/odishatv-khabar/media/media_files/2025/12/03/no-jail-for-gambling-2025-12-03-19-44-35.jpg)
NO-JAIL-FOR-GAMBLING Photograph: (OTV)
ଜୁଆ ଖେଳିଲେ ନୋ ଜେଲ୍ । କେବଳ ଲାଗିବ ବଡ଼ ତଣ୍ଡ । ଜୁଆଡ଼ି ଧରା ପଡ଼ିଲେ ୫ରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଗିପାରେ ଫାଇନ୍ । ବିଧାନସଭାରେ ଗତକାଲି ପାରିତ ଓଡ଼ିଶା ଜନବିଶ୍ବାସ ବିଲ୍ ୨୦୨୫ରେ ରହିଛି ଏ ବ୍ୟବସ୍ଥା। ଯେଉଁଥିରେ ଜୁଆ ଖେଳ ଭଳି ସଂଗୀନ ଅପରାଧକୁ ବି ସରକାର ମାଫ୍ କରି ଦେଇଥିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶା ଜୁଆ ଖେଳ ପ୍ରତିରୋଧ ଅଧିନିୟମ- ୧୯୫୫ରେ ବ୍ୟାପକ ସଂଶୋଧନ କରି ଏଥିରେ ଥିବା ସମସ୍ତ ଜେଲ ଦଣ୍ଡକୁ ଉଠାଇ ତାକୁ ବଡ଼ ଜରିମାନା ବ୍ୟବସ୍ଥାକୁ ରୂପାନ୍ତରଣ କରାଯାଇଛି। ପୂର୍ବରୁ ଜୁଆ ଖେଳିଲେ ୧ ମାସରୁ ୬ ମାସ ଯାଏଁ କାରାଦଣ୍ଡ ବ୍ୟବସ୍ଥା ଥିଲା, ହେଲେ ତାହା ଉଠିଯିବ। ଜୁଆ ଖେଳି ଧରାପଡ଼ିଲେ ପୂର୍ବରୁ ଯେଉଁ ଜରିମାନା ୧୦୦ ଟଙ୍କା ଥିଲା ତାହା ୫ ହଜାର ଓ କାରାଦଣ୍ଡ କ୍ଷେତ୍ରରେ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଯାହାକୁ ନେଇ ତେଜିଛି ରାଜନୀତି, ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି କହିଛି-ରାଜ୍ୟରେ ଜୁଆକୁ ସରକାରୀ ସ୍ବିକୃତୀ ମିଳିଗଲା, ଏବେ ଯାଦୁ ଭଳି ମାଡ଼ିଯିବ। କଂଗ୍ରେସର ଆକ୍ଷେପ- ଏ ବିଚିତ୍ର ଆଇନ୍ ରାଜ୍ୟରେ ମାଳ ମାଳ ମଦୁଆ ଓ ଜୁଆଡ଼ି ସୃଷ୍ଟି କରିବ। ଜବାବରେ ବିଜେପି କହିଛି-ପୂର୍ବରୁ ଗଳାବାଟରେ ଖସି ଯାଉଥିବା ଜୁଆଡି ଏବେ ବଡ଼ ତଣ୍ଡ ଗଣି ବାଟକୁ ଆସିବେ।
ଓଡ଼ିଶାରେ ଜୁଆ ଖେଳ ଏକ ଅପରାଧ। ନିଇତି ରାଜ୍ୟର ବିଭିନ୍ନ ସ୍ଥାନରୁ ବି ଆସେ ଚଢ଼ଉ ଖବର। କେଉଁଠି ଜୁଆଡ଼ିଙ୍କୁ ପୋଲିସ ବାନ୍ଧେ ତ କେଉଁଠି ଅନସ୍ପଟ୍ ସିଜ୍ ହୁଏ ହୁଏ ପୁଳା ପୁଳା ଟଙ୍କା। ଏମିତିକି ଏ ଖେଳରେ ହାରଜିତକୁ ନେଇ ବେଳେ ବେଳେ ଗଣ୍ଡଗୋଳ ଓ ହତ୍ୟାକାଣ୍ଡର ବି ନଜିର ରହିଛି। ତେବେ ଗଂଜାମ ଜିଲ୍ଲା ସାଙ୍ଗକୁ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ୟାକୁ ପରଂପରା ଭାବେ ଧରାଯାଏ। ଦଶହରା ଓ କୁମାର ପୂର୍ଣ୍ଣମୀରେ ଘରେ ଘରେ ଜୁଆ ଖେଳ ଚାଲେ। ଏବେ କିନ୍ତୁ ବର୍ଷତମାମ ଗାଁ ଗାଁରେ ଖେଳ ଚାଲୁଛି। ଅନେକ ଏଥିରେ ସର୍ବସ୍ବାନ୍ତ ହେବାର ଉଦାହରଣ ରହିଛି। ଏଇ ଯେମିତି ଖଲ୍ଲିକୋଟ ଗାଁର ପରିଚୟ ଗୋପନ ରଖି କ୍ୟାମେରା ସାମ୍ନାକୁ ଆସିଥିବା ଏ ବ୍ୟକ୍ତି, ସେ କହିଛନ୍ତି- ଜୁଆ ଖେଳରେ ତାଙ୍କର ସବୁ ସଂପତ୍ତି ଉଡ଼ି ଯାଇଛି। ତାଙ୍କ ଭଳି ଅନେକ ଲୋକ ନିସ୍ବ ହେବା ପରେ ଦାଦନ ଖଟିବାକୁ ଚାଲି ଯାଇଛନ୍ତି। ତେଣେ ପୂର୍ବତନ ପୋଲିସ୍ ଅଧିକାରୀ ବି କହିଛନ୍ତି- ସରକାରଙ୍କ ଏ ନୂଆ ନିୟମ ଜୁଆଡ଼ିଙ୍କ ମନରୁ ଡର ଛଡ଼ାଇ ଦେଲା।
ଏବେ ଦେଖିବାର କଥା, ନୂଆ ଆଇନ ଲାଗୁ ହେଲେ ରାଜ୍ୟରୁ ଜୁଆ ଖେଳ ଲୋପ ପାଇବ ନା ଜୁଆଡ଼ି ଆହୁରି ନିର୍ଭୟରେ ଖେଳି ଚାଲିବେ?
Pakistan Fake News: ପୁଣି ମିଛ କହିଲା ପାକିସ୍ତାନ, ଭାଇରାଲ କରୁଛି ଫେକ୍ ନ୍ୟୁଜ...ଭାରତ ଦେଲା ମୁହଁତୋଡ ଜବାବ

Train Terror: ଯାହାକୁ ଦେଖିଲା ଛୁରିରେ ଭୁସିଲା, ଟ୍ରେନ ଶୌଚାଳୟରେ ଲୁଚିଲେ ଯାତ୍ରୀ....ଜୀବନ ବିକଳରେ ଧାଇଁଲେ

The Untold Truth: ମାତ୍ର ୫ ମିନିଟ ସମୟ ଦେଲେ, ଲେଖା ହୋଇଗଲା ଇତିହାସ...ଜାଣନ୍ତୁ ପୁରା ଘଟଣା

Young Hearts Timeless Art: ଆପଣ ବି କହିବେ ସାବାସ୍ ! ମନ ମୋହୁଛି ସ୍କୁଲ୍ ସାରଙ୍କ ନାଚ ଶିକ୍ଷା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)