/odishatv-khabar/media/media_files/2025/12/18/home-guard-job-exam-2025-12-18-11-21-13.jpg)
Home-Guard-Job-Exam Photograph: (OTV)
ପାଠପଢ଼ି ମାଳମାଳ ଉଚ୍ଚଶିକ୍ଷିତ ବେକାରୀ । ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ୫ମ ପାସ୍ । କିନ୍ତୁ ପରୀକ୍ଷା ଦେଲେ ଗ୍ରାଜୁଏଟ୍-ପିଜି ପିଲା । ସମ୍ବଲପୁରରେ ବେକାରୀର ଏ ବିକଳ ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୧୮୭ଟି ହୋମଗାର୍ଡ ପଦ ପାଇଁ ୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଖୋଲା ଆକାଶ ତଳେ ଚାଲିଛି ଚାକିରି ପାଇଁ କାଗଜ କଲମର ଯୁଦ୍ଧ । ଯିଏ ଧାର୍ଯ୍ୟ ମାର୍କ ଠାରୁ ଅଧିକ ମାର୍କ ରଖିବ ସିଏ ନିଯୁକ୍ତି ପାଇବ । ପାଠପଢ଼ି ଚାକିରି ନମିଳିବାରୁ ଯୁବପିଢ଼ିଙ୍କ ଭବିଷ୍ୟତ ଏବେ ଦିଗହରା ହୋଇଛି ।
ଜମାଦାରପାଲି ଏୟାରଷ୍ଟ୍ରିପରେ ଚାଲିଥିଲା ହୋମଗାର୍ଡ ନିଯୁକ୍ତି ପରୀକ୍ଷା । ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ୧୮୭ ହୋମ୍ ଗାର୍ଡ ପଦବୀ ଖାଲି ଥିବାରୁ ଏଥିଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେଣୁ ପ୍ରାୟ ୧୧ ହଜାରରୁ ଅଧିକ ଆଶାୟୀ, ଚାକିରି ପାଇଁ ଆବେଦନ କରିଥିଲେ । ଗୃହରକ୍ଷୀ ପଦବୀ ଲାଗି ଏତେ ସଂଖ୍ୟାରେ ପିଲାଙ୍କ ଆବେଦନକୁ ନେଇ କର୍ତ୍ତୃପକ୍ଷ ଏୟାରଷ୍ଟ୍ରିପ ଭଳି ସ୍ଥାନକୁ ଲିଖିତ ପରୀକ୍ଷା ପାଇଁ ବାଛିଥିଲେ । ଆଉ ଖୋଲାମେଲାରେ ପରୀକ୍ଷା ଦେଇଥିଲେ ପରୀକ୍ଷାର୍ଥୀ । ଗୃହରକ୍ଷୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ଥିବା ବେଳେ ଅନେକ ଉଚ୍ଚଶିକ୍ଷିତ ଯୁବକଯୁବତୀ ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଥିଲା ।
ଆମ ରାଜ୍ୟର ବେକାରୀ ସମସ୍ୟାକୁ ଏ ଚିତ୍ର ପଦାରେ ପକାଇ ଦେଇଛି । ସାଧାରଣ ଚାକିରିଟିଏ ପାଇଁ ଏବେର ଯୁବପିଢ଼ି କିଭଳି ପରିଶ୍ରମ ଜାରି ରଖିଛି ଏ ଚିତ୍ର ବର୍ଣ୍ଣନା କରୁଛି ।
Baula Amavasya: ଆମ୍ବ ଗଛର ପୂଜା, ବଉଳ ଅମାବାସ୍ୟାର ପର୍ବ, ରହିଛି ଗଇଁଠା ପିଠାର ସ୍ୱତନ୍ତ୍ରତା

Dhauli Gangrape Case: ଧଉଳି ଗଣଦୁଷ୍କର୍ମ: ବନ୍ଧା ହେଲା ଜୋକର ହାପି

Massive Fire Breaks Out In Slums: ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଶହ ଶହ ଘର

Delhi Pollution: ପ୍ରଦୂଷଣରେ ଅଣନିଶ୍ବାସୀ ଦିଲ୍ଲୀ, ବିଭିନ୍ନ ସ୍ଥାନରେ ଜିରୋ ଭିଜିବିଲିଟି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)