Truck fell down
ବର୍ଷାରେ ବେହାଲ ଦିଲ୍ଲୀ-ହରିୟାଣା । ଗୁରଗାଓଁରେ ଧସିଲା ମାଟି, ଓଲଟି ପଡିଲା ମଦ ବୋଝେଇ ଟ୍ରକ । ଆଉ ସେଥିରେ ଥିବା ମଦ ବୋତଲ ସବୁ ଚୁରମାର ହୋଇ ଏହି ମାଟିରେ ମିଶିଗଲା । ଆଉ ନଷ୍ଟ ହୋଇଗଲା ଟ୍ରକ୍ରେ ଲୋଡ୍ ହୋଇ ଯାଉଥିବା ପେଟି ପେଟି ମଦ । ଦୁର୍ଘଟଣାକୁ ନେଇ ଟ୍ରକ୍ ଡାଇଭର ଜଣକ କହିଛନ୍ତି, ବିୟର ବୋତଲ ସବୁ ନେଇ ଗୋଦାମ ଯାଉଥିଲି । ହଠାତ୍ ମାଟି ଅତଡା ଖସି ପଡିବାରୁ ଟ୍ରକ୍ ଓଲଟି ପଡିଲା ।
ସୂଚନାଯୋଗ୍ୟ, ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ, ଗୁରଗାଓଁ ସମେତ ନୋଏଡା ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଅନେକ ଅଞ୍ଚଳ ଜଳବନ୍ଦୀ ହେବା ଯୋଗୁଁ ଲୋକଙ୍କୁ ପାଣି ଭିତରେ ଯାତାୟତ କରୁଛନ୍ତି । ହଠାତ୍ ବର୍ଷା ହେବା ଫଳରେ ଲୋକମାନେ ବସ୍ ଷ୍ଟପରେ ଆଶ୍ରୟ ନେଇଥିବା ଦେଖା ଦେଇଛି ।
ଆଇଏମଡି ପକ୍ଷରୁ ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଅତି ଆବଶ୍ୟକ ନଥିଲେ ରାସ୍ତାରେ ଯାତାୟତ କରିବାକୁ ମନା କରାଯାଇଛି । ଘରର କବାଟ ଓ ଝରକା ବନ୍ଦ ରଖିବାକୁ କୁହାଯାଇଛି । ଏହାସହ ବର୍ଷା ହେବା ସମୟରେ ବିପଦ ଆଶଙ୍କା ଥିବାରୁ ଗଛ ତଳେ ଆଶ୍ରୟ ନେବାକୁ ବାରଣ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)