Advertisment

Anti-Maoist Operation: ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଖସିଗଲା ୧ କୋଟି ଟଙ୍କା ପୁରସ୍କାର ଥିବା ମିଶିରି ବେଶ୍ରା

ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ। ପ୍ରାୟ ୧ ଘଣ୍ଟା ଧରି ଜାରି ରହିଥିଲା ଗୁଳି ବିନିମୟ। ଘଟଣାସ୍ଥଳରୁ ଖସିଗଲା କୁଖ୍ୟାତ ମାଓ ନେତା ମିଶିରି ବେଶ୍ରା।

author-image
Chinmayee Sahoo
Anti-Maoist Operation

Anti-Maoist Operation Photograph: (OTV)

ନକ୍ସଲ ସୁରକ୍ଷାକର୍ମୀ ଗୁଳିବିନିମୟ। ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ମାଓବାଦୀ। ସରଣ୍ଡା ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଦୀର୍ଘ ୧ ଘଣ୍ଟା ଧରି ପ୍ରବଳ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ତେବେ ଯବାନଙ୍କ ହାବୁଡରୁ ଅଳ୍ପକେ ଖସିଗଲା ୧ କୋଟି ଟଙ୍କା ପୁରସ୍କାର ଥିବା କୁକ୍ଷାତ ନକ୍ସଲ ନେତା ମିଶିରି ବେଶ୍ରା। 

Advertisment

ଜରେଇକେଲା ଥାନା କୋଲଭଙ୍ଗାର ମାରଙ୍ଗପୋଙ୍ଗା ନିକଟରେ ୧ ଘଣ୍ଟା ଧରି ଚାଲିଥିଲା ପ୍ରବଳ ଗୁଳିବିନିମୟ।  ଯେଉଁଥିରେ କିଛି ମାଓବାଦୀ ଆହତ ହୋଇଥିବା ଜଣାପଡିଛି। କିନ୍ତୁ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରୁ କୌଣସି ନକ୍ସଲଙ୍କ ମୃତଦେହ କିମ୍ବା ଆହତ ହେବାର ଚିତ୍ର ଆସିନାହିଁ।

Anti-Maoist Operation
Advertisment
Related Articles
Advertisment