/odishatv-khabar/media/media_files/2026/02/11/new-rules-for-ai-content-2026-02-11-09-44-00.jpg)
New Rules For AI Content Photograph: (OTV)
ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଆପଣ ସୋସିଆଲ ମିଡିଆରେ AI କଣ୍ଟେଣ୍ଟ ବ୍ୟବହାର କରୁଥିଲେ ଧ୍ୟାନ ଦିଅନ୍ତୁ। ଏଥିପାଇଁ ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର। ଏସମ୍ପର୍କିତ ଗେଜେଟ୍ ନୋଟିଫିକେସନ୍ କେନ୍ଦ୍ର ଆଇଟି ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି।
ଏଣିକି ଆପତ୍ତିଜନକ AI କଣ୍ଟେଣ୍ଟ କିମ୍ବା ଡିପଫେକ୍ ଭିଡିଓକୁ ନେଇ ଅଭିଯୋଗ ଆସିଲେ ମାତ୍ର ୩ ଘଣ୍ଟା ଭିତରେ ଏହାକୁ ହଟାଇବାକୁ ପଡ଼ିବ। ପୂର୍ବରୁ ଏହି ସମୟସୀମା ୩୬ ଘଣ୍ଟା ଥିଲା। ଏବେ ଅଭିଯୋଗ ଆସିବାର ୩ ଘଣ୍ଟାରେ ଡିଲିଟ୍ ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସରକାର ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ AI ଜେନେରେଟେଡ୍ କଣ୍ଟେଣ୍ଟରେ ଏକ ଲେବଲ ବା ଚିହ୍ନ ରହିବା ଆବଶ୍ୟକ। ଏହାଦ୍ୱାରା ଜଣେ ସାଧାରଣ ଲୋକ ଜାଣିପାରିବେ ସେହି ଫଟୋ ବା ଭିଡିଓଟି ଅସଲି ନୁହେଁ। ବରଂ କୃତ୍ରିମ ଉପାୟରେ ପ୍ରସ୍ତୁତ କରାଯାଇଛି। ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ପ୍ରତି ୩ ମାସରେ ଥରେ ନିଜ ୟୁଜରମାନଙ୍କୁ AI ର ଅପବ୍ୟବହାର ଓ ଏହାର ଆଇନଗତ ପରିଣାମ ବିଷୟରେ ସତର୍କ କରାଇବାକୁ ପଡ଼ିବ।
ଏହି ନୂଆ ନିୟମ ଆସନ୍ତା ୨୦ ତାରିଖରୁ ଲାଗୁ ହେବ। ବଢୁଥିବା ସାଇବର ଠକେଇ ଓ ମିଥ୍ୟା ଖବର ପ୍ରସାରଣକୁ ରୋକିବା ପାଇଁ ସରକାରଙ୍କ ଏହି ପଦକ୍ଷେପ ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେବେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଏତେ କମ୍ ସମୟ ଭିତରେ କିଭଳି ଭାବେ ଏହି ନିୟମ ପାଳନ କରିବେ ତାକୁ ନେଇ ପ୍ରଶ୍ନ ଉଠୁଛି।
Group Clash: ଗୋଷ୍ଠୀ ସଂଘର୍ଷରୁ ଛୁରାମାଡ଼, ଜଣେ ମୃତ

Accident: ଭୟଙ୍କର ଦୁର୍ଘଟଣା; ଚଳନ୍ତା କଣ୍ଟେନରକୁ ଧକ୍କା ଦେଲା କାର୍

Niladri Vihar Murder Case: ନୀଳାଦ୍ରି ବିହାର ହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତର ଆତ୍ମସମର୍ପଣ, ପୂର୍ବରୁ ବିବାହିତ ଥିଲେ ମୃତ ସତ୍ୟବ୍ରତ!

Daily Horoscope 11th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)