Advertisment

Employees Salary Cut: ସରକାରୀ ଚାକିରିଆ ସାବଧାନ ! ବାପାମା'ଙ୍କୁ ନପଚାରିଲେ କଟିଯିବ ଦରମା...

କେହି ସରକାରୀ କର୍ମଚାରୀ ନିଜ ବାପାମାଆଙ୍କ କଥା ନ ବୁଝିଲେ କିମ୍ବା ତାଙ୍କୁ ହଇରାଣ କରୁଥିବା ଜଣାପଡିଲେ ତାଙ୍କର ଦରମା କଟିବ । ପ୍ରତିମାସରେ ୧୦ ପ୍ରତିଶତ ଦରମା କାଟିଦେବେ ସରକାର ।

author-image
Namita Biswal
Employees-Salary-cut

Employees-Salary-cut Photograph: (OTV)

ସରକାରୀ ଚାକିରି କରୁଛନ୍ତି, ହେଲେ ନିଜ ବାପାମାଆଙ୍କୁ ପଚାରୁ ନାହାନ୍ତି ? ଏମିତି ଚାକିରିଆ ପୁଅଙ୍କୁ ସାବାଡ୍ କରିବେ ସରକାର । କେହି ନିଜ ବାପାମାଆଙ୍କ କଥା ନ ବୁଝିଲେ କିମ୍ବା ତାଙ୍କୁ ହଇରାଣ କରୁଥିବା ଜଣାପଡିଲେ ତାଙ୍କର ଦରମା କଟିବ । ପ୍ରତିମାସରେ ୧୦ ପ୍ରତିଶତ ଦରମା କାଟିଦେବେ ସରକାର । ଖୁବଶୀଘ୍ର ତେଲେଙ୍ଗାନାରେ ଆସିବାକୁ ଯାଉଛି ଏମିତି କଡ଼ା ନିୟମ । ହାଇଦ୍ରାବାଦର ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ।

Advertisment

କ'ଣ ଏହି ନୂଆ ନିୟମ: 

ନୂଆ ନିୟମ ଅନୁସାରେ, ଯଦି କେହି ସରକାରୀ ଚାକିରି କରିଛନ୍ତି । ହେଲେ ନିଜ ବାପାମାଆଙ୍କୁ ଅବହେଳା କରୁଥିବା ଓ ତାଙ୍କର ଯତ୍ନ ନେଉନଥିବା ଅଭିଯୋଗ ହେଉଛି, ତାହେଲେ କର୍ମଚାରୀଙ୍କ ମାସିକ ଦରମାରୁ ୧୦ ପ୍ରତିଶତ କଟାଯିବ । ସେହି ଟଙ୍କା ସିଧାସଳଖ ତାଙ୍କ ବାପାମାଆଙ୍କ ଆକାଉଣ୍ଟରେ ଜମା କରାଯିବ । ଏହାସହ ବରିଷ୍ଠ ନାଗରିକଙ୍କ ପାଇଁ 'ପ୍ରଣାମ' ନାମରେ ଡେ' କେୟାର ସେଣ୍ଟର ମଧ୍ୟ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ।


ଗରିବ, ମଧ୍ୟବିତ୍ତ ପରିବାରରେ ବାପମାଆ ପିଲାଙ୍କ ପାଠପଢା, ଚାକିରି ପାଇଁ ବହୁତ କିଛି ତ୍ୟାଗ କରିଥାନ୍ତି । ହେଲେ ପିଲା ଚାକିରି ପାଇବା ପରେ ବାପାମାଆଙ୍କୁ ଅବହେଳା କରନ୍ତି । ବୃଦ୍ଧାଶ୍ରମରେ ଛାଡି ଆସନ୍ତି । ତେଣୁ ବୃଦ୍ଧା ବାପାମାଆଙ୍କୁ ସମ୍ମାନ ଓ ସୁରକ୍ଷା ପାଇଁ ଏମିତି ପଦକ୍ଷେପ ନେଇଛନ୍ତି ରେବନ୍ତ ରେଡ୍ଡୀ ସରକାର । 

Advertisment

 ଓଡ଼ିଶାରେ ବି ଏମିତି କଡ଼ା ନିୟମ ହେବା ଦରକାର କି ? ଏନେଇ ଆପଣଙ୍କ ମତାମତ କ'ଣ ଜଣାଇପାରିବେ...

Telangana Govt Employees Telangana CM Government Of Telangana
Advertisment
Related Articles
Advertisment