/odishatv-khabar/media/media_files/2025/12/07/goa-blast-25-killed-2025-12-07-17-10-37.jpg)
Goa-Blast-25-Killed Photograph: (OTV)
ଗୋଆରେ ବଡ଼ ଧରଣର ଅଗ୍ନିକାଣ୍ଡ । ନାଇଟ୍ କ୍ଲବରେ ଜଳିଗଲେ ୨୫ ଜଣ । ରୋମିଓ ଲେନରେ ବିରାଟ ବ୍ଲାଷ୍ଟ୍ । ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଆରପୋରାର ସ୍ଥିତ ରୋମିଓ ଲେନରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ ଲାଗି ୨୫ ଜଣ ଲୋକଙ୍କ ଜୀବନ ଯାଇଛି । ଖୁସିର ଠିକଣାରେ ମୃତ୍ୟୁ ତାଣ୍ଡବ ରାଚି ସବୁ କିଛି ଜାଳିପୋଡ଼ି ନଷ୍ଟ କରିଛି । ଆଖି ଆଗରେ ହୁତୁ ହୁତୁ ହେଇ ଜଳିଯାଇଛି ପୁରା ନାଇଟ୍ କ୍ଲବ୍ । ୫୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ମୃତକଙ୍କ ମଧ୍ୟରେ ୧୮ରୁ ୧୯ ଜଣ କର୍ମଚାରୀ ଥିବା ଜଣାପଡ଼ିଛି । ୪ଜଣ ପର୍ଯ୍ୟଟକ ବି ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି । ଗତକାଲି ନାଇଟ୍ କ୍ଲବରେ ସ୍ବତନ୍ତ୍ର ଡିଜେ ନାଇଟ୍ ଥିଲା । ରାତି ୧୧ଟାରୁ ୧୨ଟା ଭିତରେ ହଠାତ୍ ବିସ୍ଫୋରଣ ଘଟି ହୁତୁ ହୁତୁ ହେଇ ଜଳିଥିଲା ସମ୍ପୂର୍ଣ୍ଣ ଅଞ୍ଚଳ । ଅନୁମାନ କରାଯାଉଛି କି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳକୁ ରାତିରେ ହିଁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ସେହିପରି ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛି ପିଏମଓ । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ରାତିରେ ଅନେକ ଦୂର ଯାଏ ଦେଖାଯାଉଥିବା କୁହାଯାଉଛି ।
Teachers Stages Protest: ଜିଦ୍ ହଟୁନି କି ଗର୍ଜନ ଥମୁନି; ଶୀତ କାକରରେ ପଡ଼ି ସରକାରଙ୍କୁ ମାଗୁଛନ୍ତି ନ୍ୟାୟ

Upcoming Barabati T20 cricket match: ଦିନକ ପରେ ବାରବାଟୀ T20, ହୋଟେଲ୍ ମେ ଫେୟାରରେ ରହିବେ ଖେଳାଳି

Putin’s Royal Veg Menu: ଭାରତ ଆସି ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇଲେ ପୁଟିନ୍, ଜାଣନ୍ତୁ କ’ଣ ଖାଇଲେ...

Soil Used in Road Work: ପି.ସି ପ୍ରବଳ, କାମ ଦୁର୍ବଳ... ଧାରଣାରେ ବସିଲେ ପୂର୍ବତନ ସାଂସଦ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)