Advertisment

Ragging Turns Violent: ହଷ୍ଟେଲରେ ଛାତ୍ରଙ୍କୁ ମାଡ଼, ଭିଡିଓ ଭାଇରାଲ୍ ... ଲହୁଲୁହାଣ ସହ ହାତ ଭାଙ୍ଗିଥିବା ସୂଚନା

ଘରୋଇ ହଷ୍ଟେଲରେ ଛାତ୍ରଙ୍କୁ ଥାର୍ଡ ଡିଗ୍ରୀ। ରାଗିଂ ଆଳରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଦଶମ ଶ୍ରେଣୀର ଛାତ୍ର। ନାବାଳକ ଜଣକ ଭୁଲ ମାଗି ଛାଡି ଦିଅ କହୁଥିଲେ ମଧ୍ୟ କିଛି ଶୁଣିଲେନି।

author-image
Manas Ranjan Mohanty
DASPALLA_HOSTEL

DASPALLA_HOSTEL Photograph: (OTV)

ଘରୋଇ ହଷ୍ଟେଲରେ ଛାତ୍ରଙ୍କୁ ଥାର୍ଡ ଡିଗ୍ରୀ। ରାଗିଂ ଆଳରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଦଶମ ଶ୍ରେଣୀର ଛାତ୍ର। ନାବାଳକ ଜଣକ ଭୁଲ ମାଗି ଛାଡି ଦିଅ କହୁଥିଲେ ମଧ୍ୟ କିଛି ଶୁଣିଲେନି। ପ୍ଲାଷ୍ଟିକ ପାଇପ ଓ କ୍ରିକେଟ ବ୍ୟାଟରେ ନିର୍ଧୁମ ମାଡ ମାରି ଲହୁଲୁହାଣ କରିବା ସହ ହାତ ଭାଙ୍ଗି ଦେଲେ। ଦେଖନ୍ତୁ କିଭଳି ନୀରିହ ଛାତ୍ରଙ୍କୁ ପିଟି ଚାଲିଛନ୍ତି ତିନି ଛାତ୍ର। ଏଭଳି କିଛି ଅମାନବୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ବାରପୁରିକିଆ ଠାରେ ଥିବା ଏକ ଘରୋଇ ସ୍କୁଲର ହଷ୍ଟେଲ ଭିତରେ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଘରୋଇ ହଷ୍ଟେଲରେ ପଞ୍ଚମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୪୦ଛାତ୍ର ରହୁନ୍ତି। ତେବେ କୌଣସି କାରଣରୁ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଦଶମ ଶ୍ରେଣୀର ୩ଜଣ ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଛାତ୍ରାବାସର ଓନରଙ୍କୁ ପଚାରିବାରୁ କିଛି ହୋଇନାହିଁ ବୋଲି କହିଛନ୍ତି। ସେପଟେ ଭିଡିଓ ଭାଇରାଲ ପରେ ଦଶପଲା ପୋଲିସ ଅଭିଯୁକ୍ତ ୩ ଛାତ୍ରଙ୍କ ସମେତ ହଷ୍ଟେଲ ମାଲିକ ତଥା ଶିକ୍ଷକ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

Advertisment

ହଷ୍ଟେଲରେ ଛାତ୍ରଙ୍କୁ ମାଡ଼: ୪ ଅଟକ
ଦଶପଲ୍ଲା: ଘରୋଇ ହଷ୍ଟେଲରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ଼
୩ ଦଶମ ଶ୍ରେଣୀ ଛାତ୍ରଙ୍କ ଦ୍ବାରା ପାଇପ୍ ଓ କ୍ରିକେଟ ବ୍ୟାଟରେ ନିସ୍ତୁକ ମାଡ଼
ନିସ୍ତୁକ ମାଡ଼ର ଭିଡିଓ ଭାଇରାଲ୍ , ଲହୁଲୁହାଣ ସହ ହାତ ଭାଙ୍ଗିଥିବା ସୂଚନା
ଭିଡିଓ ଭାଇରାଲ୍ ପରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ 
ହଷ୍ଟେଲ ମାଲିକଙ୍କ ସହ ୩ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା

Advertisment
Related Articles
Advertisment