Advertisment

Weekly Horoscope From 22nd December 2025 To 28th December 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଜରୁରୀ କାମରେ ସଫଳ ହେବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

author-image
Deepak Acharya
Weekly Horoscope

ମେଷ-
ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଳେଇବେ । କର୍ମକ୍ଷେତ୍ରରେ ଶତ୍ରୁମାନେ ବିପଦରେ ପକେଇବା ପାଇଁ ଚେଷ୍ଟା କରିବେ । ସ୍ୱାସ୍ଥ୍ୟ ପାଇଁ ଅଧିକରୁ ଅଧିକ ସତର୍କ ରହିବା ଆବଶ୍ୟକ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇ ବ୍ୟାୟାମ କରିବା ଆବଶ୍ୟକ । ଅନ୍ୟର ଉପକାର କରି ନିଜେ କ୍ଷତିରେ ପଡିପାରନ୍ତି । ଆନୁଷ୍ଠାନିକ କାମରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ବନ୍ଧୁଙ୍କ ଅନୁରୋଧ ନୂତନ ସ୍ଥାନ ବୁଲିଯିବାର ସମ୍ଭାବନା ରହିଛି । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର-ମହାମୃତ୍ୟୁଞୟ ମନ୍ତ୍ର  ପାଠ କରନ୍ତୁ
ବୃଷ-
ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଜରୁରୀ କାମରେ ସଫଳ ହେବେ। ଟଙ୍କାପଇସା ଦେବାନେବାରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ନୂଆ ମଉକା ପାଇବେ। ଅଫିସରେ କୌଣସି କାମକୁ ନେଇ ସହକର୍ମୀଙ୍କ ସହିତ ବିଚାରବିମର୍ଶ କରିବେ। ବେକାର ଯୁବକଯୁବତୀଙ୍କ ଲାଗି ରୋଜଗାରର ଭଲ ଅବସର ଆସିବ। ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ହେବ। ଭାଇଭଉଣୀଙ୍କ ସହିତ ସମ୍ବନ୍ଧ ବହୁତ ଭଲ ହେବ। ଛାତ୍ରଛାତ୍ରୀଙ୍କର ବନ୍ଧୁମାନଙ୍କ ସହିତ ମିଳାମିଶା ବଢ଼ିବ। ଶାରୀରିକ ଦୃଷ୍ଟିରୁ ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ
ମିଥୁନ-
ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ସଫଳ ହେବେ । ଅର୍ଥିକ ବୃଦ୍ଧି ହେବା ଫଳରେ ସ୍ଥାନମାନ ପ୍ରତି ବିପଦ କଟିଯିବ । ନିଜ ଜିଦ୍ ରେ ଅଟଳ ରହି କାମ ହାସଲ କରିବେ । ରାଜନୈତିକ କ୍ଷେତ୍ରରେ ପୁରୁଖାନେତାଙ୍କ ପାଇଁ ଆଶା ଉଜ୍ଜ୍ୱଳ ହେବାର ଦେଖାଦେବ । ଧାତୁଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ସମ୍ଭାବନା ରହିଛି । କଳା, ସାହିତ୍ୟ, ସଙ୍ଗୀତ ଓ କ୍ରୀଡା କ୍ଷେତ୍ରରୁ ସୁନାମ ଅର୍ଜନ କରିବେ । ସାଧାରଣ କଥାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେବ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
କର୍କଟ-
ନିଜ ଶକ୍ତିକୁ ଠିକ୍ ଦିଶାରେ ଲଗାନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଜରୁରୀ କାମରେ ବରିଷ୍ଠ ସାହାଯ୍ୟ କରିବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ କୌଣସି ଖବରକୁ କଭରେଜ୍ ପାଇଁ ଅଧିକ ଯାତାୟାତ କରିବେ। ଆଇନଜୀବୀ କୌଣସି ମକଦ୍ଦମାକୁ ନେଇ ବ୍ୟସ୍ତ ରହିବେ। ଯେଉଁମାନେ ଦୀର୍ଘଦିନ ଧରି ବାହାରେ ରହୁଛନ୍ତି ସେମାନେ ଜୀବନସାଥୀ ସହିତ ମିଶିବାର ମଉକା ପାଇବେ। ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂରହେବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ
ସିଂହ-
ସାମାଜିକ କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଖୁସୀ ହେବେ । ସରକାରୀ ସାହାଯ୍ୟ ପାଇବା ଫଳରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ । ଅଯଥା ରାଗି ଅନ୍ୟମାନଙ୍କ ସହ ଥିବା ସମ୍ପର୍କକୁ ଖରାପ କଲା ଭଳି କାମ କରନ୍ତୁ ନାହିଁ । ସାମ୍ବାଦିକ ମାନେ କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ । ବ୍ୟବସାୟରେ ଆଶାତୀତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଯୋଗାଯୋଗ କରିପାରନ୍ତି । ପରିବହନ କ୍ଷେତ୍ରରେ ସମସ୍ୟାର ସମାଧାନ କୌଣସି ସହୃଦୟବ୍ୟକ୍ତିଙ୍କ ଦ୍ୱାରା ହୋଇପାରେ ।  ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ । ଅର୍ଥାଭାବ ଯୋଗୁ କେତେକ କାମ ଅସମ୍ପୂର୍ଣ୍ଣ ରହିପାରେ । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଶ୍ରୀବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା-
ପୂର୍ବରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବା ଯୋଗୁଁ ଆପଣଙ୍କୁ ମାନସିକ ଶାନ୍ତି ମିଳିବ। କୌଣସି ଏଭଳି ଲୋକଙ୍କ ସହିତ ସାକ୍ଷାତ୍ ହେବ ଯିଏ ଆପଣଙ୍କ ବ୍ୟବସାୟ ଲାଗି ସାହାଯ୍ୟକାରୀ ହେବେ। ଆର୍ଥିକ ସ୍ଥିତି ବହୁତ ଭଲ ହେବ। ଅଫିସ କାମ ପ୍ରତି ସମୟ ଅନୁକୂଳ। ବରିଷ୍ଠ ଆପଣଙ୍କ କଥାକୁ ଗମ୍ଭୀରତାରେ ଗ୍ରହଣ କରିବେ। ଆପଣଙ୍କ ଲାଗି କୌଣସି ଭଲ ଜାଗାରେ ଚାକିରି ସୁଯୋଗ ଆସିପାରେ। ପରିବାରରେ ଧାର୍ମିକ କାର୍ଯ୍ୟ ଆୟୋଜନ ହୋଇପାରେ। ପ୍ରେମ ଜୀବନ ମଧୁର ରହିବ। ବାଣିଜ୍ୟ ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ସୁଯୋଗ ପାଇବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ  
ତୁଳା-
ଶରୀର ପିଡା ଦୂରହୋଇ ସ୍ୱାସ୍ଥ୍ୟ ଠିକ୍ ରହିବ । କର୍ମ କ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ । ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । ଘର ଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶୁକ୍ର ଦେବଙ୍କର ବିଜ ମନ୍ତ୍ର ପାଠ କରନ୍ତୁ
ବିଛା-
ଚେଷ୍ଟାରେ ସଫଳ ହେବେ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କର ଧନଲାଭ ହେବ। କର୍ମଜୀବୀ ମହିଳା ଅଫିସରେ କର୍ତ୍ତୃପକ୍ଷଙ୍କଠାରୁ ପ୍ରୋତ୍ସାହନ ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବିରୋଧୀ ପକ୍ଷ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ଆପଣଙ୍କ ବ୍ୟବହାର ପରିବାରରେ ଭଲ ପରିବେଶ ସୃଷ୍ଟି କରିବ। ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା କରିବେ। ଡାକ୍ତରୀ ଛାତ୍ରୀ ବଡ଼ ଡାକ୍ତରଙ୍କ ସହ କାମ କରିବାର ଅବସର ପାଇବେ। ଇଂଜିନିୟର ଛାତ୍ରଙ୍କ ଲାଗି ବଡ଼ କଂପାନିରେ ଚାକିରି ସୁଯୋଗ ଆସିବ। ବରିଷ୍ଠ ବ୍ୟକ୍ତିମାନେ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯  
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ 
ଧନୁ-
ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ପୁରାତନ ରୋଗର ପୀଡା ବୃଦ୍ଧି ପାଇବ, ଏଣୁ ପୂର୍ବରୁ ସତର୍କ ରହିବା ଭଲ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ସମ୍ପନ୍ନ ହେବା ଯୋଗୁ ମାନସିକ ଶାନ୍ତି ଲାଭ କରିବେ । ଅଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ । ରାଜନୈତିକ କ୍ଷେତ୍ରରେ ଶତୃତା କମିଯିବା ଫଳରେ ପ୍ରତିଷ୍ଠିତ ହୋଇପାରିବେ । ରଚନାତ୍ମକ କାର୍ଯ୍ୟ, ଗବେଷଣା, ସାହିତ୍ୟ ସାଧନା, ଶିଳ୍ପ ଓ କାରିଗରି କ୍ଷେତ୍ରରୁ ପ୍ରଶଂସା ମିଳିବ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
ମକର-
ସକାରାତ୍ମକ ଭାବନା ନେଇ ଆଗକୁ ବଢ଼ିବେ। ବ୍ୟବସାୟ ସମ୍ବନ୍ଧୀୟ କୌଣସି ସମ୍ମିଳନୀକୁ ଯିବା ପୂର୍ବରୁ ନିଜକୁ ଭଲଭାବେ ପ୍ରସ୍ତୁତ କରନ୍ତୁ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଅଫିସ କାମ ସଂପୂର୍ଣ୍ଣ କରିବାର ସଫଳତା ପାଇବେ। ଅଧିକାରୀବର୍ଗ ଆପଣଙ୍କ କାମ‌ରେ ଖୁସି ରହିବେ। ସାମାଜିକ କାର‌୍ୟ୍ୟରେ ସହଯୋଗ ଦିଅନ୍ତୁ ମାନସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ। କୌଣସି ଧାର୍ମିକ ଆୟୋଜନକୁ ଯିବାର ଅବସର ପାଇବେ। ଲେଖାପଢ଼ାରେ ଶିକ୍ଷାର୍ଥୀଙ୍କର ମନ ଲାଗିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ-
ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଇଚ୍ଛା ବିରୋଧରେ କୌଣସି କାମ କରିବାକୁ ପଡିପାରେ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ପରିବାର ଜନଙ୍କ ଠାରୁ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । କେତେକ କ୍ଷେତ୍ରରେ ଜାଣି ଶୁଣି ମଧ୍ୟ ନୀରବ ରହିବାକୁ ପଡିବ । ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । ଖଳ ଲୋକ ମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ପ୍ରତି ମନ ଦିଅନ୍ତୁ ନାହିଁ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ
ମୀନ-
ଆପଣଙ୍କ କଳ୍ପନାଶକ୍ତି ଲକ୍ଷ୍ୟ ପ୍ରାପ୍ତିରେ ସହାୟକ ହେବ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ବ୍ୟବସାୟରେ ଭାଗୀଦାରିଙ୍କ ସହ ସମ୍ବନ୍ଧ ଭଲ ହେବ। ସକାରାତ୍ମକ ମାନସିକତା ଚାକିରିରେ ଉନ୍ନତି ଆଣିଦେବ। ସାମାଜିକ ଜୀବନ ଭଲ ରହିବ। କିଛି ନୂଆ ଲୋକଙ୍କ ସହ ଯୋଡ଼ି ହେଇପାରନ୍ତି। କୌଣସି ବନ୍ଧୁଙ୍କ ଆଗମନରେ ଘରେ ଖୁସିର ପରିବେଶ ସୃଷ୍ଟି ହେବ। ଜୀବନସାଥୀଙ୍କୁ ସମୟ ଦିଅନ୍ତୁ ସମ୍ବନ୍ଧରେ ମଧୁରତା ବଢ଼ିବ। ଫାଇନ୍ ଆର୍ଟ ଛାତ୍ର ସଫଳତାର କିରଣ ଦେଖିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାଇକ୍ ଚଳାଇବା ସମୟରେ ସଚେତ ରହିବାର ଆବଶ୍ୟକତା ରହିଛି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

Advertisment
Horoscope Weekly Horoscope
Advertisment
Related Articles
Advertisment