ଏଥର ସାବାଡ୍ ହେବେ ସାହୁ ଭାଉଜ ! ଉତୁରିବ ନିଶାଙ୍କ ଅଶ୍ଲୀଳ ନିଶା ! ରାନୀଙ୍କୁ ମନା ହେବ ଖଣ୍ଡଗିରି ! ଯାତ୍ରାମଞ୍ଚକୁ ଭଲ ପାଉଥିବା ଭଦ୍ର ଦର୍ଶକଙ୍କ ପାଇଁ ଏବେ ଏଭଳି ଆଶା ସଞ୍ଚାର ହୋଇଛି ।
ବାରିପଦା ଆରସିସିଏଫଙ୍କ ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ୱାଇଲ୍ଡ ଲାଇଫ୍ ଡିଭିଜିନର ସ୍ପେଶାଲ ଏନଫୋର୍ସମେଣ୍ଟ ୱିଙ୍ଗ୍ ପକ୍ଷରୁ ଗତ ୧୨ ତାରିଖ ରାତିରେ ଏ ଚାରି ଜଣଙ୍କୁ ଗିରଫ ସହ ଏ ବାଘ ଛାଲକୁ ଜବତ କରାଯାଇଛି। ବାଘର ବୟସ ଦେଢ଼ ବର୍ଷ ହେବା ଅନୁମାନ କରାଯାଉଥିଲା ବେଳେ ବାଘଟି ଅଣ୍ଡିରା କି ମାଈ ସ୍ପଷ୍ଟ ହୋଇନାହିଁ।
ଟ୍ରଷ୍ଟ ବୋର୍ଡ ବୈଠକ ପୂର୍ବରୁ ଆଇନମନ୍ତ୍ରୀ- ଠାକୁରଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖି କହିଥିଲେ ଏଭଳି କାର୍ଯ୍ୟ ଦୁର୍ଭାଗ୍ୟଜନକ। ମହାପ୍ରଭୁଙ୍କ ସ୍ବତ୍ତ୍ବଲିପିରେ ରହିଥିବା ଆଇନଗତ ସମସ୍ୟାର ଶୀଘ୍ର ସମାଧାନ କରାଯିବ। ସେବାୟତଙ୍କ ବିବାଦରୁ ପ୍ରଭୁ ଲିଙ୍ଗରାଜ ଉପାସ ରହିବା ନୂଆ ନୁହେଁ।
ଜାତୀୟ ଶିକ୍ଷା ନୀତି (NEP)- ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଗଣଶିକ୍ଷା ବିଭାଗ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍ ପ୍ରସ୍ତୁତି କରାଯିବ।
ବିଜେଡିର ସାଙ୍ଗଠନିକ ନିର୍ବାଚନ ପୁର୍ବରୁ ଏଭଳି ମେଳି ପରମ୍ପରା ଦେଖା ଦେଉଛି, ତାକୁ ନେଇ ରାଜନୀତି ମହଲରେ ବେଶ୍ ଚର୍ଚ୍ଚା ହେଉଛି।
ସାଉଥ୍ ରେଲୱେ ଆପଣଙ୍କ ପାଇଁ ନେଇଆସିଛି ଚାକିରି ସୁଯୋଗ। RRC ରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଭାରତ ପଡୋଶୀ ପାକିସ୍ତାନର ସାହିୱାଲ ଜିଲ୍ଲାରେ ନାଗାଗାତେ ରାସ୍ତା କଡ଼ରେ ଠେଲା ପକାଇ ଖିରି ଓ ପୁରି ବିକ୍ରି କରୁଛନ୍ତି ଜଣେ ବ୍ୟକ୍ତି। ତାଙ୍କ ନାଁ ହେଉଛି ସଲିମ୍ ବଗ୍ଗା। ସିଏ ବିଲକୁଲ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରି ଦେଖାଯାଉଛନ୍ତି। କହିବାକୁ ଗଲେ ସିଏ ନିଜକୁ ଟ୍ରମ୍ପ ପରି ସଜାଇଛନ୍ତି। ନାଲି ତକତକ ଗୋଲ ମୁହଁ, ଟ୍ରମ୍ପଙ୍କ ପରି ମୁଣ୍ଡରେ ଧଳା ଚୁଳ ଓ ଦେହରେ କଳା ସ୍ୱେଟର ପରିଧାନ କରିଛନ୍ତି।
ତନୁଙ୍କ ବିବାହ ଜାନୁଆରୀ ୧୮ ରେ ହେବାର ଥିଲା । ଏହାର ମାତ୍ର ଚାରି ଦିନ ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ମହେଶ ଗୁର୍ଜରଙ୍କୁ ଗିରଫ କରାଯାଇଛି ଏବଂ ହତ୍ୟାରେ ବ୍ୟବହୃତ ପିସ୍ତଲ ମଧ୍ୟ ଜବତ କରାଯାଇଛି। ରାହୁଲଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଆରମ୍ଭ ହୋଇଛି।
ବିଜୁ ଜନତା ଦଳର ପରିବାର ଯଦି ବିଜୁ ଜନତା ଦଳ ପଛରେ ପଡ଼ିବେ, ବିଜେଡିର ଆଉ ଭବିଷ୍ୟତ ରହିବ ନାହିଁ। ବିଜେଡି ସମାପ୍ତ ହୋଇଯିବ ବୋଲି ଯାଜ୍ଞସେନୀ କହିଛନ୍ତି।
ଷ୍ଟିଭ ଜବ୍ସ ଏହି ଚିଠିକୁ ତାଙ୍କ ୧୯ତମ ଜନ୍ମଦିନର ପାଳର ଦିନକ ପୂର୍ବରୁ ବାଲ୍ୟ ବନ୍ଧୁ ଟିମ ବ୍ରାଉନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ଏତେ କମ ବୟସରେ ସେ କେତେ ଆଧ୍ୟାତ୍ମବାଦୀ ଥିଲେ ଏବଂ କେତେ ଆତ୍ମବିଶ୍ଳେଷଣ କରୁଥିଲେ ଏହି ଚିଠିରୁ ତାହାର ଝଲକ ଦେଖିବାକୁ ମିଳେ । ଷ୍ଟିଭ ଜବ୍ସ ଜୈନ ବୌଦ୍ଧ ଧର୍ମ ଉପରେ ଖୁବ ବିଶ୍ୱାସ ରଖୁଥିଲେ ଏବଂ ସେ କୁମ୍ଭମେଳାରେ ଯୋଗ ଦେବା ପାଇଁ ଭାରତ ଯିବାକୁ ଚାହୁଁଥିଲେ ବୋଲି ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।
ଭାରତୀୟ ରେଳପଥର ଉତ୍ପତ୍ତି ୧୬୦ ବର୍ଷ ପୂର୍ବରୁ ଇଂରେଜ ଶାସନ ସମୟରୁ ଆରମ୍ଭ ହୋଇଥିଲା । ଭାରତରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ୧୮୫୩ ମସିହା ଏପ୍ରିଲ୍ ୧୬ ତାରିଖରେ ମୁମ୍ବାଇର ବୋରି ବନ୍ଦରରୁ ଥାନେ ପର୍ଯ୍ୟନ୍ତ ଚଳାଚଳ କରୁଥିଲା ।
ବୁର୍ଜ ଖଲିଫା ଏତେ ଉଚ୍ଚ ଯେ ଏହାକୁ ୧୦୦ କିଲୋମିଟର ଦୂରରୁ ଦେଖିହେବ। ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ଇଞ୍ଜିନିୟରିଂ ଏବଂ ଡିଜାଇନ୍ ଅତୁଳନୀୟ, ଯାହା ଯୋଗୁଁ ଏହାକୁ ସ୍ଥାପତ୍ୟ ଚମତ୍କାରିତାର ପ୍ରତୀକ ଭାବରେ ସ୍ୱୀକୃତି ଦିଆଯାଇଛି। ବୁର୍ଜ ଖଲିଫା ବିଳାସପୂର୍ଣ୍ଣ ପରିବେଶ ଏବଂ କାର୍ଯ୍ୟକ୍ଷମତାର ମିଶ୍ରଣ ।
ଆମେରିକାରେ ଅଗ୍ନିକାଣ୍ଡ କାରଣରୁ ୨୦୨୫ ଏକାଡେମୀ ଆୱାର୍ଡସ୍କୁ ନେଇ ଚିନ୍ତା ବୃଦ୍ଧି ପାଇଛି। ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଅଗ୍ନିକାଣ୍ଡ ହେତୁ ୯୭ତମ ଏକାଡେମୀ ଆୱାର୍ଡସ୍ ବାତିଲ ହେବାକୁ ଯାଉଛି।
ମନୁଙ୍କ ସମେତ ଏକାଧିକ ଆଥଲେଟଙ୍କ ପଦକର ରଙ୍ଗ ଛାଡି ଯାଇଥିଲା। ପଦକ ଖରାପ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ପଦକ ଗୁଡିକ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି।
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।
ରଜନୀକାନ୍ତ ଫିଲ୍ମ 'ଜେଲର ୨' ସହିତ ପରଦାକୁ ଆସୁଛନ୍ତି। ଏହାର ଟିଜର୍ ରିଲିଜ ହୋଇଛି। ଏଥିରେ ରଜନୀକାନ୍ତଙ୍କୁ ଆକ୍ସନ୍ ପୋଜ୍ରେ ଦେଖିବାକୁ ମିଳୁଛି। ୭୪ ବର୍ଷ ବୟସରେ ବି ସେ ପରଦାରେ ଦମଦାର୍ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ।
ଏହି ଅଗ୍ନିକାଣ୍ଡ ପୂର୍ବରୁ ପ୍ରଶାନ୍ତ ମହାସାଗରୀୟ ପାଲିସାଡେସ୍ରେ 24,000 ଏକର ଜମି ନଷ୍ଟ କରିସାରିଛି ଏବଂ ପ୍ରାୟ 14,000 ଏକର ଆଲଟାଡେନା ସମ୍ପ୍ରଦାୟକୁ ଧ୍ୱଂସ କରିଦେଇଛି।
କଂଗ୍ରେସ ମୁଖ୍ୟାଳୟକୁ ମିଳିଲା ନୂଆ ଠିକଣା । କଂଗ୍ରେସର ବରିଷ୍ଠ ନେତ୍ରୀ ତଥା କଂଗ୍ରେସ ସଂସଦୀୟ ଦଳ ମୁଖ୍ୟ ସୋନିଆ ଗାନ୍ଧି ଦିଲ୍ଲୀରେ କଂଗ୍ରେସର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ , ରାହୁଲ ଗାନ୍ଧିଙ୍କ ସମେତ ପ୍ରାୟ ୪୦୦ ନେତା ଉପସ୍ଥିତ ଥିଲେ ।
ମହାକୁମ୍ଭ ଇତିହାସ ବହୁତ ପୁରୁଣା । କେତେକ ଗ୍ରନ୍ଥ ଅନୁଯାୟୀ, ସତ୍ୟଯୁଗରୁ ପ୍ରଥମ କୁମ୍ଭମେଳା ଆୟୋଜିତ ହୋଇଥିବା ବିଶ୍ୱାସ କରାଯାଏ । ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏହି ଭବ୍ୟ ମେଳା । ଆଉ କିଛି ଲୋକଙ୍କ ଅନୁସାରେ, ସମୁଦ୍ର ମନ୍ଥନ ପରେ ପରେ ଆରମ୍ଭ ହୋଇଥିଲା କୁମ୍ଭମେଳା । ଏ ବିଷୟରେ ବିସ୍ତୃତ ସୂଚନା ଉପଲବ୍ଧ ନାହିଁ । ପଣ୍ଡିତମାନଙ୍କ ଅନୁଯାୟୀ କୁମ୍ଭର ପରମ୍ପରା ହଜାରେ ବର୍ଷ ପୁରୁଣା।
ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୋକ ୟେଓଲଙ୍କୁ ବୁଧବାର ପୋଲିସ ଗିରଫ କରିଛି। ସେନାବାହିନୀ ପାଇଁ ନୂତନ ଆଇନ ପ୍ରଣୟନ କରିବାର ଏକ ମାସ ମଧ୍ୟରେ ୟୁନଙ୍କୁ ପୋଲିସ ଗିରଫ କରିଛି।
ସୁବର୍ଣ୍ଣପୁର ଜିଲ୍ଲା ହିକୁଡ଼ି ଫାଣ୍ଡି ଅନ୍ତର୍ଗତ ଧର୍ମଶାଳାରେ ବଡ ଧରଣର ଡ଼କାୟତି ହୋଇଛି । ମାଲିକଙ୍କୁ ଲହୁ ଲୁହାଣ କରି ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କା।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୦,୦୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୩,୪୦୦ ଟଙ୍କା ରହିଛି ।
ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ଯୁବତୀ ୪୮ ଘଣ୍ଟା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛି। କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଯୁବତୀଙ୍କ ମୁଣ୍ଡରେ ଗଭୀର ଆଘାତ ସହ ଶରୀରରେ କ୍ଷତ ଚିହ୍ନ ରହିଥିଲା।
ଟ୍ରାଫିକ ଜାମ ହଟାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନୂତନ ନିୟମ ଲାଗୁ କରାଯିବ। ପାର୍କିଂ ପାଇଁ ସ୍ଥାନ ନଥିଲେ କୌଣସି ବ୍ୟକ୍ତି କାର କିଣି ପାରିବେ ନାହିଁ ବୋଲି ନିୟମ କରାଯିବାର ସମ୍ଭାବନା ରହିଛି।
ଆଜି ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ। ବହୁଗୁଣ ବଢ଼ିବ ନୌବୀରଙ୍କ ବଳ। ସାମିଲ ହେବ ତିନି ତିନିଟି ଯୁଦ୍ଧ ଜାହାଜ। ମୁମ୍ବାଇ ନାଭାଲ ଡକୟାର୍ଡରେ ଆଜି INS ସୁରତ, INS ନୀଲଗିରି ଓ INS ବାଘଶିରକୁ ଦେଶକୁ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।