Advertisment

No PUCC, No Fuel: PUCC ଅଛି ତ? ନହେଲେ ମିଳିବନି ପେଟ୍ରୋଲ୍, ଡିଜେଲ୍

ବୈଧ ପ୍ରଦୂଷଣ ପ୍ରମାଣପତ୍ର ତଥା PUCC ନଥିଲେ ମିଳିବନି ତେଲ। PUCC ନଥିଲେ ପେଟ୍ରୋଲ୍ କିମ୍ବା ଡିଜେଲ୍ ନ ଦେବାକୁ ତୈଳ କମ୍ପାନୀମାନଙ୍କୁ ଚିଠି ଲେଖିଲା ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା

author-image
Chinmayee Sahoo
No PUCC No Fuel

No PUCC No Fuel Photograph: (OTV)

ଆପଣଙ୍କ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଠିକଠାକ୍ ଅଛି ତ ? ଯଦି ନାହିଁ, ତାହେଲେ ଆପଣଙ୍କୁ ତେଲ ଟାଙ୍କିରେ ମିଳିବ ନାହିଁ ପେଟ୍ରୋଲ୍ କିମ୍ବା ଡିଜେଲ୍। ବୈଧ ପ୍ରଦୂଷଣ ପ୍ରମାଣପତ୍ର ତଥା PUCC ନଥିଲେ ଗାଡ଼ିକୁ ପେଟ୍ରୋଲ୍ କିମ୍ବା ଡିଜେଲ୍ ଦେବାକୁ ସିଧାସଳଖ ବାରଣ କରାଯାଇଛି। ଏ ସଂପର୍କରେ ତୈଳ କମ୍ପାନୀମାନଙ୍କୁ ଚିଠି ଲେଖିଛି ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା। 

Advertisment

ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି STA ପକ୍ଷରୁ ଏଭଳି ଚରମ ପଦକ୍ଷେପ ନିଆଯାଇଛି। ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ କରୁଥିବା ଯାନ ପାଇଁ STA ଅଙ୍କୁଶ ଲଗାଇଛି। ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହି ନିୟମକୁ ଅନ୍ତର୍ଭୁକ୍ତ କରାଯାଇଛି।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାୟୁ ଗୁଣାବତ୍ତା ମାନକୁ ଉନ୍ନତ ରଖାଯିବ ବୋଲି ବିଶେଷ କରି ପରିବହନ ଯୋଗୁଁ ହେଉଥିବା ପ୍ରଦୂଷଣକୁ କମ୍ କରାଯାଇପାରିବ ବୋଲି ଆଶା କରାଯାଇଛି।

Advertisment

•    ଆପଣଙ୍କ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ବୈଧ ତ ? 
•    ବୈଧ ପ୍ରଦୂଷଣ ପ୍ରମାଣପତ୍ର ତଥା PUCC ନଥିଲେ ମିଳିବନି ତେଲ
•    PUCC ନଥିଲେ ପେଟ୍ରୋଲ୍ କିମ୍ବା ଡିଜେଲ୍ ଦେବାକୁ ସିଧାସଳଖ ବାରଣ
•    ତୈଳ କମ୍ପାନୀମାନଙ୍କୁ ଚିଠି ଲେଖିଲା ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା
•    ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି STAର ପଦକ୍ଷେପ 
•    ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ କରୁଥିବା ଯାନ ପାଇଁ ଅଙ୍କୁଶ

Petrol Diesel Odisha State Transport Authority
Advertisment
Related Articles
Advertisment