Advertisment

Budget 2026: ବଜେଟରେ ବଡ ଘୋଷଣା; ମହାତ୍ମା ଗାନ୍ଧି ସ୍ବରାଜ ଯୋଜନା ଆରମ୍ଭ

ବଜେଟ୍‌ ଉପସ୍ଥାପନ ବେଳେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କାର୍ବନ କ୍ୟାପଚର ୟୁଟିଲାଇଜେସନ ଷ୍ଟୋରେଜ୍‌ (CCUS) ଲାଗୁ ହେବ। ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଡିଜାଇନ୍ ପ୍ରତିଷ୍ଠା ହେବ।

author-image
Chinmayee Sahoo
Budget 2026

Budget 2026 Photograph: (OTV)

ବଜେଟ୍‌ ଉପସ୍ଥାପନ ବେଳେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କାର୍ବନ କ୍ୟାପଚର ୟୁଟିଲାଇଜେସନ ଷ୍ଟୋରେଜ୍‌ (CCUS) ଲାଗୁ ହେବ। ଆଗାମୀ ୫ ବର୍ଷରେ CCUS ପାଇଁ ୨୦ ହଜାର କୋଟି ବ୍ୟୟ ହେବ।

Advertisment

ସେହିପରି ଛୋଟ ଛୋଟ ସହରର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇଛି। ୫ ଲକ୍ଷରୁ ଊର୍ଦ୍ଧ୍ବ ଲୋକସଂଖ୍ୟା ଥିବା ସହର ପାଇଁ ଯୋଜନା କରାଯାଇଛି। ଟାୟର-୧ , ଟାୟର-୨ ସିଟି ନେଇ ଘୋଷଣା କରାଯାଇଛି। ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ। ୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡ୍ ଙ୍କୁ ଦିଆଯିବ ଟ୍ରେନିଂ।

ବଜେଟ୍‌ରେ ଖେଲୋ ଇଣ୍ଡିଆ ମିଶନ୍‌ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଖେଲୋ ଇଣ୍ଡିଆ ମିଶନ୍‌ରେ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରହିଛି। ପ୍ରତିଭାଙ୍କୁ ଚିହ୍ନଟ କରି ପରବର୍ତ୍ତୀ ଦଶନ୍ଧିକୁ ଯିବା ଲକ୍ଷ୍ୟ ରହିଛି। ଦେଶର ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ଛାତ୍ରାବାସ। STEM ସଂସ୍ଥା ପାଇଁ ଖୋଲିବ ଛାତ୍ରାବାସ। ପୂର୍ବ ଭାରତରେ ଶିକ୍ଷାର ବିକାଶ ପାଇଁ ଯୋଜନା କରାଯାଇଛି। 

Advertisment

ମହାତ୍ମା ଗାନ୍ଧି ସ୍ବରାଜ ଯୋଜନା ଆରମ୍ଭ ହେବ। ମହାତ୍ମା ଗାନ୍ଧି ଗ୍ରାମ ସ୍ବରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ। ଖଦି ଓ ହ୍ୟାଣ୍ଡଲୁମକୁ ଅଧିକ ସଶକ୍ତ କରାଯିବ। ରାଷ୍ଟ୍ରୀୟ ଫାଇଟର ଯୋଜନା ଘୋଷଣା କରାଯାଇଛି।

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଡିଜାଇନ୍ ପ୍ରତିଷ୍ଠା ହେବ। ପ୍ରମୁଖ ଶିଳ୍ପାଞ୍ଚଳ ନିକଟରେ ୫ ୟୁନିଭର୍ସିଟି ଟାଉନସିପ୍ ସ୍ଥାପନ ହେବ। ଖୋଲିବ ଆଉ ୩ ନୂଆ ସର୍ବଭାରତୀୟ ଆୟୁର୍ବେଦ ସଂସ୍ଥା। 

ଶସ୍ତା ହେବ ବିଦେଶ ଯାତ୍ରା। TCS ୨%କୁ ହ୍ରାସ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା। ବିଦେଶରେ ଶିକ୍ଷା ଓ ମେଡିକାଲ୍  କ୍ଷେତ୍ରରେ TCS ହ୍ରାସ। ୫ ପ୍ରତିଶତରୁ ୨ ପ୍ରତିଶତକୁ TCS ହ୍ରାସ ନେଇ ଘୋଷଣା। 

Budget
Advertisment
Related Articles
Advertisment