/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686204460.jpg)
Train Accident
ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଖୋଳତାଡ଼। ଗତକାଲି ଖୋର୍ଦ୍ଧା ଡିଆରଏମଙ୍କ ତଦନ୍ତ ପରେ ଆଜି ସେଫଟି ଟିମ୍ ଘଟଣାସ୍ଥଳକୁ ଆସି ତଦନ୍ତ କରିବ ବୋଲି ଜଣାପଡ଼ିଛି । କାହିକି ହେଲା ଦୁର୍ଘଟଣା, ଇଞ୍ଜିନ ନଥାଇ କେମିତି ଗଡ଼ିଲା ବଗି ଏସବୁ ପ୍ରଶ୍ନର ଉତ୍ତର ଖୋଜିବ ସେଫଟି ଟିମ୍
ଗତକାଲି ଅପରାହ୍ନରେ ବର୍ଷା ପବନ ଯୋଗୁଁ ଟ୍ରେନ ତଳେ କିଛି ଶ୍ରମିକ ଆଶ୍ରୟ ନେଇଥିଲୋ ଟ୍ରେନଟି ସେଫ୍ଟି ଲାଇନରେ ଦୀର୍ଘ ଦିନ ଧରି ଠିଆ ହୋଇଥିବା ଯୋଗୁଁ ତା ତଳେ ସମସ୍ତେ ଥିଲେ, ହେଲେ ବିନା ଇଞ୍ଜିନରେ ଥିବା ମାଲବାହୀ ଟ୍ରେନଟି ବର୍ଷା ପବନରେ ଗଡ଼ିଥିଲା । ଆଉ ତାପରେ ଜଣକ ପରେ ଜଣେ ଶ୍ରମିକଙ୍କ ଜୀବନ ଯାଇଥିଲା ।
ମୃତ ସମସ୍ତ ଶ୍ରମିକ ଠିକାରେ ରେଲୱେ ପାଇଁ କାମ କରୁଥିଲେ। ଏଥିରେ ଗୁରୁତର ହୋଇଥିବା ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛିା ଘଟଣା ପରେ ଖୋର୍ଦ୍ଧା ଡିଆରଏମଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ସେପଟେ ମୃତକଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି ।
ଆଶ୍ଚର୍ଯ୍ୟର କଥା ହେଉଛି, ୨୦୦୯ରେ ଯାଜପୁର ରୋଡ୍ ଷ୍ଟେସନର ଠିକ୍ ଏହି ଜାଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ସେହି ସ୍ଥାନରେ ଟ୍ରେନରେ କଟି ୬ ଜଣ ପ୍ରାଣ ହରାଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାର ଖୋଳତାଡ଼ ଆରମ୍ଭ କରିଛି ରେଲୱେ ବିଭାଗ। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)