/odishatv-khabar/media/media_files/2025/09/24/teacher-2025-09-24-10-49-43.jpg)
ଶିକ୍ଷକ Photograph: (OTV)
ଗୁଜରାଟର ଜାମନଗରସ୍ଥିତ ସ୍ୱାମୀନାରାୟଣ ଗୁରୁକୁଳ ସ୍କୁଲରେ ଜଣେ ଛାତ୍ରୀଙ୍କ ଚୁଟି କାଟି ଦେଇଛନ୍ତି ଶିକ୍ଷକ। ଚୁଟିରେ ତେଲ ଲଗାଇ ନଥିବାରୁ ଚୁଟି କାଟି ଦେଇଛନ୍ତି ସ୍କୁଲର ଖେଳ ଶିକ୍ଷକ । ଏହି ଘଟଣା ପରେ ଛାତ୍ରୀଙ୍କ ପିତାମାତା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦାଖଲ କରିବା ପରେ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ ଶିକ୍ଷକଙ୍କୁ ବରଖାସ୍ତ କରାଯାଇଛି।
ଏହି ସ୍କୁଲରେ ପୂର୍ବରୁ ମଧ୍ୟ ଏଭଳି କିଛି ବିବାଦୀୟ ଘଟଣା ଘଟିଥିଲା। ଛାତ୍ରୀଙ୍କ ମାଆ ଅଞ୍ଜଳିବେନ ଗାନ୍ଧା କହିଛନ୍ତି, “ସ୍କୁଲରେ ଛୋଟ ଛୋଟ କଥା ପାଇଁ ପିଲାମାନଙ୍କୁ ଶାସ୍ତି ଦିଆଯାଏ। ଯଦି ଜଣେ ପିଲା ବହି ଭୁଲି ଯାଏ, ତାକୁ ୧୦୦ ଥର ଉଠବସ୍ ହେବାକୁ କୁହାଯାଏ। ଆମ ପିଲାମାନେ ଏତେ ଭୟଭୀତ ହୋଇଛନ୍ତି ଯେ ସେମାନେ ସ୍କୁଲର ନାଁ ଶୁଣିଲେ ଡରୁଛନ୍ତି।”
ସମାନ ପ୍ରକାରର ଅଭିଯୋଗ ନବନଗର ସରକାରୀ ଉଚ୍ଚ ବିଦ୍ୟାଳୟରୁ ମଧ୍ୟ ଆସିଛି, ଯେଉଁଠାରେ ଜଣେ ଶିକ୍ଷକ ଜଣେ ଛାତ୍ରୀର ଚୁଟି କାଟିଥିବା ଅଭିଯୋଗ ହୋଇଛି।
ସ୍ୱାମୀନାରାୟଣ ଗୁରୁକୁଳର ଶିକ୍ଷା ନିର୍ଦ୍ଦେଶକ ଶଶୀବେନ ଦାସ ବରଖାସ୍ତକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ମୁଁ କାମରେ ନଥିବା ସମୟରେ ଏହି ଘଟଣା ଘଟିଥିଲା। ପ୍ରିନ୍ସିପାଲ ମୋତେ ଏ ବିଷୟରେ ଜଣାଇଥିଲେ। ଆମେ ଆମ ପିଲାମାନଙ୍କୁ ଲମ୍ବା ଚୁଟି ରଖିବାକୁ ଅନୁମତି ଦେଉନାହୁଁ, ଏବଂ ଯଦି ସେମାନେ କେଶ ନ କାଟନ୍ତି, ଆମେ ସେମାନଙ୍କ ପିତାମାତାଙ୍କୁ ଚେତାବନୀ ଦେଉଛୁ। କିନ୍ତୁ ଏହା ଏପରି ନଥିଲା। ଖେଳ ଶିକ୍ଷକ ଛାତ୍ରୀଙ୍କର ଚୁଟି କାଟି ଦେଇଥିଲେ, ଯେଉଁଥିପାଇଁ ତାଙ୍କୁ ବରଖାସ୍ତ କରାଯାଇଛି। ଅନ୍ୟ ସମସ୍ତ ଶିକ୍ଷକଙ୍କ ସହ ଏକ ବୈଠକ କରାଯାଇ ସମସ୍ତଙ୍କୁ ଏ ବିଷୟରେ ଜଣାଇ ଦିଆଯାଇଛି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)