Advertisment

Top Jaish-e-Mohammad Commander Killed : ଟଳିଲା ଜେଇଏମ୍ କମାଣ୍ଡର, M4 ଅଟୋମେଟିକ୍ ରାଇଫଲ୍ ଜବତ

ଜମ୍ମୁ-କାଶ୍ମୀର କାଠୁଆରେ ଭାରତୀୟ ସେନାର ଏନକାଉଣ୍ଟରରେ ସଫା ଜୈସ୍-ଇ-ମହମ୍ମଦର ଟପ୍ କମାଣ୍ଡର। M4 ଅଟୋମେଟିକ୍ ରାଇଫଲ୍ ଜବତ କରାଯାଇଛି।

author-image
Chinmayee Sahoo
Encounter

Encounter Photograph: (OTV)

ଜମ୍ମୁ-କାଶ୍ମୀର କାଠୁଆରେ ଭାରତୀୟ ସେନାର ଏନକାଉଣ୍ଟରରେ ସଫା ଜୈସ୍-ଇ-ମହମ୍ମଦର ଟପ୍ କମାଣ୍ଡର। ସେନାର ଗୁଳି ବିନିମୟରେ ଭିତରେ ଟଳିପଡ଼ିଛି ଆତଙ୍କବାଦୀ ତଥା ଜେଇଏମ୍ କମାଣ୍ଡର ଉସମାନ। 

Advertisment

କିସ୍ତୱାର ଜିଲ୍ଲାରେ ୧୨ ହଜାର ଫୁଟ ଉଚ୍ଚରେ ଥିବା ଜେଇଏମ୍ ଆତଙ୍କବାଦୀଙ୍କ ଏକ ଭୂତଳ ଆଡ୍ଡାକୁ ଭାରତୀୟ ସୁରକ୍ଷା ବାହିନୀ ପ୍ରଥମେ ଧ୍ୱଂସ କରିଥିଲେ। ଏହାର କିଛି ଦିନ ପରେ ହୋଇଥିଲା ବଡ଼ ଏନକାଉଣ୍ଟର। ଯେଉଁଥିଲେ ନିହତ ହୋଇଥିଲା ଉସମାନ। 

ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ଆତଙ୍କବାଦୀ ନିକଟରେ ଥିଲା M4 ଅଟୋମେଟିକ୍ ରାଇଫଲ୍। ଯାହାକୁ ଜବତ କରାଯାଇଛି। ଏହାବ୍ୟତୀତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା ବି ଜବତ କରିଛି ଭାରତୀୟ ସେନା। ଚାରିଆଡ଼େ ପ୍ରବେଶ ଏବଂ ପ୍ରସ୍ଥାନ ଥିବା ଏହି ଆଡ୍ଡା ତଥା ବଙ୍କରରେ ଏକକାଳୀନ ୪ରୁ ଅଧିକ ଆତଙ୍କବାଦୀ ରହିପାରିବେ। 

Advertisment

ଯେଉଁଠି ଖାଦ୍ୟଦ୍ରବ୍ୟ ସହ ରନ୍ଧନ ଗ୍ୟାସ୍, ଦେଶୀ ଘିଅ ଏବଂ କମ୍ବଳ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ରଖିଥିଲେ ଆତଙ୍କବାଦୀ। ତେବେ ସେନା ଏବଂ ସିଆରପିଏଫ ଯବନା ମିଳିତ ଅପରେସନ କରି ଏହାକୁ ଧ୍ବଂସ କରିଦେଇଛନ୍ତି।

ଘାଟୀରେ ଜୈସ୍ ଆତଙ୍କୀ ସଫା
ଜମ୍ମୁ କାଶ୍ମୀର କାଠୁଆରେ ଭାରତୀୟ ସେନାର ଏନକାଉଣ୍ଟର
ଏନକାଉଣ୍ଟରରେ ଜୈସ୍-ଇ-ମହମ୍ମଦର ଟପ୍ କମାଣ୍ଡର ନିହତ
ସେନାର ଗୁଳି ବିନିମୟରେ ଟଳିଛି ଜେଇଏମ୍ କମାଣ୍ଡର ଉସମାନ
କିସ୍ତୱାର ଜିଲ୍ଲାରେ ୧୨ ହଜାର ଫୁଟ ଉଚ୍ଚରେ ଥିବା ଭୂତଳ ଆଡ୍ଡା ଧ୍ବଂସ
ଚାରିଆଡ଼େ ପ୍ରବେଶ ଏବଂ ପ୍ରସ୍ଥାନ ଥିବା ଭୂତଳ ଆଡ୍ଡା ଧ୍ବଂସ
ନିହତ ଆତଙ୍କୀଠାରୁ M4 ଅଟୋମେଟିକ୍ ରାଇଫଲ୍ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ

Jammu And Kashmir Jaish Terrorist Jaish-e-Mohammad Encounter
Advertisment
Related Articles
Advertisment