/odishatv-khabar/media/media_files/2026/02/01/budget-2026-2026-02-01-12-19-25.jpg)
Budget 2026 Photograph: (OTV)
ବଜେଟ୍କୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିବା ପରେ କର୍ତ୍ତବ୍ୟ ଭବନରେ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନୁମୋଦନ କରାଯାଇଥିଲା।
ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ। ଲଗାତାର ୯ମ ଥର ପାଇଁ ବଜେଟ୍ ଆଗତ କଲେ। ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଛନ୍ତି ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି ବୋଲି କହିଛନ୍ତି।
ବଜେଟ୍ ଉପସ୍ଥାପନ ପରେ ଅର୍ଥ ମନ୍ତ୍ରୀ ଅଭିଭାଷଣରେ କହିଛନ୍ତି, ଚଳିତ ବଜେଟ୍ ଯୁବଶକ୍ତି ବଜେଟ୍ ହେବାକୁ ଯାଉଛି। କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ୍। ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍କା ସାଥ୍ ସବ୍କା ବିକାଶ। ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ବ ଦେଉଛି।
ବିରଳ ଖଣିଜ କରିଡ଼ର ନେଇ ବଜେଟ୍ରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। କେରଳ, ଓଡ଼ିଶା, ଆନ୍ଧ୍ର, ତାମିଲନାଡୁରେ ବିରଳ ଖଣିଜ କରିଡ଼ର ହେବ। ସେମିକଣ୍ଡକ୍ଟର 2. O ନେଇ ମଧ୍ୟ ବଜେଟ୍ରେ ଘୋଷଣା କରାଯାଇଛି। ଶିଳ୍ପଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ବ ଦିଆଯିବ। କୁଶଳୀ ବ୍ୟକ୍ତି ସୃଷ୍ଟି କରିବାକୁ ପ୍ରାଧାନ୍ୟ ଦିଆଯିବ।
ଓଡ଼ିଶା, କର୍ଣ୍ଣାଟକ, କେରଳରେ କଇଁଛ ଅଣ୍ଡାଦାନ ସ୍ଥଳୀର ଉନ୍ନତି ହେବ। ପରିବେଶ ସଂରକ୍ଷଣ ଓ ଇକୋ-ଟୁରିଜମ୍କୁ ପ୍ରୋତ୍ସାହିତ କରିବ।
ବୟନ ଶିଳ୍ପ ପାଇଁ ମହାତ୍ମା ଗାନ୍ଧି ଗ୍ରାମ ସ୍ବରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ। ଖଦି ଓ ହ୍ୟାଣ୍ଡଲୁମକୁ ଅଧିକ ସଶକ୍ତ କରାଯିବ।
Budget Day Coincides With Magha Purnima: ମାଘ ପୂର୍ଣ୍ଣିମାରେ ବଜେଟ୍ ଉପସ୍ଥାପନ, ଆତ୍ମନିର୍ଭର ଭାରତ ଲକ୍ଷ୍ୟରେ ବିକଶିତ ରୋଡମ୍ୟାପ

Gold and Silver Prices Down: ରବିବାର ବି ମାର୍କେଟ ଖୋଲା, କମିଲା ସୁନା ଓ ରୁପା

One Tax Cut Away From Smiles: ଏହି ଟିକସ କମିଲେ, ଖୁସି ହୋଇଯିବେ ମଧ୍ୟବିତ୍ତ

Group Clash: ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ: ୭ ଆହତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)