/odishatv-khabar/media/media_files/2025/12/21/meditation-day-2025-12-21-10-02-07.jpg)
MEDITATION DAY Photograph: (OTV)
ଆଜି ହେଉଛି ବିଶ୍ବ ଧ୍ୟାନ ଦିବସ । ଧ୍ୟାନ ହେଉଛି ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ସ୍ବାସ୍ଥ୍ୟ ଓ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର । ନିଜ ଭିତରେ ଚେତନା ଉଦ୍ରେକ କରି ଆମ ଜୀବନଶୈଳୀରେ ପରିବର୍ତ୍ତନ କରିବାରେ ସହାୟକ ହୁଏ ଧ୍ୟାନ । ତେଣୁ ମିଳିତ ଜାତିସଂଘର ଏକ ସାଧାରଣ ସଭାରେ ଡିସେମ୍ବର ୨୧କୁ ଧ୍ୟାନ ଦିବସ ଭାବେ ଘୋଷଣା କରାଯାଇଥିଲା ।
ଧ୍ୟାନର ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ବର କୋଣଅଣୁକୋଣରେ ଧ୍ୟାନକୁ ପହଞ୍ଚାଇବାକୁ ଭାରତ ପ୍ରୟାସ କରିଆସିଛି । ଧ୍ୟାନ ହେଉଛି ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ଧ୍ୟାନ କଲେ ମନୁଷ୍ୟ ଆତ୍ମ ଜ୍ଞାନ ଲାଭ କରେ । ତେଣୁ ଧ୍ୟାନ ପ୍ରତି ଘରେ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।
• ଆଜି ବିଶ୍ବ ଧ୍ୟାନ ଦିବସ
• ଭାରତର ପ୍ରାଚୀନ ସଂସ୍କୃତିର ଅମୂଲ୍ୟ ଉପହାର ଧ୍ୟାନ
• ଧ୍ୟାନ ସ୍ବାସ୍ଥ୍ୟ ଓ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର
• ଜୀବନଶୈଳୀ ପରିବର୍ତ୍ତନ କରିବାରେ ସହାୟକ ହୁଏ ଧ୍ୟାନ
• ଡିସେମ୍ବର ୨୧କୁ ବିଶ୍ବ ଧ୍ୟାନ ଦିବସ ଭାବେ ଘୋଷଣା
• ଧ୍ୟାନ କଲେ ମନୁଷ୍ୟ ଆତ୍ମଜ୍ଞାନ ଲାଭ କରେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)