Advertisment

Dhauli Incident: Wome's Commission Response: ରାତିରେ ନିଛାଟିଆ ସ୍ଥାନକୁ ଝିଅମାନେ ଯିବା ଉଚିତ ନୁହେଁ: ମହିଳା କମିଶନ ସଦସ୍ୟା

ଧଉଳି ନାବାଳିକା ଗଣଦୁଷ୍କର୍ମ ଘଟଣାରେ କ୍ରାଇମ ସ୍ପଟ୍ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ମହିଳା କମିଶନ ସଦସ୍ୟା। ଘଟଣାକୁ ସମ୍ବେଦନଶୀଳ ଭାବେ ନେଲେ ମହିଳା କମିଶନ।

author-image
Chinmayee Sahoo
Dhauli Gangrape Case

Dhauli Gangrape Case Photograph: (OTV)

ଧଉଳି ଗଣଦୁଷ୍କର୍ମ ଘଟଣାରେ କ୍ରାଇମ ସ୍ପଟ୍ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ମହିଳା କମିଶନ ସଦସ୍ୟା। ପ୍ରଥମେ ଧଉଳି ଥାନା ଯାଇ ଅନୁଧ୍ୟାନ ପରେ କ୍ରାଇମ ସ୍ପଟରେ ପହଞ୍ଚିଲେ। 

Advertisment

“ଘଟଣାକୁ ଗୁରୁତର ସହ ନିଆଯାଇଛି, ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବୁ କହିଲେ ମହିଳା କମିଶନ ସଦସ୍ୟା। ଏଥିସହ ରାତିରେ ନିଛାଟିଆ ସ୍ଥାନକୁ ଝିଅମାନେ ଯିବା ଉଚିତ ନୁହେଁ” ବୋଲି କହିଛନ୍ତି। “ଏସବୁକୁ ରୋକିବା ପାଇଁ ସମସ୍ତେ ସଚେତନ ହେବା ଦରକାର। ପାଟ୍ରୋଲିଂ ବ୍ୟବସ୍ଥା ଆହୁରି ଅଧିକ ହେବାର ଆବଶ୍ୟକତା ରହିଛି” ବୋଲି କହିଛନ୍ତି ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ର। ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। 

ଧଉଳି ଥାନା ଅଞ୍ଚଳରେ ହୋଇଥିଲା ନାବାଳିକାଙ୍କୁ ଗଣଦୁଷ୍କର୍ମ। ଗିରଫ ଦୁଇ ଅଭିଯୁକ୍ତ ହେଲେ ବିଭୁ ପ୍ରସାଦ ମିଶ୍ର ଓ କାଳନ୍ଦୀ ପାତ୍ର। ପୁରୁଷ ବନ୍ଧୁଙ୍କ ସାମ୍ନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଦୟା ନଦୀ କୂଳରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଥିଲା। ଘଟଣାକୁ ସମ୍ବେଦନଶୀଳ ଭାବେ ନେଲେ ମହିଳା କମିଶନ।

Advertisment

•    ନାବାଳିକା ଗଣଦୁଷ୍କର୍ମ: ୨ ଅଭିଯୁକ୍ତ ଗିରଫ
•    ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତ ଗିରଫ
•    ଧାଉଳି ଥାନା ଅଞ୍ଚଳରେ ହୋଇଥିଲା ନାବାଳିକାକୁ ଗଣଦୁଷ୍କର୍ମ 
•    ଗିରଫ ଦୁଇ ଅଭିଯୁକ୍ତ ହେଲେ ବିଭୁ ପ୍ରସାଦ ମିଶ୍ର ଓ କାଳନ୍ଦୀ ପାତ୍ର
•    ପୁରୁଷ ବନ୍ଧୁଙ୍କ ସାମ୍ନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ
•    ଦୟା ନଦୀ କୂଳରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଥିଲା
•    ଘଟଣାକୁ ସମ୍ବେଦନଶୀଳ ଭାବେ ନେଲେ ମହିଳା କମିଶନ
•    ଘଟଣା ସ୍ଥଳରେ ମହିଳା କମିଶନଙ୍କ ଟିମଙ୍କ ଛାନଭିନ୍
•    ଧଉଳି ଗଣଦୁଷ୍କର୍ମ ଘଟଣା; କ୍ରାଇମ ସ୍ପଟ୍ ରେ ମହିଳା କମିଶନ ସଦସ୍ୟା
•    ପ୍ରଥମେ ଧଉଳି ଥାନା ଯାଇ ଅନୁଧ୍ୟାନ ପରେ କ୍ରାଇମ ସ୍ପଟ୍ ରେ ପହଞ୍ଚିଲେ
•    ଘଟଣାକୁ ଗୁରୁତର ସହ ନିଆଯାଇଛି, ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବୁ କହିଲେ
•    ‘ରାତିରେ ନିଛାଟିଆ ସ୍ଥାନକୁ ଝିଅମାନେ ଯିବା ଉଚିତ ନୁହେଁ’
•    ‘ଏସବୁକୁ ରୋକିବା ପାଇଁ ସମସ୍ତେ ସଚେତନ ହେବା ଦରକାର’
•    ‘ପାଟ୍ରୋଲିଂ ବ୍ୟବସ୍ଥା ଆହୁରି ଅଧିକ ହେବାର ଆବଶ୍ୟକତା ରହିଛି’

Dhauli Bhubaneswar Minor Girl Gangrape Gangrape
Advertisment
Related Articles
Advertisment