/odishatv-khabar/media/post_attachments/uploadimage/library/16_9/16_9_0/s_1678157199.jpg)
Death toll rises in explosion at firecracker manufacturing unit in Khordha
ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ଗାଁରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। କଟକSCB ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆଖି ବୁଜିଛନ୍ତି। ମୃତକ ହେଲେ ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ ବେହେରା। ତାଙ୍କ ଶରୀର ୭୦%ରୁ ଅଧିକ ଅଂଶ ପୋଡ଼ିଯାଇଥିଲା। ବିସ୍ଫୋରଣରେ ଗୁରୁତର ଆଉ ୩ ଜଣ ଭୁବନେଶ୍ୱର ଏମ୍ସରେ ଏବେବି ଚିକିତ୍ସାଧୀନ ଅଛନ୍ତି।
ଅଧିକ ପଢ଼ନ୍ତୁ: କାହା ଭୁଲରୁ ଘଟୁଛି ପ୍ରାଣଘାତୀ ବାଣ ବିସ୍ଫୋରଣ ? ସପ୍ତାହକରେ ଗଲାଣି ୭ ଜୀବନ
ସୂଚନାଥାଉ କି, ଘର ଭିତରେ ଦୋଳ ପୂର୍ଣ୍ଣିମା ପାଇଁ ବାଣ ପ୍ରସ୍ତୁତି ବେଳେ ଗତକାଲି ଏହି ବିସ୍ଫୋରଣ ହୋଇଥିଲା। ପୂର୍ବରୁ ବାଣ ଭିଡୁ ଭିଡୁ ବାପ, ପୁଅଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ କଟକ SCB ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଦୋଳ ପୂର୍ଣ୍ଣିମାକୁ ଦେଖି ଏକ ନିଛାଟିଆ ଘରେ ୮ ଜଣ ମିଶି ବାଣ ତିଆରି କରୁଥିଲେ। ସମ୍ପୂର୍ଣ୍ଣ ବେଆଇନ୍ ଭାବେ, ବିନା ଅନୁମତିରେ ତିଆରି ଚାଲିଥିଲା ବାଣ।
ଘଟଣାକୁ ନେଇ ଜିଲ୍ଲାପାଳ କହିଛନ୍ତି, ଏମାନେ କେଉଁଠୁ କଞ୍ଚାମାଲ ଆଣୁଥିଲେ, କେମିତି ବେଆଇନ୍ ଭାବେ ଚାଲିଥିଲା ଏଭଳି ବାଣ କାରବାର, ସେସବୁର ତଦନ୍ତ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)