Advertisment

Minor Girl Gang Raped: ନଦୀ ପଠାରେ ନାରକୀୟ କାଣ୍ଡ: ପୁରୁଷବନ୍ଧୁଙ୍କ ସାମନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ପୁରୁଷବନ୍ଧୁଙ୍କ ସାମନାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାକୁ ସମ୍ବେଦନଶୀଳ ଭାବେ ନେଲେ ମହିଳା କମିଶନ।

author-image
Chinmayee Sahoo
Minor Gangraped

Minor Gangraped Photograph: (OTV)

ରାଜଧାନୀରେ ସୀମା ଟପିଲା ବର୍ବରତା। ଧଉଳି ବୁଲିବାକୁ ଯାଇଥିବା ବେଳେ ପୁରୁଷବନ୍ଧୁଙ୍କ ସାମନାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ବାଙ୍କୀର ବିଭୁପ୍ରସାଦ ମିଶ୍ର ଓ ଓଲଟପୁରର କାଳନ୍ଦୀ ପାତ୍ର ଗିରଫ ହୋଇଛନ୍ତି।

Advertisment

ଗତ ୧୧ରେ ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଯାଇଥିଲେ ପୀଡିତା। ଯିବା ବେଳେ ମାଡ଼ ମାରି ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ। ଦୟାନଦୀ କୂଳରେ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିଥିଲେ। ଏ ନେଇ ଧଉଳି ଥାନାରେ ଏତଲା ଦେଇଥିଲେ ପୀଡିତା। ସେଠାରୁ ଫେରିବା ସମୟରେ ପୁରୁଷବନ୍ଧୁ ଓ ନାବାଳିକାଙ୍କୁ ଅଟକାଇଥିଲେ ଅଭିଯୁକ୍ତ। ଏହା ପରେ ଯୁବକଙ୍କୁ ଟଙ୍କ ମାଗିଥିଲେ। କିନ୍ତୁ ଯୁବକ ଜଣକ ମନା କରିବାରୁ ତାଙ୍କୁ ଦୁର୍ବୃତ୍ତମାନେ ବାଇକରୁ ଭିଡି ନେଇ ନିସ୍ତୁକ ମାଡ ମାରି ଲହୁଲୁହାଣ କରି ଦେଇଥିଲେ। ଉଭୟଙ୍କୁ ଦୟା ନଦୀ ପଠାକୁ ଉଠାଇ ନେଇଥିଲେ। ସେଠାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିବା ସହ ଏହି ଘଟଣା ବିଷୟରେ କାହାରିକୁ କହିଲେ ସେମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇ ଯୁବକଙ୍କ ରୁପା ଚେନ୍ ଓ ଟଙ୍କା ସହ ପୀଡିତାଙ୍କ ସୁନା ଚେନ୍ ଲୁଟି ନେଇ ପଳାଇଥିଲେ। ଏହା ପରେ ପୀଡିତା ଓ ପୁରୁଷବନ୍ଧୁ ସେଠାରୁ ଯାଇ ଧଉଳି ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ତଦନ୍ତ ଆଧାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ସେପଟେ ଏହି ଗଣଦୁଷ୍କର୍ମ ମାମଲାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସରକାର ଯେକୌଣସି ଅପରାଧକୁ ଗୁରୁତ୍ବର ସହ ବିଚାର କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିଶେଷ କରି ମହିଳା ସଂକ୍ରାନ୍ତୀୟ ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ସବୁ ମାମଲରେ ଯଥାର୍ଥ ପଦକ୍ଷେପ ନେବା ସହ ଗିରଫଦାରୀ ହୋଇଛି। ଧଉଳି ଘଟଣାରେ ବି ସରକାର ଉଚିତ ପଦକ୍ଷେପ ନେବେ। ସରକାର ଫାଷ୍ଟ ଟ୍ରାକ୍ ମହିଳା କୋର୍ଟ ବାବଦରେ ଚିନ୍ତା କରୁଛନ୍ତି। ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି।

Advertisment

ଘଟଣାକୁ ସମ୍ବେଦନଶୀଳ ଭାବେ ନେଇଛନ୍ତି ମହିଳା କମିଶନ। କ୍ରାଇମ ସ୍ପଟ୍‌ରେ ମହିଳା କମିଶନ ସଦସ୍ୟା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ଧଉଳି ଥାନା ଯାଇ ଅନୁଧ୍ୟାନ ପରେ କ୍ରାଇମ ସ୍ପଟ୍‌ରେ ପହଞ୍ଚିଥିଲେ। ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ର କହିଛନ୍ତି, “ଘଟଣାକୁ ଗୁରୁତର ସହ ନିଆଯାଇଛି, ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବୁ। ରାତିରେ ନିଛାଟିଆ ସ୍ଥାନକୁ ଝିଅମାନେ ଯିବା ଉଚିତ ନୁହେଁ। ଏସବୁକୁ ରୋକିବା ପାଇଁ ସମସ୍ତେ ସଚେତନ ହେବା ଦରକାର। ପାଟ୍ରୋଲିଂ ବ୍ୟବସ୍ଥା ଆହୁରି ଅଧିକ ହେବାର ଆବଶ୍ୟକତା ରହିଛି।”


•    ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତ ଗିରଫ
•    ଧଉଳି ଥାନା ଅଞ୍ଚଳରେ ହୋଇଥିଲା ନାବାଳିକାଙ୍କୁ ଗଣଦୁଷ୍କର୍ମ 
•    ଗିରଫ ଦୁଇ ଅଭିଯୁକ୍ତ ହେଲେ ବିଭୁ ପ୍ରସାଦ ମିଶ୍ର ଓ କାଳନ୍ଦୀ ପାତ୍ର
•    ପୁରୁଷ ବନ୍ଧୁଙ୍କ ସାମ୍ନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ
•    ଦୟା ନଦୀ କୂଳରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଥିଲା
•    ଘଟଣାକୁ ସମ୍ବେଦନଶୀଳ ଭାବେ ନେଲେ ମହିଳା କମିଶନ
•    ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେଉଛୁ: ପୃଥ୍ବୀରାଜ
•    ଧଉଳି ଗଣଦୁଷ୍କର୍ମ ମାମଲା ନେଇ ଆଇନ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ
•    ‘କୌଣସି ବି ଅପରାଧକୁ ଗୁରୁତର ସହ ବିଚାର କରି କାର୍ଯ୍ୟାନୁଷ୍ଠାନ ହେଉଛି’
•    ‘ବିଶେଷ କରି ମହିଳା ସଂକ୍ରାନ୍ତୀୟ ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି’
•    ‘ସବୁ ମାମଲରେ ଯଥାର୍ଥ ପଦକ୍ଷେପ ନେବା ସହ ଗିରଫଦାରୀ ହୋଇଛି
•    ‘ଧଉଳି ଘଟଣାରେ ବି  ସରକାର ଉଚିତ ପଦକ୍ଷେପ ନେବେ’
•    ‘ସରକାର ଫାଷ୍ଟ ଟ୍ରାକ୍ ମହିଳା କୋର୍ଟ ବାବଦରେ ଚିନ୍ତା କରୁଛନ୍ତି’
•    ‘ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି’

Dhauli Bhubaneswar Minor Girl Gangrape Gangraped
Advertisment
Related Articles
Advertisment