Advertisment

Minor Boy Critically Injured: ଶ୍ରୀମନ୍ଦିରରେ ଅଘଟଣ; ପୋଲିସ ମାଡ଼ରେ ନାବାଳକ ଗୁରୁତର

ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ନାବାଳକ ଗୁରୁତର ଅଭିଯୋଗ। ତାଙ୍କୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Chinmayee Sahoo
Srimandir

Srimandir Photograph: (OTV)

ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ନାବାଳକ ଗୁରୁତର ଅଭିଯୋଗ। ତାଙ୍କୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ପଡିଲେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଯିବ ବୋଲି କହିଛନ୍ତି ଡାକ୍ତର । 

Advertisment

ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ ପତ୍ନୀ ଓ ନାବାଳକ ପୁଅ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। ବାହାର କାଠ ନିକଟରେ ସେମାନେ ଦର୍ଶନ କରୁଥିବା ବେଳେ ଗହଳି ଭିତରେ ଜଣେ ପୋଲିସ ପୋଷାକଧାରୀ ତାଙ୍କ ପୁଅକୁ ବାଡେଇଥିଲେ। 

ଏହାର ପ୍ରତିବାଦ କରିବାରୁ ପୋଲିସ ଜଣକ ପୁଣି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୁରୀ ଏସପିଙ୍କୁ ଏସମ୍ପର୍କରେ ଖବର ଦେବା ପରେ ସିଟି ଡିଏସପି, ସିଂହଦ୍ୱାର ଥାନା ଅଧିକାରୀ ଓ କୁମ୍ଭାରପଡ଼ା ଥାନା ଅଧିକାରୀ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।

Advertisment

ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ନାବାଳକ ଗୁରୁତର 
ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି
ଭଣ୍ଡାରିପୋଖରୀ ଅଞ୍ଚଳର ପରିବାର ଦର୍ଶନ ପାଇଁ ଆସିଥିବା ବେଳେ ମାଡ
ପୁରୀ ଏସପିଙ୍କ ନେତୃତ୍ବରେ ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି ପୋଲିସ

Srimandir Puri Sri Jagannath Temple
Advertisment
Related Articles
Advertisment