/odishatv-khabar/media/media_files/2026/01/24/maoists-killed-2026-01-24-08-16-14.jpg)
Maoists Killed Photograph: (OTV)
ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ଆଉ ୨ ନକ୍ସଲ୍। ଟପ୍ ଦୁଇ ମାଓ କ୍ୟାଡର୍ ନିହତ। ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସୁରକ୍ଷା ବଳର ସର୍ଚ୍ଚ ଅପରେସନ ବେଳେ ଆଉ ୨ ମାଓବାଦୀ ନିହତ ହୋଇଛନ୍ତି। ଏହି ଅପରେସନରେ ଏପର୍ଯ୍ୟନ୍ତ ମୋଟ୍ ୧୮ ଜଣ ମାଓବାଦୀ ନିହତ ହେଲେଣି ।
ଗତ ଗୁରୁବାର ସୁରକ୍ଷା ବାହିନୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ବେଳେ ଟଳିଥିଲେ ୧୬ ମାଓବାଦୀ । ଗତକାଲି ପୁଣି ସୁରକ୍ଷା ବଳର ସର୍ଚ୍ଚ ଅପରେସନ୍ ବେଳେ ଆଉ ୨ ଟପ୍ କ୍ୟାଡର୍ ମାଓବାଦୀ ନିହତ ହୋଇଛନ୍ତି । ମୃତକ ଦୁଇ ମାଓବାଦୀ ରପା ମୁଣ୍ଡା ଓ ସମା। ସରଣ୍ଡା ଜଙ୍ଗଲରୁ ମାଓ ଦମନକୁ ଜୋରଦାର କରିଛନ୍ତି ଝାଡ଼ଖଣ୍ଡ-ଓଡିଶା ପୋଲିସ।
ଘଟଣାସ୍ଥଳରୁ ବିପୁଳ ମାରଣାସ୍ତ୍ର, ଅତ୍ୟାଧୁନିକ ଇନ୍ ସାସ୍ ରାଇଫଲ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ନକ୍ସଲଙ୍କୁ ଖୋଜିବାକୁ ହେଲିକପ୍ଟର ଓ ଡ୍ରୋନ୍ ବ୍ୟବହାର କରାଯାଇଛି। ଆକାଶମାର୍ଗରୁ ଜଙ୍ଗଲ ଭିତରେ ନକ୍ସଲଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଓଡ଼ିଶା ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।
ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ଫୁଟୁଛି ଗୁଳି
ସର୍ଚ୍ଚ ଅପରେସନ୍ ବେଳେ ଟଳିଲେ ଆଉ ୨ ଟପ୍ କ୍ୟାଡର ମାଓବାଦୀ
ଅପରେସନରେ ଏପର୍ଯ୍ୟନ୍ତ ନିହତ ହେଲେଣି ୧୮ ଜଣ ମାଓବାଦୀ
ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କୁ ଖୋଜିବାକୁ ହେଲିକପ୍ଟର ଓ ଡ୍ରୋନ୍ ବ୍ୟବହାର
ଓଡ଼ିଶା ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି
Minor Boy Critically Injured: ଶ୍ରୀମନ୍ଦିରରେ ଅଘଟଣ; ପୋଲିସ ମାଡ଼ରେ ନାବାଳକ ଗୁରୁତର

Bhubaneswar Turns Restless at Night: ରାତିରେ ଅଶାନ୍ତ ରାଜଧାନୀ ଭୁବନେଶ୍ବର, ଗୋଡ଼ାଇ ଗୋଡ଼ାଇ ହାଣିଲେ

Traffic Chaos Grips Bhubaneswar: ରାଜଧାନୀବାସୀଙ୍କୁ କନ୍ଦେଇଲାଣି ଟ୍ରାଫିକ୍ ଯନ୍ତ୍ରଣା, ସନ୍ଧ୍ୟା ପରେ ଯିବାକୁ ଡର

Odisha Census Begins After 15 Years: ଏଥର ନୂଆ ଜନଗଣନା; କହିବେ ଭାତ ଖାଉଛନ୍ତି ନା ରୁଟି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)