Advertisment

IndiGo Crisis Worsens: ଇଣ୍ଡିଗୋ ସିଇଓଙ୍କୁ ସୋ-କଜ ମାଗିଲା ଡିଜିସିଏ , ଆଜି ଦେଶରେ ୫୦୦ରୁ ଅଧିକ ଫ୍ଲାଇଟ୍ କ୍ୟାନସଲ୍

ସନ୍ଧ୍ୟା ସୁଦ୍ଧା ଦେଶବ୍ୟାପୀ ୫ଶହରୁ ଅଧିକ ଇଣ୍ଡିଗୋ ବିମାନ ଉଡ଼ିନଥିବା ସୂଚନା ମିଳିଛି। ଏଣେ ଗନ୍ତବ୍ୟ ସ୍ଥଳକୁ ଯାଇନପାରି କେମିତି ହନ୍ତସନ୍ତ ଏୟାର ପାସେଞ୍ଜର ।  ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସେମାନେ ଟିକେଟ୍ କାଟିଥିବା ବିମାନ ଉଡ଼ିବକି ନାହିଁ ସେ ଖବର କାହା ପାଖେ ନାହିଁ।

author-image
Manas Ranjan Mohanty
indigo

indigo Photograph: (OTV)

ଛଅ ଦିନ ହେଲା ଛିଡୁନି ବିବାଦ, ଉଡ଼ୁନି ଇଣ୍ଡିଗୋ । ଦେଶବ୍ୟାପୀ ଏୟାରପୋର୍ଟରେ ଯାତ୍ରୀ କଲବଲରେ ଲାଗୁନି ବ୍ରେକ୍ । ଦିଲ୍ଲୀରୁ ଚେନ୍ନାଇ, ମୁମ୍ବାଇରୁ କୋଲକାତା ଅବା ବେଙ୍ଗଳୁରୁ। ସବୁଠି ନନଷ୍ଟପ୍ ଯାତ୍ରୀ ଯନ୍ତ୍ରଣାରରେ ପଡୁନି ପୂର୍ଣ୍ଣଛେଦ। ଆଜି ଛୁଟି ଦିନ ରବିବାରରେ କେବଳ ଦିଲ୍ଲୀ- ମୁମ୍ବାଇ ରୁଟ୍ ରେ ୨୨୦ ଇଣ୍ଡିଗୋ ଫ୍ଲାଇଟ୍ ବାତିଲ୍ ହୋଇଥିବାବେଳେ ବେଙ୍ଗଳୁରୁ ଏୟାରପୋର୍ଟରୁ କ୍ୟାନସଲ ହୋଇଛି ୧୪୦ ବିମାନ।

Advertisment

ସନ୍ଧ୍ୟା ସୁଦ୍ଧା ଦେଶବ୍ୟାପୀ ୫ଶହରୁ ଅଧିକ ଇଣ୍ଡିଗୋ ବିମାନ ଉଡ଼ିନଥିବା ସୂଚନା ମିଳିଛି। ଏଣେ ଗନ୍ତବ୍ୟ ସ୍ଥଳକୁ ଯାଇନପାରି କେମିତି ହନ୍ତସନ୍ତ ଏୟାର ପାସେଞ୍ଜର ।  ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସେମାନେ ଟିକେଟ୍ କାଟିଥିବା ବିମାନ ଉଡ଼ିବକି ନାହିଁ ସେ ଖବର କାହା ପାଖେ ନାହିଁ। ଏସବୁ ଭିତରେ କେନ୍ଦ୍ର ସରକାର ବି ଇଣ୍ଡିଗୋ ବିରୋଧରେ ଆହୁରି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଗତକାଲି ପିଏମଓର ନାଲି ଆଖି ପରେ ଆଜି ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି DGCA। କାହିଁକି ଉପୁଜିଲା ଏଭଳି ସଙ୍କଟ ? ୨୪ ଘଣ୍ଟା ଭିତରେ ତା ଉତ୍ତର ରଖିବାକୁ କୁହାଯାଇଛି। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୂରଲୀଧର ମୋହଲ କହିଛନ୍ତି- ଏଭଳି ସ୍ଥିତି ପାଇଁ ଇଣ୍ଡିଗୋ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ଦାୟୀ। ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ନିୟମ ସମ୍ପର୍କରେ ବହୁ ଆଗରୁ କଂପାନୀକୁ କୁହାଯାଇଥିଲା, ହେଲେ ସେ ଗୁରୁତ୍ବର ସହ ନେଲା ନାହିଁ। ସ୍ଥିତି ସ୍ବାଭାବିକ ପାଇଁ ଚେଷ୍ଟା ଚାଲିଛି।..

ଏଣେ ଇଣ୍ଡିଗୋ ବିମାନ ସଙ୍କଟରେ ଛଟପଟ ଯାତ୍ରୀଙ୍କ ଯନ୍ତ୍ରଣା ଲାଘବ କରିବାକୁ କମାଣ ସମ୍ଭାଳିଛି ଇଣ୍ଡିଆନ ରେଲୱେ। ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ପ୍ରମୁଖ ଷ୍ଟେସନରୁ ଅନ୍ୟ ଷ୍ଟେସନକୁ ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଭାରତୀୟ ରେଲୱେର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ- ୪୫ଟି ନିୟମିତ ଟ୍ରେନ୍ ରେ ୧୨୪ଟି ଅତିରିକ୍ତ  କୋଚ୍ ଲଗା ଯାଇଛି। ୨ ଦିନ ଭିତରେ ୮୯ ସ୍ପେଶାଲ ଟ୍ରେନ୍ ୧୫୦ ଟ୍ରିପ୍ କରି ସାରିଲେଣି। ବିଶେଷକରି ଦିଲ୍ଲୀ- ପାଟନା, ଦିଲ୍ଲୀ-ପ୍ରୟାଗରାଜ, ଦିଲ୍ଲୀ- ଅହମ୍ମଦାବାଦ ସହ
ପୁଣେ- ବେଙ୍ଗଳୁରୁ, ମୁମ୍ବାଇ-ଦିଲ୍ଲୀ, ମୁମ୍ବାଇ-ହାଇଦ୍ରାବାଦ ଓ କୋଲକାତା- ଗୋରଖପୁର ଆଦି ରୁଟ୍ ରେ ସ୍ପେଶାଲ୍ ଟ୍ରେନ୍ ଚାଲୁଛି। ସେହିପରି ଭୁବନେଶ୍ବରରୁ ବି ୬ଟି ସ୍ପେଶାଲ୍ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି।...

ଏବେ ଦେଖିବାର କଥା, ଇଣ୍ଡିଗୋ ଯନ୍ତ୍ରଣାରୁ କେବେ ମୁକ୍ତ ହେଉଛନ୍ତି ନିରୀହ ବିମାନ ଯାତ୍ରୀ ଓ ସେମାନଙ୍କ ଗନ୍ତବ୍ୟ ସମସ୍ୟାକୁ କେତେ ଲାଘବ କରିପାରୁଛି ଇଣ୍ଡିଆନ୍ ରେଲୱେ। 

Advertisment
Advertisment
Related Articles
Advertisment