Advertisment

Raja Swain: ବିଜେପି ଯିବେ କି ବରିଷ୍ଠ ବିଜେଡି ବିଧାୟକ ରାଜା ସ୍ବାଇଁ ?

ମଙ୍ଗଳବାର ବିଧାନସଭାରେ ଏକ ବିଲ୍ ସଂପର୍କିତ ଆଲୋଚନାରେ ଭାଗ ନେଇଥିଲେ ବିଧାୟକ ରାଜା ସ୍ବାଇଁ । ଆଲୋଚନା କାଳରେ ରାଜା ଦୁଇଟି କଥା ଉପରେ ବିଶେଷ ଭାବେ ଜୋର୍ ଦେଇଥିଲେ । ପ୍ରଥମ କଥା ଥିଲା ରାଜ୍ୟରୁ ମଦ ବ୍ୟାନ୍ କରିବା

author-image
Manas Ranjan Mohanty
Raja-swain-matter

Raja-swain-matter Photograph: (OTV)

କଥା ଛଳରେ ବହୁତ ବଡ଼ କଥାଟିଏ କହିଦେଲେ ରାଜା ସ୍ବାଇଁ । ବିଧାନସଭାରେ ବରିଷ୍ଠ ବିଜେଡି ନେତା ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତଙ୍କ ସାମ୍ନାରେ ବଡ଼ ଘୋଷଣାଟିଏ କରିଦେଇଛନ୍ତି ।  ବିଧାନସଭା ଆଲୋଚନା କାଳରେ ନିଜ ମନ କଥା ଖୋଲି କହିଦେଇଛନ୍ତି ରାଜା । ମଦ ବ୍ୟାନ୍ କଲେ ମୁଁ ତୁମ ସହ ଚାଲିଯିବ ଏହା ଦିଲ୍ କି ବାତ୍ ବୋଲି ସିଧା ସିଧା କହିଦେଇଛନ୍ତି ରାଜା ।

Advertisment

ମଙ୍ଗଳବାର ବିଧାନସଭାରେ ଏକ ବିଲ୍ ସଂପର୍କିତ ଆଲୋଚନାରେ ଭାଗ ନେଇଥିଲେ ବିଧାୟକ ରାଜା ସ୍ବାଇଁ । ଆଲୋଚନା କାଳରେ ରାଜା ଦୁଇଟି କଥା ଉପରେ ବିଶେଷ ଭାବେ ଜୋର୍ ଦେଇଥିଲେ । ପ୍ରଥମ କଥା ଥିଲା ରାଜ୍ୟରୁ ମଦ ବ୍ୟାନ୍ କରିବା । ନିଶା ଯୋଗୁଁ ସମାଜ କିଭଳି ପଥଭ୍ରଷ୍ଟ ହେଉଛି ତାର ଅବତାରଣା କରି ମଦ ବ୍ୟାନ୍ ହେବା ଦରକାର ବୋଲି କହିଥିଲେ । ମଦ ବ୍ୟାନ୍ ପାଇଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ମୁଁ ସମସ୍ତଙ୍କୁ ନିବେଦନ କରିବି କହିଥିଲେ ରାଜା । ସେମିତି ବିଦ୍ୟୁତ ବିତରଣ ଦାୟିତ୍ବ ନେଇଥିବା କଂପାନୀ ଲୁଟ୍ର ଜାଲ ବିଛାଇଛନ୍ତି ସେମାନଙ୍କୁ ନିୟନ୍ତ୍ରଣ କରିବାକୁ କହିଥିଲେ ରାଜା । ଆମ ସମୟରେ ହେଉ ବା ତୁମ ସମୟରେ ହେଉ ଯେଉଁମାନେ ବିତରଣ ଦାୟିତ୍ବ ନେଇ ଉପଭୋକ୍ତାଙ୍କୁ ଲୁଟ୍ର ଜାଲ ବିଛାଇଛନ୍ତି ସେମାନଙ୍କୁ ଲଗାମ ଦିଅ । ଆଉ ଏହି ଦୁଇଟି କଥା ତୁମେ କରିପାରିଲେ ମୁଁ ତୁମ ସହ ଚାଲିଯିବି । ଏହା ହେଲା ମୋର ଦିଲ୍ କା ବାତ୍ ସମଝ୍ ଲୋ ବୋଲି କହିଥିଲେ ରାଜା । ବିଧାନସଭା ଭିତରେ ଏଭଳି କଥା କହିଥିବା ବେଳେ ଆଲୋଚନାର ଭିଡିଓଟିକୁ ରାଜା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଛନ୍ତି । 



ନିକଟରେ ଆଠଗଡ଼ରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ହଟଚମଟ ସୃଷ୍ଟି କରିଥିଲେ ରାଜା । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସହ ମନ୍ କି ବାତି୍ କାର୍ଯ୍ୟକ୍ରମରେ ରାଜା ସାମିଲ ହୋଇଥିଲେ ।  ଆଠଗଡ଼ କାର୍ଯକ୍ରମ ପରେ ଏବେ ବିଧାନସଭାରେ ଏଭଳି ମନ୍ତବ୍ୟକୁ ନେଇ ରାଜାଙ୍କ ଗତି କୁଆଡ଼େ ବୋଲି ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । ରାଜା ବିଜେପି ଯିବା ପାଇଁ ରାସ୍ତା ତିଆରି କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ । ରାଜା ଯେଉଁ ଦୁଇଟି ସର୍ତ୍ତ ରଖିଛନ୍ତି ତାହା ପାଳନ କରିବା ସହଜ ନୁହେଁ । କିନ୍ତୁ ସେ ଯେ ଅପହଞ୍ଚ ନୁହଁନ୍ତି, ସେ ବି ଯାଇପାରନ୍ତି ବୋଲି ଏହା ଦ୍ବାରା ଏକ ଇଶାରା ଦେଇଛନ୍ତି ବୋଲି ମତ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି । 

ପ୍ରଫୁଲ୍ଲ ସାମଲ, ବଦ୍ରି ପାତ୍ର, ଭୂପିନ୍ଦର ସିଂହଙ୍କ ଭଳି ବରିଷ୍ଠ ନେତା ମଝିରେ ମଝିରେ କଡ଼ା କଥା କହି ଭିନ୍ନ ଇଶାରା ଦେଉଥିବା ବେଳେ ଏବେ ରାଜା ସ୍ବାଇଁଙ୍କ ଏଭଳି ମନ୍ତବ୍ୟ ବିଜେଡିକୁ ଆଉ ଟିକେ ଅଡୁଆରେ ପକାଇ ଦେଇଛି । 

Advertisment
Advertisment
Related Articles
Advertisment