/odishatv-khabar/media/media_files/2026/01/14/ied-blast-2026-01-14-15-50-52.jpg)
IED Blast Photograph: (OTV)
ସମସ୍ତେ ଥିଲେ ଅନ୍ ଡ୍ୟୁଟିରେ। ପୋଲିସ ଗାଡି ଧରି କର୍ମଚାରୀମାନ ଯାଉଥିଲେ ପାଟ୍ରୋଲିଂରେ। ଆଗର ଥିଲା ଭ୍ୟାନ୍। ଆଉ ପଛରେ ଯାଉଥିଲା ପୋଲିସ ଗାଡ଼ି। ହଠାତ ଅଧ ବାଟରେ ହେଲା ଭୟଙ୍କର ବିସ୍ଫୋରଣ। ଆଖି ପିଛୁଳାକେ ଛିନଛତ୍ର ହୋଇଗଲା ପୋଲିସ ଗାଡି। ଆଉ ଚାହୁଁ ଚାହୁଁ ଚାଲିଗଲା ସେଥିରେ ଥିବା ପୋଲିସ କର୍ମଚାରୀଙ୍କ ଜୀବନ। ଖଣ୍ଡ ବିଖଣ୍ଡିତ ହୋଇ ରାସ୍ତା ସାରା ବିଛେଇ ହୋଇ ପଡିଲା ମୃତଦେହ।
ଏଭଳି ଛାତିଥରା ଘଟଣା ଘଟିଛି ପାକିସ୍ତାନର ଖାୟବର ପାଖତୁନଖ୍ୱାରେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖାୟବର ପାଖତୁନଖ୍ୱାରେ ସୋମବାର ସନ୍ଧ୍ୟାରେ ପୋଲିସକୁ ଟାର୍ଗେଟ କରି ବିସ୍ଫୋରଣ ହୋଇଥିଲା। ଗାଡ଼ିଟି ପୋଲିସ କର୍ମଚାରୀଙ୍କୁ ଧରି ଯାଉଥିବା ବେଳେ ଭୟଙ୍କର ବିସ୍ଫୋରଣର ସାମ୍ନା କରିଥିଲା। ଏଥିରେ ୭ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।
#BREAKING: Tehreek-e-Taliban Pakistan has released a video showing an IED attack on a Pakistani police armored vehicle near Tank of Khyber Pakhtunkhwa in Pakistan, in which 7 police personnel, including an SHO, were reportedly killed yesterday. pic.twitter.com/B6FjOLw7bf
— Aditya Raj Kaul (@AdityaRajKaul) January 14, 2026
ଟାଙ୍କ ଜିଲ୍ଲାରେ ପାଟ୍ରୋଲିଂ ଡ୍ୟୁଟିରେ ଥିବା ଏହି ପୋଲିସ ଗାଡ଼ିକୁ ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ପକ୍ଷରୁ ଟାର୍ଗେଟ କରାଯାଇଥିଲା। ଗାଡ଼ିଟି ଯିବାକୁ ଥିବା ରାସ୍ତାରେ ପୂର୍ବରୁ ହିଁ ଆଇଇଡି ଖଞ୍ଜା ଯାଇଥିଲା। ଆଇଇଡି ସଂସ୍ପର୍ଶରେ ଆସିବା କ୍ଷଣୀ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଗାଡ଼ିଟି ଛିନଛତ୍ର ହୋଇ ଯାଇଥିବା ବେଳେ ଏଥିରେ ଥିବା ୭ ପୋଲିସ କର୍ମଚାରୀଙ୍କ ମୃତଦେହ ରାସ୍ତାରେ ଛିଟିକି ହୋଇ ପଡ଼ିଥିଲା। ମୃତଦେହ ରାସ୍ତାରେ ପଡ଼ିଥିବା ବେଳେ ଟିଟିପି ସଦସ୍ୟମାନେ ନାରାବାଜୀ କରୁଥିବା ଭିଡିଓରେ ଦେଖିବପାକୁ ମିଳିଛି।
ଟାଙ୍କ ଡେପୁଟି ପୁଲିସ ମୁଖ୍ୟ ପରଭେଜ ଶାହ କହିଛନ୍ତି ଯେ ବିସ୍ଫୋରଣ ଯୋଗୁ ଘଟଣା ସ୍ଥଳରେ ୫ ଜଣ ଓ ହସ୍ପିଟାଲରେ ଆଉ ୨ ଜଣ ପୁଲିସ୍ କର୍ମଚାରୀ ପ୍ରାଣ ହରାଇଛନ୍ତି। ରିମୋଟ ଦ୍ୱାରା ଏପରି ବୋମା ବିସ୍ଫୋରଣ କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଷ୍ଟେସନ ହାଉସ ଅଫିସର, ଜଣେ ସବ ଇନସପେକ୍ଟର, ୩ ଜଣ ଏଲିଟି ଫୋର୍ସ କର୍ମଚାରୀ ଓ ଜଣେ ଡ୍ରାଇଭର ରହିଛନ୍ତି।
ବାଲୋଚିସ୍ତାନ ଓ ଖାୟବର ପାଖତୁନଖ୍ୱାରେ ପୁଲିସ୍ ବା ପାକିସ୍ତାନ ସେନାକୁ ଟାର୍ଗେଟ କରି ଏପରି ଆକ୍ରମଣ ନୂଆ କଥା ନୁହେଁ। ଏହି ଦୁଇ ପ୍ରଦେଶରେ ପାକିସ୍ତାନ ସରକାର ବିରୋଧୀ ତୀବ୍ର ହେଉଥିବା ବେଳେ ବାରମ୍ବାର ଏଠାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଉଛି।
ସେପଟେ ଆକ୍ରମଣ ପାଇଁ ଆଫଗାନ ତାଲିବାନକୁ ପାକିସ୍ତାନ ଦାୟୀ କରିଛି। ଟିଟିପିକୁ ଆଫଗାନରେ ସବୁ ପ୍ରକାରର ସହାୟତା ତାଲିବାନ ପକ୍ଷରୁ କରାଯାଉଥିବା ପାକିସ୍ତାନ କହି ଆସୁଛି। ତେବେ କାବୁଲ ଏହାକୁ ଖଣ୍ତନ କରି ଚାଲିଛି।
Avoid Dangerous Mistakes For Weight Loss: ଓଜନ କମାଇବା ଚକ୍କରରେ ଏହି ଭୁଲ ଯୋଗ ଆସନ କରୁଛନ୍ତି କି? ସାବଧାନ!

From Village Clay to Global Fame: ମାଟିଠୁ ବାଲି.... ବ୍ରୋଞ୍ଚଠୁ ଫାଇବର.... କଥା କୁହେ କାନଭାସ୍

US Declares Muslim Brotherhood Terrorist : ମୁସଲିମ ବ୍ରଦରହୁଡ଼୍କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା : ୟୁଏଇ ଖୁସି, ତୁର୍କୀ ପାଇଁ ବଡ଼ ଝଟକା

Compassion Behind the Khaki: ଥାନାରେ ଶୁଭୁଛି କୁଆଁ କୁଆଁ ଶବ୍ଦ, ଖାକି ବର୍ଦ୍ଦିଧାରୀ ଶୁଣାଉଛନ୍ତି ଲୋରି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)