/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680543098.jpg)
Cracker explosion
ପୁଣି ବାଣ ବିସ୍ଫୋରଣ ନେଲା ଜଣଙ୍କ ଜୀବନ । ଘର ଭିତରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଯୁବକଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର ଭିଏସଏସ ନଗରରେ ଆଜି ସନ୍ଧ୍ୟାରେ ଘର ଭିତରେ ବାଣ ଭିଡିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ଭୁବନେଶ୍ୱର ଭିଏସଏସ୍ ନଗରରେ ବାଣ ବିସ୍ଫୋରଣ । ଘର ଭିତରେ ବାଣ ଭିଡ଼ିବା ବେଳେ ଏହି ବିସ୍ଫୋରଣ ହୋଇଛି ।
Advertisment
ବିସ୍ଫୋରଣରେ ଘରର ଆଜବେଷ୍ଟସ ଉଡ଼ିଯାଇଛି । ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ ଶିବାନନ୍ଦ ତାଡୋ । ତାଙ୍କ ମୁଣ୍ଡ, ଗୋଡ ହାତ ଓ ଆଖିରେ ଆଘାତ ଲାଗିଛି ।
ଦେଖନ୍ତୁ ଭିଡିଓ | ଭୟଙ୍କର ବାଣ ବିସ୍ଫୋରଣ ତାଲିକାରେ ନୂଆ ନାଁ ଭୁଷଣ୍ଢପୁର
ବିସ୍ଫୋରଣରେ ପାଖରେ ଥିବା ଦୁଇଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଉଚ୍ଚ ଶବ୍ଦ ଶୁଣି ଭୟଭୀତ ହୋଇପଡିଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ଜୋନ-5 ଏସିପି ଏବଂ ମେୟର ଅନୁଧ୍ୟାନ କରିଛନ୍ତି । ବିବାହ କାର୍ଯ୍ୟ ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)