Advertisment

Who is Devabrata Mahesh Rekhe: ଭାଙ୍ଗିଲେ ୨୦୦ ବର୍ଷର ରେକର୍ଡ , ସାବାସ୍‌ ବେଦମୂର୍ତ୍ତୀ ଦେବବ୍ରତ

କଣ୍ଠସ୍ଥ ୨୦୦୦ ବୈଦିକ ମନ୍ତ୍ର, ୫୦ ଦିନର ନିରନ୍ତର ସାଧନା...୨୦୦ ବର୍ଷ ଭିତରେ ଯାହା ଆଜି ଯାଏଁ ବଡ ବଡ ବିଦ୍ୱାନ କରିପାରିନାହାନ୍ତି, ତାହା କରି ଦେଖାଇଛନ୍ତି ୧୯ ବର୍ଷର ବ୍ରାହ୍ମଣ କୁମାର

author-image
Manas Ranjan Mohanty
Debabrata-Dandakrama-Parayana

Debabrata-Dandakrama-Parayana Photograph: (OTV)

କଣ୍ଠସ୍ଥ ୨୦୦୦ ବୈଦିକ ମନ୍ତ୍ର, ୫୦ ଦିନର ନିରନ୍ତର ସାଧନା...୨୦୦ ବର୍ଷ ଭିତରେ ଯାହା ଆଜି ଯାଏଁ ବଡ ବଡ ବିଦ୍ୱାନ କରିପାରିନାହାନ୍ତି, ତାହା କରି ଦେଖାଇଛନ୍ତି ୧୯ ବର୍ଷର ବ୍ରାହ୍ମଣ କୁମାର । ଶୁକ୍ଲ ଯଜୁର୍ବେଦର ଦୁଇ ହଜାର ମନ୍ତ୍ର ଯୁକ୍ତ କଠିନ 'ଦଣ୍ଡକର୍ମ ପାରାୟଣମ୍'କୁ ଲଗାତାର ୫୦ ଦିନ ଧରି ବିନା ବାଧାରେ, ବିନା ତ୍ରୁଟିରେ ଗୋଟିଏ ବି ପୃଷ୍ଠା ନଦେଖି ସମାପ୍ତ କରିଛନ୍ତି ସେ ।

Advertisment

ସମଗ୍ର ଭାରତ ବର୍ଷକୁ କରିଛନ୍ତି ଗର୍ବିତ । ପିଏମ୍‌ଠୁ ସିଏମ୍‌ ସମସ୍ତଙ୍କ ମୁହଁରେ ବାଃ ବାଃ ।  ସଭିଁଙ୍କ ମୁହଁରେ ଗୋଟିଏ କଥା ସାବାସ୍‌  ବେଦମୂର୍ତ୍ତୀ ଦେବବ୍ରତ...ଏହି ବିଦ୍ୱାନ ବ୍ରାହ୍ମଣ କୁମାର ହେଲେ ଦେବବ୍ରତ ମହେଶ ରେଖେ । ବୟସ ମାତ୍ର ୧୯ । ହେଲେ ଅପୂର୍ବ ମେଧାଶକ୍ତି, ଚମତ୍କାର ପ୍ରତିଭା ତାଙ୍କୁ ଆଜି ‘ବେଦମୂର୍ତ୍ତୀ’ ଉପାଧିରେ ବସାଇଛି । ଉତ୍ତରପ୍ରଦେଶ କାଶୀରେ ଶୁକ୍ଲ ଯଜୁର୍ବେଦର ମାଧ୍ୟାନ୍ଦୀନ ଶାଖାର ୨୦୦୦ ବୈଦିକ ମନ୍ତ୍ର ସମ୍ପନ୍ନ 'ଦଣ୍ଡକ୍ରମ ପାରାୟଣ' ଆୟୋଜିତ ହୋଇଥିଲା । ଏଥିରେ ଦେବବ୍ରତ ବିନା ତ୍ରୁଟିରେ ଗୋଟିଏ ବେଗରେ ୫୦ ଦିନ ନିରନ୍ତର ୨୦୦୦ ମନ୍ତ୍ର ପାଠ ସମାପ୍ତ କରିଛନ୍ତି । ଦଣ୍ଡକର୍ମର ଅର୍ଥ ପ୍ରତି ମନ୍ତ୍ରକୁ ୧୧ ଥର ଲେଖାଏଁ ଭିନ୍ନ ଭିନ୍ନ କ୍ରମରେ ପୁନରାବୃତ୍ତି କରିବାକୁ ହୁଏ । 

ଜଟିଳ ସ୍ୱର-ପଦ୍ଧତି ଓ ଶୁଦ୍ଧ ଉଚ୍ଚାରଣ ପାଇଁ 'ଦଣ୍ଡକର୍ମ'କୁ ବେଦ ପାଠନ ଶିରୋମଣି କୁହାଯାଏ ।  ଏହା ଏତେ କଠିନ ଯେ, ୨୦୦ ବର୍ଷ ତଳେ ନାଶିକ୍‌ର ବେଦମୂର୍ତ୍ତୀ ନାରାୟଣ ଶାସ୍ତ୍ରୀ ଦେବ ଏହାକୁ ପୂରା କରିଥିଲେ । ଦୁଇ ଶତାବ୍ଦୀ ପରେ ଭାରତ ବର୍ଷରେ ଦେବବ୍ରତ ମହେଶ ଏକମାତ୍ର ବିଦ୍ୱାନ ଯିଏ ଏହାକୁ ସମାପ୍ତ କରିପାରିଛନ୍ତି । ଆଉ ହାସଲ କରିପାରିଛନ୍ତି ବେଦମୂର୍ତ୍ତି ଉପାଧି । ତାଙ୍କ ପୂର୍ବରୁ ନାରାୟଣ ଶାସ୍ତ୍ରୀ ବେଦମୂର୍ତ୍ତୀ ଉପାଧି ପ୍ରାପ୍ତ କରିଥିଲେ । ଏହି ବିରଳ ସଫଳତା ପାଇଁ ଦେବବ୍ରତଙ୍କୁ ଏକ ସୁନାର ବ୍ରେସଲେଟ୍ ଓ ୧ ଲକ୍ଷ ୧୧ ହଜାର ୧୧୬ ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯାଇଛି ।

Advertisment

ମାତ୍ର ୧୯ ବର୍ଷର ଦେବ୍ରବତ ଆମର ପ୍ରାଚୀନ ଗୁରୁପରମ୍ପରାକୁ ଜୀବନ୍ତ କରିଛନ୍ତି । ତାଙ୍କର ଏହି ଐତିହାସିକ ଉପଲବ୍ଧି ଇଣ୍ଟରନେଟ୍‌ରେ ପକାଇଛି ଚହଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଷ୍ଟ କରି ତାଙ୍କର ପ୍ରଶଂସା କରିଛନ୍ତି । ଦେବବ୍ରତଙ୍କ ସଫଳତା ଆଗାମୀ ପିଢି ପାଇଁ ପ୍ରେରଣା ବୋଲି କହିଛନ୍ତି ମୋଦି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଦେବବ୍ରତ ଅପୂର୍ବ ସ୍ମରଣ ଶକ୍ତି ବଳରେ ୨୦୦୦ ମନ୍ତ୍ର କଣ୍ଠସ୍ଥ କରି ଯେଉଁ ଅଦ୍ଭୁତ ସଫଳତା ପାଇଛନ୍ତି ତାହା ସମଗ୍ର ଆଧ୍ୟାତ୍ମକ ଜଗତ ପାଇଁ ପ୍ରେରଣାର ନବଦୀପ । ମହାରାଷ୍ଟ୍ର ଅହଲ୍ୟାନଗର ଜିଲ୍ଲାର ଏକ ଛୋଟିଆ ଗ୍ରାମରେ ବ୍ରାହ୍ମଣ ପରିବାରରେ ଦେବବ୍ରତଙ୍କ ଜନ୍ମ ।  ମାତ୍ର ୫ ବର୍ଷ ବୟସରୁ ଦେବବ୍ରତ ବୈଦିକ ମନ୍ତ୍ର ଉଚ୍ଚାରଣ ଆରମ୍ଭ କରିଥିଲେ । ୧୯ ବର୍ଷ ବୟସରେ ସେ ଶୁକ୍ଲ ଯଜୁର୍ବେଦର ମାଧ୍ୟାନ୍ଦିନୀ ଶାଖାକୁ ସମ୍ପୂର୍ଣ୍ଣ କଣ୍ଠସ୍ଥ କରିଥିଲେ । 

Advertisment
Related Articles
Advertisment