କୃତ୍ରିମ ବୁଦ୍ଧିମତାର ଉପଯୋଗ ଦ୍ୱାରା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ନୂତନ କାର୍ଯ୍ୟ କ୍ଷେତ୍ର ସୃଷ୍ଟି ହେବା ସହିତ ପ୍ରଚଳିତ ଜୀବନଜୀବିକାର ସ୍ୱରୂପ ମଧ୍ୟ ବଦଳିଛି । ଏହା ମାନବ ସଭ୍ୟତା ପାଇଁ ବରଦାନ ବି ହୋଇପାରେ କିମ୍ବା ଘାତକ ବି ହୋଇପାରେ ବୋଲି ଅନେକ ଚିନ୍ତା ବ୍ୟକ୍ତ କରିଛନ୍ତି । ପୁଣି ଏହି କୃତ୍ରିମ ବୁଦ୍ଧିମତ୍ତାକୁ ଆଧାରକରି ତିଆରି ହେଉଥିବା ଚାଟବଟ୍, ଚାଟ ଜିପିଟି ଏତେ ତ୍ୱରିତ ବେଗରେ କାମ କରୁଛି ଯେ ଏହା ଲୋକଙ୍କର ଜୀବିକା ପାଇଁ ସଙ୍କଟ ସୃଷ୍ଟି କଲାଣି।
ଦୁଇ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଥରିଉଠିଲା ମିଆଁମାର । ଭୁଶୁଡିଲା ଆଇକନିକ୍ ଆଭା ବ୍ରିଜ୍, ମାଟିରେ ମିଶିଲା ସୁଉଚ୍ଚ ଅଟ୍ଟାଳିକା । ଭୂକମ୍ପ ବେଳର ଛାତିଥରା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ।
ଅପରାଧିକ କ୍ଷେତ୍ରରେ ମିଆଁ ବ୍ରଦର୍ସ । ପ୍ରଥମେ ବଡେ ମିଆଁ ଆଉ ଏବେ ମାତିଛି ଛୋଟେ ମିଆଁ । ବଡେ ମିଆଁ ବିରୁଦ୍ଧରେ ସୁନା ଚେନ୍ ଲୁଟ୍ ସହ ରହିଛି ୮ଟି ଅପରାଧିକ ମାମଲା ।
ସ୍ତ୍ରୀର ବିବାହ ଆୟୋଜନ କଲା ସ୍ୱାମୀ । ବୟଫ୍ରେଣ୍ଡ ଆସିଲା ସ୍ତ୍ରୀ ମଥାରେ ସିନ୍ଦୁର ଭରିଲା। ସ୍ୱାମୀ ସେମାନଙ୍କୁ ଆଶୀର୍ବାଦ ଦେଲା ଓ କହିଲା ୨ ଛୁଆକୁ ମୁଁ ରଖିଦେବି, ତୁମେ ତମ ନୂଆ ସ୍ୱାମୀ ସହ ଖୁସିରେ ରୁହ ।
କଂଗ୍ରେସର ପୁନରୁତ୍ଥାନ ଉଦ୍ୟମ କୌଶଳ ଆଗରେ ବିଜୁ ଜନତା ଦଳ ଏକ ପ୍ରକାର ଚକ୍ମା ଖାଇଯାଇଛି । ଯେବେ ଠାରୁ ଭକ୍ତ ଚରଣ ଦାସ ପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ୱ ନେଇଛନ୍ତି, ସେବେ ଠାରୁ ଦଳ ବଳ ଗୋଟାଇବା ଆରମ୍ଭ କରିଛି । ଯାହା ଜଣାପଡୁଛି, ଭକ୍ତ ବର୍ତ୍ତମାନ ଗୋଟିଏ ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ରହିଛନ୍ତି – ତାହା ହେଲା କଂଗ୍ରେସକୁ ଜନସାଧାରଣଙ୍କ ଧାରଣାରେ ଏକ ନିରୋଳା ତଥା ଖାଣ୍ଟି ବିରୋଧୀ ଦଳ ତଥା ବିଜେପିର ବିକଳ୍ପ ଭାବରେ ଉପସ୍ଥାପିତ କରିବା ।
ଚେପକରେ CSK VS RCB କଡ଼ା ଟକ୍କର। ଆଜି ହେବାକୁ ଯାଉଛି ଆଇପିଏଲ 2025 ସବୁଠାରୁ ହାଇଭୋଲଟେଜ୍ ମ୍ୟାଚ । କିଏ ଅଧିକ ପାଓ୍ୱାରଫୁଲ, କାହା ନାଁରେ ଅଧିକ ରେକର୍ଡ ?
ତରବରିଆ ଭାବେ ପୂର୍ବ ସରକାର ଏପରି ନିଷ୍ପତ୍ତି ନେଇଥିଲେ । ଫଳରେ ଅନେକ ସ୍କୁଲ୍ ବନ୍ଦ ହୋଇଯାଇଥିଲା । ବନ୍ଦ ହୋଇଥିବା ସ୍କୁଲର ଛୋଟ ଛୋଟ ପିଲାମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମୋହନ ସରକାର ପୁଣି ବନ୍ଦ ହୋଇଥିବା ସ୍କୁଲ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ହାତୁଡ଼ିରେ ପିଟି ପିଟି ବାପାକୁ ହତ୍ୟା କଲା ମଦ୍ୟପ ପୁଅ । ରାତି ଅଧରେ ମଦ ପିଅ ଘରକୁ ଫେରିବାରୁ ତାଗିଦ୍ କରିଥିଲେ ବୃଦ୍ଧ ବାପା । ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ଘଟାଇଲା ନାରକୀୟ କାଣ୍ଡ । ପଢନ୍ତୁ ପୁରା ଖବର
କାହିଁକି ସାହାଯ୍ୟ ପାଇଲା ପରେ ବି ନଳଙ୍କୁ କର୍କୋଟକ ନାଗ ଦଂଶନ କଲା? କାହିଁକି ପାଗଳୀ ପ୍ରାୟ ଦିଶୁଥିବା ଦମୟନ୍ତୀକୁ ରାଜମାତା ଆଶ୍ରୟ ଦେଲେ? ହଜି ଯାଇଥିବା ଦମୟନ୍ତୀଙ୍କୁ କେମିତି ଖୋଜି ପାଇଲେ ଜଣେ ବ୍ରାହ୍ମଣ ? ଦଂଶନ ପରେ ନଳଙ୍କୁ କ'ଣ କ'ଣ ଉପଦେଶ ଦେଲେ ନାଗରାଜ? ଏଇ ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ରାଜ୍ୟର ଆଉ ୮ ସହରରେ ଗଡ଼ିବ 'ଆମ ବସ୍' । କ୍ରୁଟ୍ର ୪୯ତମ ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦୁର୍ଘଟଣା ରୋକିବାକୁ ସ୍ପିଡ୍ ଉପରେ ଲଗାଯାଇଛି ଅଙ୍କୁଶ । ଇଲେକ୍ଟ୍ରି ବସ୍ ଘଣ୍ଟା ପ୍ରତି ୩୫ କିମି ଓ ଡିଜେଲ୍ ବସ୍ ୪୦ କିମି ସ୍ପିଡରେ ଯିବ ।
ମାର୍ଚ୍ଚ ସରି ସରି ଆସିଲାଣି, ଏପଟେ ପାରଦ ୪୦ ଛୁଇଁଲାଣି । ଏହାରି ଭିତରେ ପାଣି ପାଇଁ ଗାଁ ଗଣ୍ଡାମାନଙ୍କରେ ପଡିଲାଣି ହାହାକାର । କେଉଁଠି ନଈ, ପୋଖରୀ ଶୁଖିଗଲାଣି, ଆଉ କେଉଁଠି ଅଚଳ ହୋଇ ପଡିଲାଣି ନଳକୂପ । ଏମିତି ସ୍ଥିତିରେ ପାଣି ପାଇଁ ନିଇତି ସଂଘର୍ଷ କରୁଛନ୍ତି ଅଧିକାଂଶ ଗାଁର ଲୋକ ।
କାଳବୈଶାଖୀ ପରେ ରାଜ୍ୟରେ ପୁଣି ଫେରିଛି ତାତି । ଆଜିଠୁ ୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ହିଟୱେଭ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୪୦ ଡିଗ୍ରୀ କିମ୍ବା ତା'ଠୁ ଅଧିକ ରହିବ ତାପମାତ୍ରା ।
ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍କୁ ଦାୟୀ କଲେ NHRC ଟିମ୍ । ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଲେ । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ NHRC ।
ଜମ୍ମୁ-କାଶ୍ମୀରରେ କାଠୁଆରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର । ଆତଙ୍କୀଙ୍କ ଗୁଳିମାଡରେ ୩ ଯବାନ ସହିଦ୍ ହୋଇଥିବାବେଳେ ପାଲଟା ଜବାବରେ ୨ ଆତଙ୍କବାଦୀ ନିହତ । କାଠୁଆ ଜିଲ୍ଲାର ଜୁଥାନା ଅଞ୍ଚଳରେ ହୋଇଛି ଏନକାଉଣ୍ଟର ।
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଦିବା ୦୪.୪୭ ଗତେ ମୀନ । ତିଥି- ୧୪ଶୀ ରାତ୍ରି ୦୭.୫୫ ଗତେ ଅମାବାସ୍ୟା । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୦୪.୪୭ ଗତେ ଧନୁ ରାଶିର । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୦.୦୮ ପର୍ଯ୍ୟନ୍ତ ।
ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ୨୦୧୯ରୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି । ହେଲେ ସତ୍ୟପାଠ ଦାଖଲ କରି ଯିଏ ଯାହା ବାଟରେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଖୁବ୍ଶୀଘ୍ର ଦିବ୍ୟାଙ୍ଗମାନେ ହ୍ବିଲଚେୟାରରେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।
ଖୁବ୍ଶୀଘ୍ର ରାଜ୍ୟର ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ଗ୍ରାମର ମାନ୍ୟତା । ଆଜି ବିଧାନସଭାରେ ରାଜସ୍ବ ମନ୍ତ୍ରୀ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି, ନୂଆ ସରକାର ଆସିବା ପରେ ୨୬୩ ପଡ଼ା ଗାଁ ରେଭିନ୍ୟୁ ଭିଲେଜ୍କୁ ପରିବର୍ତ୍ତିତ ହୋଇଥିବା କହିଛନ୍ତି ।
ରାଜ୍ୟରେ ପ୍ରଥମକରି ଏକାକି କ୍ଷମତାକୁ ଆସିବା ପରେ ବିଜେପି ସରକାରକୁ ମୁଖ୍ୟ ବିରୋଧୀ ଦଳ ବିଜେଡି ନୁହେଁ ବରଂ ଏବେ ଅକଳରେ ପକାଉଛି କଂଗ୍ରେସ । ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସର ମୁଖିଆ ପଦବି ସମ୍ଭାଳିବା ପରେ ବଦଳିଯାଇଛି ଦଳର ସୁପ୍ତ ରଣନୀତି ।
ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ, ପୋଲିସ ଆଡ଼କୁ ଢେଲାପଥର-ଅଣ୍ଡା ଟମାଟୋ ବର୍ଷା କରିବା ସାଙ୍ଗକୁ ଗାଡ଼ିରେ ବି ନିଆଁ ଲଗେଇଲେ। ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ ବେଳେ ଆଜି ପୁଣି ଉଗ୍ର ଓ ହିଂସ୍ର ହୋଇଛି କଂଗ୍ରେସ ବିକ୍ଷୋଭ। ଫଳରେ 15 ପୋଲିସ କର୍ମଚାରୀ ଆହତ ହେବା ସହ ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ମଧ୍ୟ ବହୁ କଂଗ୍ରେସ କର୍ମୀ ଆହତ ହୋଇଥିବା ଦଳ ଅଭିଯୋଗ କରିଛି। ଏମିତିକି କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ଓଟିଭି ରିପୋର୍ଟର ପ୍ରଭାତ ବିଷୋୟୀ ମଧ୍ୟ ଆହତ ହୋଇଛନ୍ତି।
ଆଗାମୀ ୩ ଦିନରେ ଦିନ ସମେତ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଏହାପରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ । ତେବେ ଆସନ୍ତାକାଲି କେତେକ ସ୍ଥାନରେ ୪୦ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରହିପାରେ ।
ହୋମଗାର୍ଡ ଚାକିରି ପାଇଁ ଶାରୀରିକ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ସାହେବ । ସେ ଦୌଡରେ ଅଂଶଗ୍ରହଣ କରି ଦୌଡିବା ସମୟରେ ହଠାତ୍ ଗୁରୁତର ହୋଇ ତଳେ ପଡିଯାଇଥିଲେ । ପୋଲିସ ତାଙ୍କୁ ଉଦ୍ଧାରକରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।
ରାଜ୍ୟ ସରକାରଙ୍କ ଅଧିନରେ ଜଣେ ଇଞ୍ଜିନିଅର୍ ଭାବେ କାମ କରୁଥିଲେ । କିନ୍ତୁ ମନେ ମନେ ନିଷ୍ପତ୍ତି ନେଇ ସାରିଥିଲେ, ଅବସର ପରେ ଜଣେ ଭଲ ଚାଷୀ ହେବେ । ଏବେ ତାଙ୍କ ସ୍ୱପ୍ନ ସାକାର ହୋଇଛି। ଗାଁରେ ଟାଙ୍ଗରା ଭୂଇଁରେ ଫଳାଇଛନ୍ତି ସେଓ। ତାହା ପୁଣି ୪୦ ଡିଗ୍ରୀ ଉପର ତାପମାତ୍ରାରେ ।
ଏଣିକି ପିଲାଙ୍କୁ ପୁଷ୍ଟିକର ଲଡୁ ସହ ଅଣ୍ଡା ମିଳିବ । ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ୩ଟି ପୁଷ୍ଟିକର ଲଡୁ ସହ ଏକ ଅତିରିକ୍ତ ଅଣ୍ଡା ମିଳିବ । କାଲିର ନିର୍ଦ୍ଦେଶନାମାରେ ପରିବର୍ତ୍ତନ ନେଇ ଗଣଶିକ୍ଷା ବିଭାଗର ସୂଚନା ।
ଛାତ୍ର ଜଣକ ଏତେ ବଡ ଅର୍ଥ ରାଶି ଦେବା ପାଇଁ ସକ୍ଷମ ନୁହନ୍ତି ବୋଲି କହିଛନ୍ତି। ଏତେ ମୋଟା ଅର୍ଥରାଶିର ଚାଲାଣ ତାଙ୍କୁ ଏବଂ ତାଙ୍କ ପରିବାରକୁ ଶକ୍ତ ଝଟକା ଦେଇଛି । ଅର୍ଥରାଶିକୁ ନବଢାଇ ପୋଲିସ କର୍ମୀ ଭୁଲକୁ ସଂଶୋଧନ କରିବେ ବୋଲି ଆଶାବାଦୀ ରହିଛନ୍ତି ଅନିଲ ।
ଆଜିର ମ୍ୟାଚ୍ରେ ଉଭୟ ଦଳର ଚୁଡ଼ାନ୍ତ ଏକାଦଶ ଉପରେ ସମସ୍ତଙ୍କ ନଜର ରହିବ । ସନରାଇଜର୍ସ ପ୍ରଥମ ମ୍ୟାଚ୍ରେ ଯେଉଁ ଦଳ ସହ ପଡ଼ିଆକୁ ଓହ୍ଲାଇଥିଲା, ସେହି ଦଳ ସହ ଆଜି ମଧ୍ୟ ଖେଳିପାରେ।