/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752133918.jpg)
Daspalla MLA
ରାଗିଗଲେ ବିଧାୟକ, ଫୋପାଡ଼ିଲେ ଫାଇଲ । ନୂଆଗାଁ ବ୍ଲକ ଅଫିସରେ ପଂଚାୟତ ସମତ ବୈଠକ ଚାଲିଥିବା ବେଳେ, ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ନୂଆଗାଁ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ନେଇ ପଂଚାୟତ ସମିତି ବୈଠକ ବସିଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଦଶପଲ୍ଲା ବିଧାୟକ ରମେଶ ବେହେରା ।
Advertisment
ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାମ ଅଧପନ୍ତରିଆ ପଡିଥିବା ବେଳେ, ଶୀଘ୍ର ସାରିବାକୁ ତାଗିଦ୍ କରିଥିଲେ ବିଧାୟକ । ଏପରିକି ବୈଠକ ଅଧାରୁ ହଠାତ ବିଡିଓଙ୍କ ଉପରେ ଖପ୍ପା ହୋଇ, ଫାଇଲ ଫୋପାଡିଥିଲେ ବିଧାୟକ ରମେଶ ବେହେରା । ଆଗକୁ ଉନ୍ନୟନ ମୂଳକ କାମ ଅଟକିଲେ ରାଜରାସ୍ତାକୁ ଓହ୍ଲାଇବାକୁ ବିଡିଓଙ୍କୁ ଚେତାବନୀ ଦେଇଥିଲେ ରମେଶ । ତେବେ ଏନେଇ ନୂଆଗାଁ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)