Advertisment

ମନ୍ତ୍ରୀ ଦେଲେ ବଡ଼ ସୂଚନା, ରାତି ସୁଦ୍ଧା ସମସ୍ୟାର ହେବ ସମାଧାନ

ଗାଡ଼ି ବନ୍ଦ ଯୋଗୁ ରାଜ୍ୟରେ ପେଟ୍ରୋଲ୍-ଡିଜେଲ୍ ଅଭାବ କରାଇ ଦେବୁନାହିଁ । କେହି ପାନିକ୍ ହୁଅନ୍ତୁ ନାହିଁ, ଟାଙ୍କିରେ ତେଲ ମହଜୁଦ ଅଛି ବୋଲି ସେ ଆଶ୍ବାସନା ଦେଇଛନ୍ତି । ସେହିପରି ଦୋକାନ ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ ।

author-image
Tanmay Kumar Mahalik
Driver strike

Driver strike

ଆଜି ରାତି ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ । ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗରେ ଏଭଳି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତିନି ଦିନ ଧରି ଚାଲିଛି ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ତେବେ ଆଲୋଚନା ପରେ ଆଜି ରାତି ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ । ଡ୍ରାଇଭରମାନଙ୍କ ପ୍ରାୟ ଦାବି ରାଜ୍ୟ ସରକାର ମାନି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।

Advertisment

ତେବେ ଗାଡ଼ି ବନ୍ଦ ଯୋଗୁ ରାଜ୍ୟରେ ପେଟ୍ରୋଲ୍-ଡିଜେଲ୍ ଅଭାବ କରାଇ ଦେବୁନାହିଁ । କେହି ପାନିକ୍ ହୁଅନ୍ତୁ ନାହିଁ, ଟାଙ୍କିରେ ତେଲ ମହଜୁଦ ଅଛି ବୋଲି ସେ ଆଶ୍ବାସନା ଦେଇଛନ୍ତି । ସେହିପରି ଦୋକାନ ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ । କେହି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ କଡ଼ା ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।

ସେପଟେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ରାଜ୍ୟରେ ଗଡ଼ୁନି ବସ୍ । ଫଳରେ ବିଭିନ୍ନ ସ୍ଥାନରେ ଯାତ୍ରୀ ସେବା ପ୍ରଭାବିତ ହୋଇଛି । ବସଷ୍ଟାଣ୍ଡରେ ଯାତ୍ରୀ ଅଟକି ରହିଛନ୍ତି । ଗନ୍ତବ୍ୟ ସ୍ଥଳକୁ ଯାଇନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କେତେବେଳେ ବସ ଛାଡ଼ିବ ସେନେଇ ଅପେକ୍ଷାରେ ବସଷ୍ଟାଣ୍ଡ ଗୁଡ଼ିକ ବସିଛନ୍ତି ଯାତ୍ରୀ । ବିଶେଷ କରି ଚିକିତ୍ସା ପାଇଁ ଡାକ୍ତରଖାନା ଯିବାକୁ ଅପେକ୍ଷା କରିଥିବା ଲୋକେ ଅସୁବିଧାରେ ପଡ଼ିଛନ୍ତି।

Advertisment

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ପେଟ୍ରୋଲ୍ ପମ୍ପରେ ତେଲ ସଙ୍କଟ ଆଶଙ୍କା ଥିଲା । ହେଲେ ଏହି ଆଶଙ୍କା ଏବେ ଟଳିଛି । ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକଙ୍କ ସୂଚନା ପରେ ବି ରାଜ୍ୟର ବିଭିନ୍ନ ପେଟ୍ରୋଲ୍ ପମ୍ପରେ ତେଲ ପକାଇବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ତେଲ ସଙ୍କଟ ଦେଖାଦେବା ଆଶଙ୍କାରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଆଜି ସକାଳୁ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଡ୍ରାଇଭର ସଂଘ ଆନ୍ଦୋଳନ ଫଳରେ ତିନି ଦିନ ହେଲାଣି ଠପ୍ ଯାଇଛି ପରିବହନ ବ୍ୟବସ୍ଥା । ତେଣୁ ତେଲ ସରିଯ୍ଇବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଲୋକଙ୍କ ଗହଳି ଲାଗିଛି। ..

Petrol Diesel Odisha Minister
Advertisment
Advertisment