/odishatv-khabar/media/media_files/2026/02/16/odia-sailor-sarthak-mohapatra-2026-02-16-09-36-48.jpg)
Odia Sailor Sarthak Mohapatra Photograph: (OTV)
ନାବିକ ପୁଅକୁ ଖୋଜି ନ ପାଇବା ପରେ ମାଆ ଓ ମାମୁ ନିରାଶ । ନିଖୋଜ ଥିବା ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ମାଆ ରଶ୍ମିତା ମହାପାତ୍ର ଏବଂ ମାମୁ ସିଙ୍ଗାପୁର ଯାଇଥିଲେ। ସିଙ୍ଗାପୁରରେ ଯେଉଁ ଜାହାଜରେ ରହସ୍ୟମୟ ଭାବେ ନାବିକ ସାର୍ଥକ ମହାପାତ୍ର ନିଖୋଜ ହୋଇଥିବା ସୂଚନା ଆସିଥିଲା ସେହି ଜାହାଜରେ ମାଆ ଏବଂ ମାମୁଙ୍କ ସମେତ ଭାରତ ସରକାରଙ୍କ ପକ୍ଷରୁ DG ସିପିଙ୍ଗର ଦୁଇ ବରିଷ୍ଠ ଅଧିକାରୀ ମିଶି ବିଭିନ୍ନ ସ୍ଥାନ ବୁଲି ଖୋଜିଥିଲେ। ହେଲେ ସାର୍ଥକଙ୍କ ପତ୍ତା ମିଳିନାହିଁ।
ଜାହାଜରେ ଥିବା ଅନ୍ୟ କ୍ରିଉ ମେମ୍ବର ମାନଙ୍କୁ DG ସିପିଙ୍ଗର ଦୁଇ ଜଣ ବରିଷ୍ଠ ଅଧିକାରୀ ପଚରାଉଚରା କରିଥିଲେ। ସେମାନଙ୍କ କଥାରେ ତାଳ ମେଳ ରହୁ ନଥିବା ଶୁଣିବାକୁ ମିଳିଛି। ସେହି ଜାହାଜଟି ବର୍ତ୍ତମାନ ଚୀନ ଅଭିମୁଖେ ବାହାରି ସାରିଲାଣି। ମାଆ ଓ ମାମୁ ଉପାୟ ଶୂନ୍ୟ ହୋଇ ରହିଛନ୍ତି। ଆଜି ସିଙ୍ଗାପୁରରେ ଥିବା ଭାରତୀୟ ହାଇ କମିଶନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତ ୩ ତାରିଖରେ ସାର୍ଥକ ମହାପାତ୍ର ନିଖୋଜ ହୋଇଥିବା ନେଇ ସଂପୃକ୍ତ ଜାହାଜ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା ।
India crush Pakistan: କଲମ୍ବୋରେ ଧୂଳି ଚାଟିଲା ପାକିସ୍ତାନ, ଟିମ୍ ଇଣ୍ଡିଆର ବଡ଼ ବିଜୟ

Geeta Pattnaik Passes Away: ପରପାରିକୁ ଫୁର୍ କିନା ଉଡ଼ିଗଲେ ସଂଗୀତ ଦୁନିଆର ବଣି, ଆଜି ହେବ ଅନ୍ତିମ ସଂସ୍କାର

Art of Living Mahashivratri 2026: ବିଦେଶୀ ଭକ୍ତଙ୍କ ଅନୁଭୂତି: ଆଶ୍ରମ ଯେମିତି ଘର, ଗୁରୁଦେବଙ୍କ ଉପସ୍ଥିତି ଯାଦୁକରୀ

Weekly Horoscope From 16th February 2026 To 22nd February 2026: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)