Advertisment

Overnight Crorepatis: ଗୋଟିଏ ରାତିରେ ଗାଁ ହୋଇଗଲା କୋଟିପତି, ହେଲେ ପରେ…

ଓଡ଼ିଆର ସେ ଲୋକକଥା, ‘ବସି ଖାଇଲେ ନଇ ବାଲି ସରେ ’ ପରି ଏଠି ସବୁ ଶେଷ ହୋଇଯାଇଛି । କାମଧନ୍ଧା ନକରି ସେହି କୋଟି କୋଟି ଟଙ୍କାକୁ ପାଣିପରି ଉଡ଼ାଇ ଏବେ ସବୁ କିଛି ହରାଇ ଦେଇଛନ୍ତି ଗୋଟିଏ ଗାଁର ସମସ୍ତ ପରିବାର ।

author-image
Tanmay Kumar Mahalik
Jewar farmers Problem

Jewar farmers Problem Photograph: (OTV)

ଗୋଟିଏ ରାତିରେ ଗାଁ ହୋଇଗଲା କୋଟିପତି । ସମସ୍ତଙ୍କ ଆକାଉଣ୍ଟକୁ ଆସିଲା କୋଟି କୋଟି ଟଙ୍କା । ୩ କୋଟିର ଘରେ ରହୁଥିଲେ ଚାଷୀ । ଘର ଭିତରେ ଖଞ୍ଜାଯାଇଥିଲା ଦାମୀ ଜିନିଷ । ପରିବାର ସଦସ୍ୟ ଧରୁଥିଲେ ଲକ୍ଷେ ଟଙ୍କିଆ ଆଇ-ଫୋନ୍ । ଚଢ଼ୁଥିଲେ ଥାର୍‌ ଗାଡ଼ି । ହେଲେ ମାତ୍ର ଆଠଟା ବର୍ଷରେ ସର୍ବହରା ହେଲେ ଶହଶହ ପରିବାର, ଉଭେଇ ଗଲା ସବୁ ଖୁସି ।

Advertisment

ଏ ଖବର ନିଶ୍ଚୟ ଆପଣଙ୍କୁ କାହାଣୀ ପରି ଲାଗୁଥିବ । ହେଲେ ଏ କଥା ବାସ୍ତବରେ ସଂପୂର୍ଣ୍ଣ ସତ । ଓଡ଼ିଆର ସେ ଲୋକକଥା, ‘ବସି ଖାଇଲେ ନଇ ବାଲି ସରେ ’ ପରି ଏଠି ସବୁ ଶେଷ ହୋଇଯାଇଛି । କାମଧନ୍ଧା ନକରି ସେହି କୋଟି କୋଟି ଟଙ୍କାକୁ ପାଣିପରି ଉଡ଼ାଇ ଏବେ ସବୁ କିଛି ହରାଇ ଦେଇଛନ୍ତି ଗୋଟିଏ ଗାଁର ସମସ୍ତ ପରିବାର । 

ଏ ଘଟଣା ହେଉଛି ଉତ୍ତର ପ୍ରଦେଶର । ଉତ୍ତର ପ୍ରଦେଶ ଜେୱାରରେ ଭାରତର ସର୍ବବୃହତ ବିମାନବନ୍ଦର ପ୍ରତିଷ୍ଠା ହେବା ପରେ ଏମିତି ଦେଖିବାକୁ ମିଳିଛି କିଛି ଚିତ୍ର । ବିରାଟ ବିମାନବନ୍ଦର ନିର୍ମାଣ ପାଇଁ ସରକାର ୨୦୧୮ରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିଲେ ।

Advertisment

ଚାଷୀମାନଙ୍କୁ ପ୍ରାୟ ୧୨ ହଜାର ଏକର ଉର୍ବର ଜମି ଦେବାକୁ ପଡ଼ିଥିଲା । ଯାହା ବଦଳରେ ସରକାର ପର୍ଯ୍ୟାୟ କ୍ରମେ ଚାଷୀମାନଙ୍କୁ କ୍ଷତିପୂରଣ ସ୍ବରୂପ ଟଙ୍କା ପ୍ରଦାନ କରିଥିଲେ । ଯେମିତି କି ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ । ଦ୍ବିତୀୟ ପର୍ଯ୍ୟାୟରେ ୪୦ ଲକ୍ଷ ଏବଂ ସେହିପରି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଲକ୍ଷ ଲକ୍ଷ ଟଙ୍କା ଆକାଉଣ୍ଟକୁ ପଠାଇଥିଲେ । ଯେଉଁ ଟଙ୍କାକୁ ପାଇ ଚାଷୀମାନେ ନିଜର ଜମି ହରାଇବା

କଷ୍ଟକୁ ଭୁଲିଯାଇ ଅନ୍ୟତ୍ର ବିଳାସପୂର୍ଣ୍ଣ ଘର ତିଆରି କରି ରହିଥିଲେ । ବଡ଼ ବଡ଼ କୋଠା, ଦାମୀ ଘରକରଣା ଜିନିଷ କିଣି ପକାଇବା ସହ କେତେକ ଥାର୍ ଭଳି ଦାମୀ ଗାଡ଼ି ବି କିଣି ପକାଇଥିଲେ । ଆଉ କେତେକ ଆଖିବୁଜି ଜୁଆ ଖେଳରେ ଟଙ୍କା ଉଡ଼ାଇ ଦେଇଥିଲେ । ବିଟେକ୍ ପଢ଼ି ଚାକିରି କରିଥିବା ଯୁବକ ଘରେ ବସି ଅୟସ କରିଥିଲେ । ଏବେ ଟଙ୍କା ସରିଯିବା ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଗାଁର ଅଧିକାଂଶ ଲୋକ । 

Village Destitute Overnight
Advertisment
Related Articles
Advertisment