/odishatv-khabar/media/media_files/2026/01/13/raghav-2026-01-13-14-49-37.jpg)
Raghav Photograph: (OTV)
ସାଂସଦରୁ ଡେଲିଭରୀ ବୟ। କାନ୍ଧରେ ବ୍ୟାଗ୍ ଆଉ ଦେହରେ ୟୁନିଫର୍ମ ପିନ୍ଧି ଅର୍ଡର ଡେଲିଭରୀ କଲେ ସାଂସଦ। ଘରକୁ ଘର ଯାଇ ଯୋଗାଇଲେ ଆବଶ୍ୟକୀୟ ଜିନିଷପତ୍ର। ଦିନକ ପାଇଁ ସାଜିଲେ ଡେଲିଭରୀ ବୟ। ଗିଗ୍ କର୍ମଚାରୀମାନଙ୍କ ସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ କରିଥିବା ଆପ୍ ସାଂସଦ ରାଘବ ଚଡ୍ଡା ଡେଲିଭରି ବଏ ଭୂମିକାରେ ନଜର ଆସିଛନ୍ତି।
ସେ ସାଜିଛନ୍ତି ବ୍ଲିଙ୍କଇଟ୍ର ଡେଲିଭରି ରାଇଡର୍। ଯାହାର ଏକ ଭିଡିଓକୁ ସେ ଖୋଦ୍ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି। ଆଉ ଏହି ଭିଡିଓର କ୍ୟାପସନ୍ରେ ରାଘବ ଲେଖିଛନ୍ତି ଯେ ‘ବୋର୍ଡରୁମ୍ରୁ କିଛି ସମୟ ବାହାରେ।’
Away from boardrooms, at the grassroots. I lived their day.
— Raghav Chadha (@raghav_chadha) January 12, 2026
Stay tuned! pic.twitter.com/exGBNFGD3T
ଭିଡିଓରେ ସେ ବ୍ଲିଙ୍କ୍ଇଟ୍ ଲେଖାଥିବା ଏକ ହଳଦିଆ ଟି-ସାର୍ଟ ପିନ୍ଧିବା ସହ ଜଣେ ଡେଲିଭରି ଏଜେଣ୍ଟଙ୍କଠାରୁ ବ୍ୟାଗ୍ ନେଇ ସ୍କୁଟି ପଛରେ ବସୁଥିବା ଦେଖିବାକୁ ମିଳୁଛି।
ସ୍କୁଟରଟି ଯାଇ ଏକ ଷ୍ଟୋର୍ ପାଖରେ ଅଟକୁଛି। ସେଠାରୁ ସେ ଜିନିଷ ସଂଗ୍ରହ କରି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରୁଛନ୍ତି। ଗ୍ରାହକଙ୍କ ଘର ପାଖରେ ଡେଲିଭରି ଏଜେଣ୍ଟ ଜଣକ ଲିଫ୍ଟରୁ ବାହାରି ବେଲ ବଜାଇବା ବେଳେ ରାଘବ ତାଙ୍କ ପଛରେ ଚାଲୁଥିବା ଭିଡିଓରେ ଦେଖିବାକୁ ମିଳୁଛି।
ଗତବର୍ଷ ଡିସେମ୍ବର ୩୧ରେ ଗିଗ୍ ଶ୍ରମିକମାନେ କରିଥିବା ଦେଶବ୍ୟାପୀ ଧର୍ମଘଟକୁ ରାଘବ ସମର୍ଥନ କରିଥିଲେ। ସଂସଦରେ ସେ ସେମାନଙ୍କ ପ୍ରସଙ୍ଗ ଉଠାଇଥିଲେ।
ସେମାନଙ୍କ ଦୀର୍ଘ କାର୍ଯ୍ୟ ସମୟ, ଅଳ୍ପ ପାଉଣା, ସାମାଜିକ ସୁରକ୍ଷାର ଅଭାବ ଉପରେ ଅଗବତ କରାଇଥିଲେ ଯାହା ପରବର୍ତ୍ତୀ ସମୟରେ ଏକ ଜାତୀୟ ଡିବେଟରେ ପରିଣତ ହୋଇଥିଲା।
ଏହି ପ୍ରସଙ୍ଗକୁ ଆହୁରି ଆଗକୁ ନେବା ପାଇଁ ସେ ଝାଡ଼ଖଣ୍ଡର ଜଣେ ଡେଲିଭରି ବୟଙ୍କୁ ନିଜ ଘରକୁ ଡିନର ପାର୍ଇ ଡକାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)