ମାଆ,ଝିଅ ବିବାହର ଏପରି ଆଳ ଦେଖାଇଥିଲେ, କେହି ବି ଟେର୍ ପାଇନଥିଲେ । ସମ୍ପୂର୍ଣ୍ଣ ବିବାହ ପରମ୍ପରା ପରି ରେଷ୍ଟୁରାଣ୍ଟରେ ବରଘର ପରିବାର ସହ ଦେଖା ସାକ୍ଷାତ ହୋଇଥିଲା । ଆଉ ଏହାପରେ ସର୍ବ ସମ୍ମତି କ୍ରମେ ହୋଇଥିଲା ନିର୍ବନ୍ଧ । ସମ୍ପୂର୍ଣ୍ଣ ଆନ୍ଧ୍ର ରୀତିନୀତିରେ ନିର୍ବନ୍ଧ ସରିଥିଲା । ମାତ୍ର ବହାଘର ଦିନ ଚମ୍ପଟ୍ ମାରିଥିଲେ ମାଆ ଏବଂ ଝିଅ ।
ଜବରଦସ୍ତ ଲୁକ୍, ଜବରଦସ୍ତ ଡିଜାଇନ୍ । ସମ୍ପୂର୍ଣ୍ଣ ନୂଆ ରୂପରେ ଆସୁଛି ନୂଆ ନାନୋ । ଦିନେ ମଧ୍ୟବିତ୍ତଙ୍କ ସୁରକ୍ଷା ଯାତ୍ରା ପାଇଁ ସ୍ୱପ୍ନ ଦେଖୁଥିବା ରତନ ଟାଟା , ନାନୋ ରୂପରେ ସେ ସ୍ୱପ୍ନକୁ ସତ କରିଥିଲେ । ହେଲେ ରତନଙ୍କ ସେହି ସତ ସ୍ୱପ୍ନକୁ ଏବେ ଟାଟା ମଟର୍ସ ସୁନେଲି ସକାଳର ସହ ବାସ୍ତବରେ ପରିଣତ କରିବାକୁ ଯାଉଛି ।
ହୋମଗାର୍ଡ ନିଯୁକ୍ତି ପକ୍ରିୟା ଏବେ ସରକାରଙ୍କ ପାଇଁ ବେଶ୍ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ଆବେଦନକାରୀଙ୍କୁ ସତର୍କ କରିବା ପାଇଁ କାନ୍ଥରେ ମରାଯାଇଛି ସତର୍କତା ସୂଚନା ।
ବିଧାନସଭାରେ ବିରୋଧୀଙ୍କ ଲଗାତାର ହଟ୍ଟଗୋଳ ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରେସମିଟରେ ପ୍ରବଳ ବର୍ଷିଛନ୍ତି । ଆଇନମନ୍ତ୍ରୀ କହିଛନ୍ତି, ମହିଳା ସୁରକ୍ଷା ପ୍ରସଙ୍ଗରେ ଆମ ସରକାର ସଚେତନ ଅଛନ୍ତି । ଏ ନେଇ ବିଧାନସଭାରେ ଆଲୋଚନା ପାଇଁ ଆସନ୍ତୁ ବିରୋଧୀ । କିନ୍ତୁ ହାଉସ କମିଟି ଗଠନ ଦାବି ଅଯୌକ୍ତିକ ।
ଆଚରଣ- ଉଗ୍ର, ଅଶୋଭନୀୟ । କ୍ୟାମେରାରେ କଏଦ୍ ସାରା କାରନାମା । ପୋଲିସକୁ ଧକ୍କାପେଲା କଲେ, ଧମକାଇଲେ । ବ୍ୟାରିକେଡ୍ ବି ଭାଙ୍ଗିଲେ । ଡ୍ୟୁଟିରେ ଥିବା ପୋଲିସ ଅଧିକାରୀଙ୍କ କଲର ଝିଙ୍କିଲେ ।
୧୧ ଫେବ୍ରୁଆରୀ ୨୦୨୫ । ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି ନିଯୁକ୍ତ । ୧୫ ଫେବ୍ରୁଆରୀ ୨୦୨୫ । ଅଜୟ କୁମାର ଲଲ୍ଲୁଙ୍କୁ ନୂଆ ପିସିସି ପ୍ରଭାରୀ ଦାୟିତ୍ବ । ଅଜୟ ଓ ଭକ୍ତ ଅର୍ଥାତ୍ A ଓ B ବଳରେ ବଳିୟାନ୍ ହେଉଛି C ଅର୍ଥାତ୍ କଂଗ୍ରେସ ।
ଦିନେ ଯେଉଁଠି ଲାଲବାହିନୀ ଲେଖୁଥିଲା ରକ୍ତର ଇତିହାସ, ସେଇଠି ଏବେ ଶାନ୍ତିର ରାଜୁତି। ଆଉ ଶୁଭୁନି ଗୁଳି ବନ୍ଧୁକର ଛାତିଥରା ଶବ୍ଦ। ହିଂସାର ଗୁରୁଗର୍ଜନକୁ ସବୁଦିନ ପାଇଁ ନିଜ କଂକ୍ରିଟ ତଳେ ଚାପି ଦେଇଛି ଗୁରୁପ୍ରିୟା ସେତୁ। ନିଜ ଗାଥା, ବିଚାରଧାରା ଓ ପ୍ରାଣ ହରାଇଥିବା ନକ୍ସଲଙ୍କ ସ୍ମୃତିଚାରଣ ସ୍ବରୂପ ଯେଉଁଠି ମୁଣ୍ଡ ଟେକିଥିଲା ସହିଦ ସ୍ତମ୍ଭ, ତାହା ଏବେ ପାଲଟିଛି ସେଲଫି ପଏଣ୍ଟ୍। ଏକଦା ଲାଲଗଡ଼ କୁହାଯାଉଥିବା ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ କେମିତି ଫେରିଛି ଶାନ୍ତି ଓ ସଦ୍ଭାବନାର ଧାରା।
ମେ’ରୁ ମହଙ୍ଗା ହେବ ATMରୁ ଟଙ୍କା ଉଠାଣ। ଅନ୍ୟ ବ୍ୟାଙ୍କରୁ ଉଠାଣ ଲାଗି ଥିବା ଫ୍ରି ଲିମିଟ୍ ପରେ ପ୍ରତି ଆର୍ଥିକ କାରବାର ପାଇଁ ଗ୍ରାହକ ଗଣିବେ ଅତିରିକ୍ତ ୨ ଟଙ୍କାକୁ ମିଶାଇ ୧୯ ଟଙ୍କା। ଏମିତିକି ATMରେ ବାଲାନ୍ସ ଚେକ୍ ପାଇଁ ଏଣିକି ୬ ଟଙ୍କା ବଦଳରେ କଟିବ ୭ ଟଙ୍କା। NPCIର ସୁପାରିଶକ୍ରମେ ATM ଇଣ୍ଟରଚେଞ୍ଜ ଫି’ ବୃଦ୍ଧିକୁ RBIର ଅନୁମୋଦନ ପରେ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ।
ବିଧାନସଭା ଇତିହାସରେ ସୃଷ୍ଟି ହେଲା ଅଲୋଡ଼ା ଅଧ୍ୟାୟ। ବିଶୃଙ୍ଖଳିତ ଆଚରଣ ପାଇଁ ଏକାବେଳେ ନିଲମ୍ବିତ ହେଲେ କଂଗ୍ରେସ ଦଳର ସମସ୍ତ ୧୪ ବିଧାୟକ। ଗତକାଲି ଦିନ ସାରା ଏବଂ ରାତି ତମାମ ଯେଭଳି ବିରୋଧୀଙ୍କ ହାଇଡ୍ରାମା ଚାଲିଲା, ସାରା ରାଜ୍ୟ ଦେଖିଲା। କେବଳ ସେତିକି ନୁହେଁ, ଲୋୟର ପିଏମଜି ଓ ଆସେମ୍ବ୍ଲି ଆଗରେ ବି ନେତା ଓ କର୍ମୀଙ୍କ ଉଗ୍ର ଆଚରଣ, ଓଡ଼ିଶା ରାଜନୀତି ଇତିହାସରେ କେବେ ଦେଖିବାକୁ ମିଳିନଥିଲା।
ହୃଦଘାତର ଆଗୁଆ ଲକ୍ଷଣଗୁଡ଼ିକୁ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ସମୟମତୋ ଚିକିତ୍ସା ପାଇଁ ସାହାଯ୍ୟ କରିପାରେ। ହୃଦଘାତ ଘଟିବା ପୂର୍ବରୁ ଶରୀର କିଛି ସଙ୍କେତ ଦେଇପାରେ, ଯାହାକୁ "ପ୍ରାରମ୍ଭିକ ଚେତାବନୀ" କୁହାଯାଏ। ଏହି ଲକ୍ଷଣଗୁଡ଼ିକ କିଛି ଘଣ୍ଟା, ଦିନ କିମ୍ବା ସପ୍ତାହ ପୂର୍ବରୁ ଦେଖାଦେଇପାରେ।
ମହଙ୍ଗା ପଡ଼ିଲା ଶୁଆକୁ ଫାଶୀ ଦେଇ ରିଲସ କରିବା । ଆଠମଲ୍ଲିକ ନାକଟି ଦେଉଳରୁ ଅଭିଯୁକ୍ତ ଗିରଫ । ବିରି ଖାଇଥିବା କାରଣରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆଠମଲ୍ଲିକ DFO ସନ୍ତୋଷ ।
ମାର୍ଚ୍ଚ ୨୪ ତାରିଖ। ପୁଣି ନିଜ ମା’ଙ୍କୁ ଫୋନ୍ କିଣିଦେବାକୁ ଅଝଟ କରିଥିଲେ ଝିଅ ଖୁସବୁ। ତେବେ ଏଥିରେ ମନା କରିଦେଇଥିଲେ ତାଙ୍କ ମା’। ବାସ୍ ଏତିକିରେ ରାଗିଯାଇଥିଲେ ଖୁସ୍ବୁ। ନିଜକୁ ରୁମ୍ ରେ ବନ୍ଦ କରି ବ୍ଲେଡ୍ ସାହାଯ୍ୟରେ ନିଜ ହାତକୁ କାଟିବା ଆରମ୍ଭ କରିଦେଇଥିଲେ । ଥରେ କିମ୍ବା ଦୁଇଥର ନୁହେଁ ବରଂ ବ୍ଲେଡରେ ଶହେରୁ ଅଧିକ ଥର ହାତ କାଟିଥିଲେ ଖୁସ୍ବୁ।
ବ୍ୟାଙ୍କ୍ ଅଫ୍ ବରୋଦାରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ତେବେ ଆଶୁତୋଷଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି ରେଲୱେଜ ଦଳର କୋଚ ନିଖିଲ ଡୋରୁ। ଆଶୁତୋଷ ଚଳିତ ବର୍ଷ ଗୁଜରାଟ ବିପକ୍ଷରେ ରଣଜୀ ଟ୍ରଫି ଡେବ୍ୟୁ କରିଥିଲେ। ତେବେ ଆଶୁତୋଷଙ୍କ ପଦାର୍ପଣକୁ ନେଇ ରେଲୱେଜର ସିଲେକ୍ଟର ମାନେ ଖୁସି ନ ଥିଲେ। ସେମାନେ ଆଶୁତୋଷଙ୍କୁ ଟିମରେ ଦେଖିବାକୁ ଚାହିଁ ନ ଥିଲେ। ଆଶୁତୋଷ କେବଳ ଧୂଆଁଧାର ବ୍ୟାଟିଂ କ଼ରି ପାରିବେ। ସମ୍ପୂର୍ଣ୍ଣ କ୍ରିକେଟ ଖେଳାଳି ହେବାର ଦକ୍ଷତା ତାଙ୍କ ନିକଟରେ ନାହିଁ ବୋଲି କୁହାଯାଇଥିଲା।
ସୁରକ୍ଷା ପାଇଁ ବର୍ଦ୍ଦି ପିନ୍ଧିଥିବା ତିନିଜଣ ଜବାନ ମୁହଁ ଢାଙ୍କି ଛିଡା ହୋଇଥିଲେ । କାରଣ ଏମାନେ ଅପରାଧ ରୋକିବା ପରିବର୍ତ୍ତେ ଅପରାଧି ହୋଇଯାଇଛନ୍ତି । ତାହା ପୁଣି ଗଂଜେଇ ଚାଲାଣରେ ଗିରଫ । ଏବେ ଆସନ୍ତୁ ଜାଣିବା ଏମାନଙ୍କ ପରିଚୟ । ଜଣେ ହେଉଛନ୍ତି କୁନାର ସିଂ, ଆଉ ଜଣେ ତ୍ରିଲୋଚନ ରଣା । ତୃତୀୟ ଜବାନ ଜଣକ ନୀଲମ ବାର୍ଲା । ଏହି ତିନିଜଣଙ୍କ ପାଖରୁ ଜବତ ଗଂଜେଇର ପରିମାଣ ୧୫ କେ.ଜି ୯୦୦ ।
ରବିବାର ବିଳମ୍ବିତ ରାତିରେ ପ୍ରଥମେ ସାନ ପୁଅ ବିକାଶକୁ ଟେକି ନେଇ ପାଇଖାନା ଘରେ ଶୁଆଇ ଦେଇଥିଲେ। ପରେ ବଡ଼ ପୁଅ ଆକାଶର ତଣ୍ଟି ଚିପି ହତ୍ୟା କରିଥିଲେ। ଆକାଶ ପାଟି କରି ଚିଲାଇବାରୁ ଆକାଶ ପାଟିରେ ଜେଜେ ମା ସୌରି ଲୁଗା ପୁରେଇ ପାଟିକୁ ବନ୍ଦ କରିଦେଇଥିଲା। ଯାହା ଫଳରେ ବାହାରକୁ ପାଟି ଶୁଣାଯାଇ ନଥିଲା।
ଯେଉଁ ବ୍ୟାଙ୍କର ଏଟିଏମ୍ କାଉଣ୍ଟର ଅଧିକ ଥିବ, ଗ୍ରାହକମାନେ ସେହି ବ୍ୟାଙ୍କ ପ୍ରତି ଆକୃଷ୍ଟ ହେବେ ଏବଂ ଏହାର ସିଧାସଳଖ ପ୍ରଭାବ ଛୋଟ ବ୍ୟାଙ୍କ ଉପରେ ପଡ଼ିବ ଏବଂ ସେମାନଙ୍କ ଗ୍ରାହକ ସଂଖ୍ୟା କମିବ। ତେବେ ଅତ୍ୟଧିକ ଶୁଳ୍କ ଏଡାଇବା ପାଇଁ, ଯେଉଁମାନେ ବାରମ୍ବାର ATM ବ୍ୟବହାର କରୁଛନ୍ତି, ସେମାନେ ନିଜ ବ୍ୟାଙ୍କର ATM ବ୍ୟବହାର କରିପାରିବେ ଅଥବା ଡିଜିଟାଲ୍ ପେମେଣ୍ଟ ପଦ୍ଧତି ମଧ୍ୟ ଗ୍ରହଣ କରିପାରିବେ।
ନିକଟରେ ମାଡ୍ରାସ ହାଇକୋର୍ଟ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ବରିଷ୍ଠ ନାଗରିକଙ୍କ ଭବିଷ୍ୟତର ସୁରକ୍ଷାକୁ ନିଶ୍ଚିତ କରିଛନ୍ତି । ଏହି ରାୟରେ କେବଳ ଜମିଜମା ନୁହେଁ ବରଂ ଫିକ୍ସଡ୍ ଡିପୋଜିଟ୍ (ଏଫଡି) ଓ ଅଳଙ୍କାର ଭଳି ଜିନିଷ ମଧ୍ୟ ସମ୍ପତ୍ତି ଅଧୀନରେ ଗଣାଯିବ ବୋଲି କୋର୍ଟ କହିଛନ୍ତି। ଜଣେ ବିଧବା ବୃଦ୍ଧାଙ୍କ ଆବେଦନର ବିଚାର କରି ହାଇକୋର୍ଟ ବିଚାରପତି ଜିକେ ଇଲାନ୍ଥିରାୟନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।
୧୯୩୩ ମସିହାରେ ହିନ୍ଦୀ ସିନେମାରେ ପ୍ରଥମ ଥର ପାଇଁ ଜଣେ ହିରୋ ଏବଂ ହିରୋଇନ୍ଙ୍କ ଏକ ଚୁମ୍ବନ ଦୃଶ୍ୟର ସୁଟିଂ କରାଯାଇଥିଲା। ଯାହାକି ଇତିହାସର ସବୁଠାରୁ ଲମ୍ବା ଚୁମ୍ବନ ଦୃଶ୍ୟ ଥିଲା। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।
ସରକାରୀ ଦଳ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛି। ଯଦି ମୁଁ ବିଧାନସଭାରେ ପାଟି ନଖୋଲିବି ତାହାହେଲେ ମୋ ଅଞ୍ଚଳର ଲୋକ କ’ଣ ଭାବିବେ ? ସେମାନେ ଭାବିବେ ଆମେ ମୁର୍ଖ ବିଧାୟକ ପଠାଇଛୁ।
'ଜାଟ୍' ହେଉଛି ଏକ ଆକ୍ସନ୍-ପ୍ୟାକ୍ ଫିଲ୍ମ, ଯେଉଁଥିରେ ସନ୍ନି ଦେଓଲ୍ ତାଙ୍କର 'ଢାଇ କିଲୋ କା ହାଥ୍'ର କରାମତି ଦେଖାଉଥିବାର ନଜର ଆସିଛନ୍ତି। ସୋମବାର ମୁକ୍ତିଲାଭ କରିଥିବା ଏହି ଟ୍ରେଲର୍ ୧୫ ମିଲିୟନରୁ ଅଧିକ ଭିୟୁ ପାଇସାରିଛି ଏବଂ ଶୀର୍ଷ ଟ୍ରେଣ୍ଡିଂ ତାଲିକାରେ ପ୍ରଥମ ସ୍ଥାନରେ ରହିଛି।
ବିଧାନସଭା ଭିତରକୁ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ ବେଳେ ଅଟକାଇଥିଲା ପୋଲିସ। କଂଗ୍ରେସ କର୍ମୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ଅତିରିକ୍ତ ସିପି ନରସିଂହ ଭୋଳ। ବିଧାୟକ ରମେଶ ଜେନା ଧସେଇ ପଶିବାକୁ ଉଦ୍ୟମ ବେଳେ ଅତିରିକ୍ତ ସିପି ବୁଝାଇଥିଲେ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘଟଣାକୁ ନିନ୍ଦା କରିବା ସହ ଷ୍ଟାଣ୍ଡ ଅପ କମେଡିଆନ କୁନାଲ କାମରାଙ୍କୁ ଟାର୍ଗେଟ କରିଛନ୍ତି । ‘ବାକ ସ୍ୱାଧୀନତା ଆଳରେ କାହାକୁ ଅପମାନିତ କରିବା କିମ୍ବା ବିଶ୍ୱାସଘାତକ କହିବା ଠିକ ନୁହେଁ । ଘଟଣାକୁ ଗୁରୁତର ସହ ନିଆଯିବ,ଆଦୌ ସହ୍ୟ କରାଯିବ ନାହିଁ । କୁନାଲ କାମରା ନିଜର ଭୁଲ ମାନି କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି ।
ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ରେ ଶେଷ ସିଜନ୍ ଖେଳୁଛନ୍ତି କି ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ? ଚଳିତ ସିଜନ୍ ଶେଷ ହେବା ପରେ ଲିଗ୍ରୁ ଅବସର ନେବେ କି ଏହି ତିନି ଭାରତୀୟ ଭେଟେରାନ୍? ଭାରତୀୟ କ୍ରିକେଟ୍ ମହଲରେ ଏହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।
ଗତକାଲି ବିଧାନସଭାରେ ଲଗାତାର ଚରମ ବିଶୃଙ୍ଖଳା ପାଇଁ ୧୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିଥିଲେ। ସେଥିରୁ ବାଦ ପଡ଼ିଥିଲେ ତାରା ଓ ରମେଶ। କଂଗ୍ରେସର ନିଲମ୍ବନ ବିଧାୟକ ବିଧାନସଭାକୁ ଯାଇନଥିବା ବେଳେ ତାରା ଓ ରମେଶ ବିଧାନସଭା ଭିତରକୁ ଯାଇଥିଲେ।