/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678087530.jpg)
firecracker explosion
ଠାକୁରଙ୍କ ଉତ୍ସବ ପୂର୍ବରୁ ବଡ଼ ଅଘଟଣ । ବାଣ ବିସ୍ଫୋରଣ(firecracker explosion)ରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ଅନ୍ୟ ୪ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଗାଁରେ ଏହି ବିସ୍ଫୋରଣ ଘଟିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ସୂଚନା ଅନୁସାରେ ଦୋଳ ପୂର୍ଣ୍ଣିମା ପାଇଁ ଭୂଷଣ୍ଡପୁର ଗାଁରେ ଏକ ଘରେ ବାଣ ରଖାଯାଇଥିଲା । ଆଜି ସକାଳେ ହଠାତ୍ ସେହି ଘରେ ବାଣ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା । ନିଆଁ ଚାରିଆଡ଼େ ବ୍ୟାପିଯିବା ସହ ଘର ଭିତରେ ଥିବା ବାଣଗୁଡ଼ିକ ଫୁଟିବାରେ ଲାଗିଥିଲା ।
ଫଳରେ ଘରେ ଭିତରେ ଥିବା ୮ଜଣ ବ୍ୟକ୍ତି ବାହାରକୁ ବାହାରି ପାରିନଥିଲେ । ତୁରନ୍ତ ଏନେଇ ଖବର ଦେବାପରେ ଅଗ୍ନିଶମ ବାହିନୀ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ବାଣ ଏତେ ଜୋରରେ ଫୁଟୁଥିଲା ଯେ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା । ଫଳରେ ନିଆଁରେ ପୋଡ଼ିହୋଇ ୪ ଜଣଙ୍କର ମୃତ୍ୟୁ ହୋଇଥିବା ୪ ଗୁରୁତର ଆହତ ହୋଇଛନ୍ତି । ଏବେ ସେମାନଙ୍କୁ ସିଧାସଳଖ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ନିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)