Advertisment

Budget 2026: ବଜେଟ୍ ୨୦୨୬: ନିର୍ମାଣ ହେବ ୭ ହାଇସ୍ପିଡ୍ ରେଲୱେ କରିଡର, ବାୟୋଫାର୍ମା ପାଇଁ ୧୦ହଜାର କୋଟି

ଦେଶରେ ୭ଟି ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବ। ୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରାଯିବ। ଭାରତକୁ ବାୟୋଫାର୍ମା ହବ୍ କରିବାକୁ ବଡ଼ ଘୋଷଣା କରାଯାଇଛି।

author-image
Chinmayee Sahoo
Budget 2026

Budget 2026 Photograph: (OTV)

କର୍ତ୍ତବ୍ୟଭବନରେ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ମଳା ବଡ଼ ଘୋଷଣା କରି କହିଛନ୍ତି ଯେ, ଦେଶରେ ୭ଟି ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବ। ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ବାଇ-ପୁନେ, ବେଙ୍ଗାଲୁର-ଚେନ୍ନାଇ, ପୁନେ- ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁର, ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲୱେ କରିଡର ହେବ। ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ। 

Advertisment

୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରାଯିବ। ବାରଣାସୀ ଓ ପାଟନାରେ ଜାହାଜ ମରାମତି ଇକୋ ସିଷ୍ଟମ। ୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡ୍‌ଙ୍କୁ ଦିଆଯିବ ଟ୍ରେନିଂ।

ସେହିପରି ଭାରତକୁ ବାୟୋଫାର୍ମା ହବ୍ କରିବାକୁ ବଡ଼ ଘୋଷଣା କରାଯାଇଛି। ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ କରାଯିବ। ୫ ବର୍ଷରେ ବ୍ୟୟ କରିବା ନେଇ ନିର୍ମଳା ଘୋଷଣା କରିଛନ୍ତି। 

Advertisment
Budget
Advertisment
Related Articles
Advertisment