Advertisment

Arjun-Sania Wedding Preparations: ବିବାହ ବନ୍ଧନରେ ବାନ୍ଧି ହେବେ ଅର୍ଜୁନ-ସାନିଆ, VVIP ଓ ବିଶିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟା ଆରମ୍ଭ

ଖୁବଶୀଘ୍ର ସଚିନ ତେନ୍ଦୁଲକରଙ୍କ ଘରେ ବାଜିବ ସାହାନାଇ। ବର ସାଜିବେ ପୁଅ ଅର୍ଜୁନ ତେନ୍ଦୁଲକର। ତେନ୍ଦୁଲକର ଫ୍ୟାମିଲିରେ ହାଇପ୍ରୋଫାଇଲ୍ ବିବାହକୁ ନେଇ ଜୋରସୋର ପ୍ରସ୍ତୁତି ଚାଲିଛି।

author-image
Chinmayee Sahoo
Arjun Tendulkar

Arjun Tendulkar Photograph: (OTV)

ଖୁବଶୀଘ୍ର ସଚିନ ତେନ୍ଦୁଲକରଙ୍କ ଘରେ ବାଜିବ ସାହାନାଇ। ବର ସାଜିବେ ପୁଅ ଅର୍ଜୁନ ତେନ୍ଦୁଲକର। ତେନ୍ଦୁଲକର ଫ୍ୟାମିଲିରେ ହାଇପ୍ରୋଫାଇଲ୍ ବିବାହକୁ ନେଇ ଜୋରସୋର ପ୍ରସ୍ତୁତି ଚାଲିଥିବା ବେଳେ ଅତିଥିଙ୍କୁ ନିମନ୍ତ୍ରଣପତ୍ର ବଣ୍ଟା ଆରମ୍ଭ ହେଲାଣି। ଦେଶର ଭିଭିଆଇପି ଓ ବିଶିଷ୍ଟ ଅତିଥିଙ୍କୁ ଭେଟି ନିଜେ ସଚିବ ଓ ତାଙ୍କ ପରିବର ବିବାହ ପାଇଁ ନିମନ୍ତ୍ରଣ କରୁଛନ୍ତି। 

Advertisment

ସଚିନ ଓ ପରିବାର ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନିମନ୍ତ୍ରଣ ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବି ଦେଇଛନ୍ତି ଇନଭିଟେସନ୍। ଏତିକିବେଳେ ସଚିନଙ୍କ ସହ ସାଙ୍ଗରେ ଥିଲେ ପତ୍ନୀ ଅଞ୍ଜଳି, ଝିଅ ସାରା, ପୁଅ ଅର୍ଜୁନ ଓ ଭାବି ବୋହୂ ସାନିଆ। 

ଏମାନଙ୍କ ସହ ଶିଳ୍ପପତି ମୁକେଶ ଅମ୍ବାନୀ, ବଲିଉଡର ବହୁ ତାରକା ଓ କ୍ରିକେଟ ଦୁନିଆର ଅନେକ ସାଥୀଙ୍କୁ ବି ଦେଲେଣି ନିମନ୍ତ୍ରଣ ପତ୍ର। ଅର୍ଜୁନ ତେନ୍ଦୁଲକର ସାନିଆ ଚାନ୍ଦୋକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ତେବେ ବାହାଘର ତାରିଖ ନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଗତ ଅଗଷ୍ଟରେ ଅର୍ଜୁନ ଓ ସାନିଆଙ୍କ ନିର୍ବନ୍ଧ ହୋଇଥିଲା।

Advertisment

Sachin Tendulkar Arjun Tendulkar
Advertisment
Related Articles
Advertisment