏବଂ ମଜାରେ କୁହାଯାଉଛି ସେ କୋମାରେ ଚାଲିଗଲେ। ଏହି ରିଲକୁ ୨.୯ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ଏବଂ ୧ ଲକ୍ଷରୁ ଅଧିକ ଲାଇକ ମିଳିଛି।

Advertisment

ଉପଭୋକ୍ତାମାନେ ଏହା ଦେଖି ହସ ରୋକି ପାରୁନାହାନ୍ତି, କିନ୍ତୁ ଅନେକ କହିଛନ୍ତି ଯେ ଏହା ଏକ ମା’ର ମମତା ଏବଂ ସତ୍ୟ ଭାବନାର ଉଦାହରଣ, ଯିଏ ତାଙ୍କ ପିଲାର ପାଠପଢ଼ା ପାଇଁ କିଛି ବି କରିପାରେ, ତାହା ଲେଖାରେ ହେଉ କିମ୍ବା ତାରିଖରେ ଭୁଲ ହେଉ।

ସୋସିଆଲ ମିଡିଆରେ ଲୋକେ କହୁଛନ୍ତି, “ଲଭ ୟୁ ସୋନୁର ମାଆ। ଜଣେ ୟୁର୍ଜସ ଲେଖିଛନ୍ତି, “ପାଠପଢ଼ା ପାଇଁ ଏପରି ଉତ୍ସାହ ପ୍ରତ୍ୟେକ ମାଆଙ୍କ ଠାରେ ଥାଏ। ଏହି ଘଟଣା ଯେତେ ମଜାଳିଆ ଲାଗୁଛି, ଏଥିରେ ଲୁଚି ରହିଛି ଏକ ମାଆର ମମତା ଏବଂ ତାଙ୍କ ପୁଅର ଭବିଷ୍ୟତ ପାଇଁ ଚିନ୍ତା। ଏପରି ମୁହୂର୍ତ୍ତଗୁଡ଼ିକ ହିଁ ସୋସିଆଲ ମିଡିଆକୁ ମାନବିକତା ସହ ଯୋଡ଼ିଥାଏ।

ଅଧିକ ପଢ଼ନ୍ତୁ: ଗେଟ ଖୋଲୁ ଖୋଲୁ ଏ କ’ଣ ହେଲା ? ସିସିଟିଭି ଭିଜୁଆଲ ଭାଇରାଲ

Social Media Viral Video Reels Video
Advertisment
Related Articles
Advertisment