Advertisment

Woman’s Consent Mandatory: ବିବାହ ପାଇଁ ବାପା-ମା’ କରିପାରିବେନି ଫୋର୍ସ

ଅଭିଭାବକ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଝିଅର ସ୍ବୀକୃତି ନେବା ନିହାତି ଆବଶ୍ୟକ। ଏସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।

author-image
Madhupriya Mistry
Marriage

Marriage Photograph: (OTV)

ବିବାହ ନିଷ୍ପତ୍ତିରେ ଝିଅର ସ୍ବୀକୃତି ଗୁରୁତ୍ବପୂର୍ଣ୍ଣ। ଅଭିଭାବକ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଝିଅର ସ୍ବୀକୃତି ନେବା ନିହାତି ଆବଶ୍ୟକ। ଏସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।

Advertisment

ବିବାହ ପରେ କାକଟପୁର ଅଞ୍ଚଳର ଝିଅ ନିଖୋଜ ଥିବା ନେଇ ବାପା ଅଭିଯୋଗ କରିଥିଲେ। ଏନେଇ ଦାୟର ଏକ ହେବିୟସ କର୍ପସ ପିଟିସନର ଶୁଣାଣି ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ କହିଛନ୍ତି, ବିବାହ ପାଇଁ ଅଭିଭାବକ ଏମିତି କିଛି ନିଷ୍ପତ୍ତି ନେବା ପୂର୍ବରୁ ଝିଅର ଅନୁମତି ନିଆଯିବା ଉଚିତ।

ଯେତେବେଳେ ଜଣେ ଝିଅ ବିବାହ ପାଇଁ ପ୍ରସ୍ତୁତ ନଥାଏ, ବାହ୍ୟ ବଳ ପ୍ରୟୋଗ କରି ତାଙ୍କୁ ବାହା ଦେବା ସୁସ୍ଥ ସମାଜ ପାଇଁ ଭଲ ନୁହେଁ। ଅଭିଭାବକ ନିଜ ନିଷ୍ପତ୍ତି ପିଲାଙ୍କ ଉପରେ ଲଦି ଦେବା ଭାବନା ବିରୋଧରେ ପ୍ରଶାସନ ସଚେତନ କରିବା ଆବଶ୍ୟକ।

Advertisment

ପ୍ରାପ୍ତ ବୟସ୍କ ଝିଅର ନିଷ୍ପତ୍ତିକୁ ସମ୍ମାନ ଦେବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। କାକଟପୁରର ଏକ ମାମଲାର ଶୁଣାଣି ବେଳେ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ। 

Odisha HighCourt Marriage
Advertisment
Related Articles
Advertisment