/odishatv-khabar/media/media_files/2025/12/04/earthquake-new-map-threat-2025-12-04-08-03-39.jpg)
Earthquake-New-Map-Threat Photograph: (OTV)
ଭୂମିକମ୍ପକୁ ନେଇ ଆସିଛି ଏମିତି କିଛି ଚାଞ୍ଚଲ୍ୟକର ରିପୋର୍ଟ, ଯାହାକି ଭାରତରେ ସମ୍ଭାବ୍ୟ ବିପଦକୁ ପୂର୍ବପେକ୍ଷା ଅଧିକ ଗମ୍ଭୀର କରିଛି । ଆକଳନ ଅନୁସାରେ କେତେବେଳେ ବି ଭାରତକୁ ଲାଗିପାରେ ଶକ୍ତ ଭୂକମ୍ପ ଝଟ୍କା । ୨୦୦ ବର୍ଷ ପରେ ବଡ଼ ଧରଣର ଝଟ୍କା ଦୋହଲାଇପାରେ ଦେଶକୁ । ଆଉ ଏହି ବିପଦ ଭିତରେ ଅଛନ୍ତି ଆମ ଦେଶର ପ୍ରାୟ ୭୫ ପ୍ରତିଶତ ଜନସଂଖ୍ୟା, ଯାହାକି ଭାରତର ନୂଆ ଭୂମିକମ୍ପ ନକ୍ସାରୁ ଜଣାପଡିଛି ।
ଭାରତୀୟ ମାନକ ବ୍ୟୁରୋ (BIS) ଭୂମିକମ୍ପ ଜୋନ୍ର ନୂଆ ମାନଚିତ୍ର ଜାରି କରିଛି । ଯେଉଁଥିରେ ପ୍ରଥମ ଥର ହିମାଳୟ ଅଞ୍ଚଳକୁ ସବୁଠୁ ଅଧିକ ବିପଦପୂର୍ଣ୍ଣ ଜୋନ୍-6ରେ ରଖାଯାଇଛି । ପୁରୁଣା ମାନଚିତ୍ରରେ ହିମାଳୟ କ୍ଷେତ୍ର ଜୋନ୍-4 ଓ 5ରେ ଥିଲା । ନୂଆ ରିସର୍ଚ୍ଚରୁ ଜଣାପଡିଛି, ଏଠି ୨୦୦ ବର୍ଷ ଧରି ଟେକ୍ଟୋନିକ୍ ପ୍ଲେଟ୍ ଲକ୍ ରହିଛି । ତେଣୁ ଖୁବଶୀଘ୍ର ବଡଧରଣର ଝଟ୍କା ଲାଗିପାରେ । ଯାହାର ତୀବ୍ରତା ୮.୦ରୁ ଅଧିକ ହୋଇପାରେ । ମାନଚିତ୍ରରେ ଭାରତର ୬୧ % ଅଞ୍ଚଳ ମଧ୍ୟମରୁ ଅଧିକ ବିପଦପୂର୍ଣ୍ଣ ଭୂମିକମ୍ପ ଜୋନ୍ରେ ରହିଛି । ଅର୍ଥାତ୍ ଦେଶର ପ୍ରାୟ ୭୫ ପ୍ରତିଶତ ଜନସଂଖ୍ୟା ଏବେ ବିପଦପୂର୍ଣ୍ଣ ଅଞ୍ଚଳରେ ବାସ କରୁଛନ୍ତି ।
ଭୂମିକମ୍ପ ଜୋନିଂ ମାନଚିତ୍ର ଦେଶକୁ ଭୂମିକମ୍ପ ବିପଦ ଅନୁସାରେ ବିଭକ୍ତ କରେ । ୨୦୧୬ର ପୁରୁଣା ମାନଚିତ୍ରରେ ଚାରୋଟି ଭୂକମ୍ପ ଜୋନ୍ ଥିଲା ଯଥା- ଜୋନ୍ 2,3,4,5 । ହେଲେ ୨୦୨୫ ମାନଚିତ୍ରରେ ଜୋନ୍-6 ନାମରେ ନୂଆ ଭୂକମ୍ପ ଜୋନ୍ ଅପଡେଟ୍ ହୋଇଛି । ପୂରା ହିମାଳୟ ଅଞ୍ଚଳ ଜମ୍ମୁ-କାଶ୍ମୀରରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ, ଯାହା ପୂର୍ବରୁ 4 ଓ 5ରେ ଥିଲା ତାହା ଏବେ ସବୁଠୁ ଅଧିକ ବିପଦପୂର୍ଣ୍ଣ ଜୋନ୍-6ରେ ରଖାଯାଇଛି ।
ଜୋନ୍-5କୁ ସବୁଠୁ ବିପଦପୂର୍ଣ୍ଣ ଭୂକମ୍ପ ଅଞ୍ଚଳ କୁହାଯାଏ । ଜୋନ୍-4ରେ ମଧ୍ୟମ ଧରଣର ଭୂକମ୍ପ ହୋଇଥାଏ । ଜୋନ୍-3ରେ ମୃଦୁ ଭୂକମ୍ପ ଅନୁଭୂତ ହେଉଥିବାବେଳେ ଜୋନ୍-2 ଅପେକ୍ଷାକୃତ ସୁରକ୍ଷିତ ଅଟେ । ହେଲେ ନୂଆ ନକ୍ସାରେ ଜୋନ୍-6 ବା ସବୁଠାରୁ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳକୁ ନେଇ ବଢିଛି ଭୟ ।
ନୂଆ ମାନଚିତ୍ର ଅନୁସାରେ ବର୍ତ୍ତମାନ ପ୍ରମୁଖ ଭିତ୍ତିଭୂମିଗୁଡିକର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ । ଏଣିକି ଜୋନ୍-6 ଅଞ୍ଚଳରେ ସ୍କୁଲ, ବ୍ରିଜ, ବଡ ବଡ ବିଲ୍ଡିଂଗୁଡିକ କଡାକଡି ନିୟମରେ ନିର୍ମାଣ ହେବ । ମୂଳଦୁଆ ୫୦ ପ୍ରତିଶତ ମଜଭୁତ ହେବା ସହ ଏଥିରେ ଦୁଇଗୁଣା ଷ୍ଟିଲ୍ ବ୍ୟବହାର ହେବ ।
Raja Swain: ବିଜେପି ଯିବେ କି ବରିଷ୍ଠ ବିଜେଡି ବିଧାୟକ ରାଜା ସ୍ବାଇଁ ?

Who is Devabrata Mahesh Rekhe: ଭାଙ୍ଗିଲେ ୨୦୦ ବର୍ଷର ରେକର୍ଡ , ସାବାସ୍ ବେଦମୂର୍ତ୍ତୀ ଦେବବ୍ରତ

Ragging Turns Violent: ହଷ୍ଟେଲରେ ଛାତ୍ରଙ୍କୁ ମାଡ଼, ଭିଡିଓ ଭାଇରାଲ୍ ... ଲହୁଲୁହାଣ ସହ ହାତ ଭାଙ୍ଗିଥିବା ସୂଚନା

No Jail for Gambling in Odisha: ଜୁଆ ଖେଳିଲେ ନୋ ଜେଲ୍ , ତେଜିଲା ରାଜନୀତି...ସରକାରଙ୍କୁ ଘେରିଲେ ବିରୋଧୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)