Advertisment

Income Tax Slabs Budget 2026: ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ; ନିର୍ମଳାଙ୍କ ବଡ଼ ଘୋଷଣା

ବଜେଟ୍‌ରେ ଆୟକର ନିୟମକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅପରିବର୍ତ୍ତିତ ରହିଲା ଆୟକର ସ୍ଲାବ। କୌଣସି ପରିବର୍ତ୍ତନ କଲେନି ନିର୍ମଳା ସୀତାରମଣ।

author-image
Chinmayee Sahoo
Income Tax Slabs Budget 2026

Income Tax Slabs Budget 2026 Photograph: (OTV)

ବଜେଟ୍‌ରେ ଆୟକର ନିୟମକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅପରିବର୍ତ୍ତିତ ରହିଲା ଆୟକର ସ୍ଲାବ। କୌଣସି ପରିବର୍ତ୍ତନ କଲେନି ନିର୍ମଳା ସୀତାରମଣ। ଆୟକର ଲୁଚାଇଲେ ଆଉ ମିଳିବନି ଦଣ୍ଡ। ଅତିରିକ୍ତ ୩୦% ଟିକସ ଦେଇ ମୁକୁଳିପାରିବେ। ୨୦୨୬, ଏପ୍ରିଲ ୧ରୁ ନୂଆ ଆୟକର ନିୟମ ଲାଗୁ ହେବ। ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ

Advertisment

ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ। ITR 1, ITR 2 ଲୋକେ ଭରିପାରିବେ ରିଟର୍ଣ୍ଣ। PAN ଜରିଆରେ ନିଜ ସଂପତ୍ତି ବିକିପାରିବେ NRI। ବିଦେଶରେ ଶିକ୍ଷା ଓ ମେଡିକାଲ୍  କ୍ଷେତ୍ରରେ TCS ହ୍ରାସ। ୫ ପ୍ରତିଶତରୁ ୨ ପ୍ରତିଶତକୁ TCS ହ୍ରାସ ନେଇ ଘୋଷଣା। ମୋଟର ଦୁର୍ଘଟଣା ବାବଦ ସୁଧ ଉପରେ ଲାଗୁ ହେବନି ଆୟକର।

Budget Tax Payers
Advertisment
Related Articles
Advertisment