/odishatv-khabar/media/post_attachments/uploadimage/library/16_9/16_9_0/Horoscope_1642647381.jpg)
Horoscope Photograph: (OTV)
ମେଷ -
ଅଶ୍ୱନୀ- ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ ।
ଦ୍ୱିଜା- ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସି୍ଥତି ଉନ୍ନତି ଦେଖାଦେବ । ସାମାଜିକ କାର୍ଯ୍ୟରେ ସଫଳତା ପାଇବେ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ ।
କୃତିକା- କୋର୍ଟକଚେରୀ ମାମଲାରେ ଚିନ୍ତାରେ ରହିବେ । କୌଣସି କାର୍ଯ୍ୟରେ ମଧ୍ୟସ୍ତି କରନ୍ତୁ ନାହିଁ । ଆର୍ଥିକ ସହୟତା ପାଇ ଅଫିସରେ କାମ କରିନେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ଆରାଧନା କରନ୍ତୁ
ବୃଷ-
କୃତିକା- କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଯାତ୍ରା ସମୟରେ ସହଯାତ୍ରୀଙ୍କ କାର୍ୟ୍ୟକଳାପରୁ ବାଧାବିଘ୍ନ ଘଟିପାରେ । ବ୍ୟବସାୟରେ ମନର ବଳ ଖୁବ୍ ଟାଣ ରହିବ।
ରୋହିଣୀ- ପାରିବାରିକ ସ୍ତରରେ ରାଗ, ରୁଷା ଓ ଅଭିମାନଭରା ପରିବେଶ ସୃଷ୍ଟି ହୋଇପାରେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ବାଞ୍ଛିତ ଅଭିଳାଷ ପୂରଣ ହେବ ।
ମୃଗଶିରା- ରାଜନୀତିରେ କୈାଣସି କାମକୁ ହାତକୁ ନେବେ । ମହିଳା ମାନେ ଇଶ୍ୱର ବିଶ୍ୱାସି ହେବେ । ଜମିଜମା ସମ୍ପର୍କିତ ବିବାଦ ହେତୁ ଦୁଶ୍ଚିନ୍ତା ବଢିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶ୍ରୀ ପର୍ଶୁରାମଙ୍କର ପୂଜା କରନ୍ତୁ
ମିଥୁନ-
ମୃଗଶିରା- ନିଜର ଉଦାରତା ଓ ସହନଶୀଳତା ଗୁଣରୁ ସମସ୍ତଙ୍କର ଆଦରଣୀୟ ହେବେ । ପାରିବାରିକ କ୍ଷେତ୍ର ଗତାନୁଗତିକ ରୀତିରେ ଚାଲିବ । କର୍ମ କ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ସହଜରେ ପୂରଣ ହେବ ।
ଆଦ୍ରା- ପ୍ରସାସନିକ କ୍ଷେତ୍ରରେ ସାହାଯ୍ୟ ପାଇବେ । ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ଶିକ୍ଷାର୍ଥୀ ମାନେ ସଫଳତା ଦିଗକୁ ଗତି କରିବେ ।
ପୁନର୍ବସୁ- କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ମହିଳା ମାନେ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ପରିବାରରେ ସମସ୍ୟା ଜନିତ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇଲେ ମଧ୍ୟ ମନରେ ଶାନ୍ତି ଆସିବ ନାହିଁ ।
ପୁଷ୍ୟା- ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ରାଜନୀତିରେ ଲୋକ ସଂପର୍କ ବଢିବ । କଳା, ସାହିତ୍ୟ କ୍ଷେତ୍ରରୁ ସୁଫଳ ପାଇବେ ।
ଅଶ୍ଳେଷା- ଅର୍ଥର ଆବଶ୍ୟକତା ପୂରଣ କରିବା ସକାଶେ ଜମିଜମା,ପୁରାତନ ଗୃହ, ଯାନ୍ତ୍ରିକ ଜିନିଷ, ଯାନବାହନ ପ୍ରଭୃତି ବିକ୍ରି କରିପାରନ୍ତି । ମହିଳା ମାନେ ଚିନ୍ତିତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ-
ମଘା- କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ । ନୂଆ କାର୍ଯ୍ୟ ପାଇଁ ପ୍ଲାନିଙ୍ଗ କରି ପାରନ୍ତି , ଯାହା ଆପଣଙ୍କୁ ସଫଳତା ଆଣିଦେବ ।
ପୂ,ଫାଲଗୁନି- ଛାତ୍ର ଛାତ୍ରି ମାନେ ପଢାରେ ଭଲ ସଫଳତା ଆଣିବେ । ରୁଣ କିମ୍ବା ଉଧାର ନେବା ଠାରୁ ଦୂରେଇ ରହିବା ଉଚିତ୍ । ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ ।
ଉ,ଫାଲଗୁନି- ମହିଳା ମାନେ ଭ୍ରମଣର ସୁଯୋଗ ପାଇବେ । ଅନେକ ଦିନରୁ ଧାର୍ଯ୍ୟ କରିଥିବା ଲକ୍ଷ ପୂରଣ କରିବେ । ଜମିଜମା ଜନିତ କ୍ରୟ,ବିକ୍ରୟରୁ ଲାଭ କମାଇ ପାରିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଉ-ଫାଲ୍ଗୁନୀ- ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବାକୁ ପଡ଼ିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପରିବାର ସଦସ୍ୟଙ୍କ କାର୍ୟ୍ୟକଳାପ, ଅସନ୍ତୋଷ ସୃଷ୍ଟି କରିପାରେ।
ହସ୍ତା- ଶିଳ୍ପ, ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦୁଶ୍ଚିନ୍ତାର କାରଣ ହୋଇପାରେ । ବିଦ୍ୟାର୍ଥୀ ମାନଙ୍କର ପାଠ ପଢା ପ୍ରତି ଆଗ୍ରହ ସୃଷ୍ଠି ହେବ ।
ଚିତ୍ରା- ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିବେ । କୋର୍ଟରେ ଚାଲିଥିବା ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବ । ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ
ତୁଳା-
ଚିତ୍ରା- ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବା ସାଙ୍ଗକୁ ଅର୍ଥଲାଭ ହୋଇପାରେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆସ୍ୱସ୍ତି ଅନୁଭବ କରିବେ । ବ୍ୟବସାୟରେ ସାମାନ୍ୟ ଲାଭ ମିଳିବ । ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି ।
ସ୍ୱାତୀ- ରାଜନୀତିରେ ମିଥ୍ୟା ଗୁଜବ ମନକୁ ଅତଙ୍କିତ କରିବା ସହ ଅସି୍ଥରତା ସୃଷ୍ଟି କରିବ । ବିଦ୍ୟାର୍ଥୀ ମାନେ ବିଦେଶ ଯାଇପାରନ୍ତି । ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ ।
ବିଶାଖା- ସାମାଜିକ ଆଦୃତି ମାଧ୍ୟମରେ ସୁଖ ସମ୍ମାନ ପ୍ରଦାନ କରିବ । କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କିଛି ନୂଆ ଯୋଜନା କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- କର୍ମକ୍ଷେତ୍ରରେ ଅତ୍ୟଧିକ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ ଅତ୍ୟଧିକ କାର୍ୟ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍ ରହି ନ ପାରେ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ ।
ଅନୁରାଧା- ଅର୍ଥନୈତିକ ପ୍ରଗତି ଜୀବନଯାତ୍ରାକୁ ସୁଖମୟ କରିବ। । ରାଜନୀତିରେ ପଦୋନ୍ନତି ବୃଦ୍ଧି ଆଶା କରୁଥିବା ବ୍ୟକ୍ତିମାନେ କିଛି ଭଲ ଖବର ପାଇପାରିବେ
ଜ୍ୟୋଷ୍ଠା- ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ । ଋଣ ପରିଶୋଧ କରିବା ସହିତ ଋଣ ପ୍ରାପ୍ତିର ସୁଯୋଗ ମଧ୍ୟ ପାଇବେ ମହିଳା ମାନେ କଠିନ ପରିଶ୍ରମ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ମା ଚର୍ଚ୍ଚିକାଙ୍କ ପୂଜା ପାଠ କରନ୍ତୁ
ଧନୁ-
ମୂଳା-ପାରିବାରିକ ଜୀବନ ସୁଖରେ କଟିବା ସହିତ ବିଳାସବ୍ୟସନ ପ୍ରତି ରୁଚି ବଳିବ । ଅର୍ଥନୈତିକ ଅଭିବୃଦ୍ଧି ଓ ବୈଷୟିକ ସୁଖ, ସମୃଦ୍ଧି ମନକୁ ଖୁସି କରିବାରେ ସାହାଯ୍ୟ କରିବ । ପୁରୁଣା ରାଗ ଶୁଝାଇବା ସକାଶେ କେହି ଜଣେ ମିଥ୍ୟା ଅଭିଯୋଗ ଆଣିପାରନ୍ତି।
ପୂ,ଷାଢା- ରାଜନୀତିରେ ମହତ୍ୱାକାଂକ୍ଷା ପୂରା ହେବ । ଚାକିରି ବୃତିରେ ଅଧୁରା ସ୍ୱପ୍ନ ପୂରା ହୋଇପାରେ । ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ ।
ଉ,ଷାଢା- ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ସତର୍କରେ ପଦକ୍ଷପ ନନେଲେ ଲକ୍ଷ ସାଧନରେ ବିଳମ୍ବ ଘଟିବ । ମହିଳା ମାନେ ଅନ୍ୟକୁ ସାହା କରିବେ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କୁ ଆରଧନା କରନ୍ତୁ
ମକର-
ଉ, ଷାଢା- ଭୁଲ୍ ବୁଝାମଣା କାରଣରୁ ପରିବାର ଭିତରେ ସମ୍ପର୍କ ହାନି ଘଟିବାର ଆଶଙ୍କା ରହିଛି । ଅନେକାଂଶରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିପାରେ ।
ଶ୍ରବଣା- ପାରିବାରିକ ସମସ୍ୟା ନେଇ ମାନସିକ ଅସ୍ଥିରତା ସୃଷ୍ଟି ହେବାର ସୂଚନା ରହିଛି । ଅଫିସରେ କୌଣସି ବ୍ୟକ୍ତିଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । କ୍ୟାରିୟରେ ନୂଆକିର୍ତୀ ମାନ ସ୍ଥାପନ କରିବେ ।
ଧନିଷ୍ଠା- ଯାନବାହନ, ଜମିଜମା, ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ । ମହିଳା ମାନେ ବହୁତ କଷ୍ଟ କରି ନିଜର ସ୍ୱପ୍ନ ପୂରଣ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ-
ଧନିଷ୍ଠା- ଅଧିକ ଭାଗ୍ୟଦାରୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । କର୍ମ କ୍ଷେତ୍ରରେ ଅନ୍ୟମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ । ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବେ ।
ଶତଭିଷା- ସନ୍ତାନ ମାନଙ୍କ ସଫଳତାକୁ ଦେଖି ଆପଣ ଖୁସି ଅନୁଭବ କରିବେ । ଭାବୁଥିବା କଥାକୁ ବନ୍ଧୁଙ୍କ ଆଗରେ କହି ପାରିବେ ନାହିଁ । ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ସଫଳତା ହାସଲ କରିବେ ।
ପୂ,ଭାଦ୍ରପଦ- ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବିଚାର କରିବେ । ନୂଆ କଳାକୈାଶଳ ଶିଖିବାକୁ ସୁଯୋଗ ମିଳିବ । ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ-
ପୂ, ଭାଦ୍ରପଦ- ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନଦେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ପରିବାର ସହ ଖୁସିରେ ସମୟ ଅତିବାହିତ କରିବେ ।
ଉ, ଭାଦ୍ରପଦ- କର୍ମକ୍ଷେତ୍ରରେ ପଦୋନ୍ନତି ଘଟିବା । ପରକଥାରେ ପ୍ରଭାବିତ ହୋଇ ଭୁଲ୍ ମାର୍ଗ ଅନୁସରଣ କରିପାରନ୍ତି। ନୂତନ କାର୍ୟ୍ୟରେ ନିଯୁକ୍ତି ପାଇବେ । ଛାତ୍ରଛାତ୍ରିମାନେ ପରୀକ୍ଷାରେ ଉତମ ଫଳ ପ୍ରଦର୍ଶନ କରିବେ ।
ରେବତୀ- ଜମିଜମା କାରବାର ବୃଦ୍ଧି ପାଇଁ ଚେଷ୍ଟା କଲେ ଉପକୃତ ହେବେ। ନିଜର କ୍ଷମତାର ଅପବ୍ୟବହାରଜନିତ ବିରକ୍ତିକର କଥା କହି ଅପଦସ୍ଥ ହେବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
Today Panchang 13th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Hyva Hits Sub-Collector’s Car: ବେଆଇନ ବାଲି ହାଇୱା ଧକ୍କା, ଅଳ୍ପକେ ବର୍ତ୍ତିଲେ ଉପ-ଜିଲ୍ଲାପାଳ

Violent Clash Erupts Between Tourist Groups: ଇକୋ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ

Train Halt Demand Odisha: ୫୦ ବର୍ଷ ପରେ ବି ଘଣ୍ଟିଖାଲ–ନିଧିପୁର ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ହଲ୍ଟ ନାହିଁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)