/odishatv-khabar/media/media_files/2026/01/13/nish-moharana-2026-01-13-12-40-29.jpg)
Nish Moharana Photograph: (OTV)
ନିଶାଙ୍କ ନାଚକୁ ନେଇ ଛତିଶଗଡ଼ରେ ଆକ୍ସନ। ବନ୍ଧା ହେଲେ ଆୟୋଜକ, ବଦଳିଲେ ଉପଜିଲ୍ଲାପାଳ। ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ କଡ଼ା ଆକ୍ସନ ନେଇଛି ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପ୍ରଶାସନ।
ଅପେରା ପାର୍ଟିରେ ଅଶ୍ଳୀଳ ଆଇଟମ୍ ଡ୍ୟାନ୍ସ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ୧୭ ଜଣ ଆୟୋଜକ ଗିରଫ ହୋଇଛନ୍ତି। ଛତିଶଗଡ଼ ଉରମାଳରେ ଓଡ଼ିଶାର ବନଦୁର୍ଗା ଗଣନାଟ୍ୟକୁ ଗତ ୪ରୁ ୧୦ ତାରିଖ ଯାଏଁ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଥିଲା।
୯ ତାରିଖରେ ସେଠାରେ ଷ୍ଟେଜ ସୋ କରିଥିଲେ ନିଶା ମହାରଣା। ତାଙ୍କ ଅଶ୍ଳୀଳ ଡ୍ୟାନ୍ସକୁ ନେଇ ହଙ୍ଗାମା ହୋଇଥିଲା। ଏହାପରେ ଗରିଆବନ୍ଦ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୧୦ ତାରିଖରେ ଯାତ୍ରା ବନ୍ଦ ହୋଇଥିଲା।
ଅପେରା ପାଇଁ ଅନୁମତି ଦେଇଥିବାରୁ ଉପଜିଲ୍ଲାପାଳ ତୁଳସୀଦାସ ମକରମଙ୍କୁ ବଦଳି କରାଯାଇଥିବା ବେଳେ ସେଦିନ ଯାତ୍ରା ପରିବେଷଣ ବେଳେ ଉପସ୍ଥିତ ଥିବା ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ସୂଚନା ଦେଇଛନ୍ତି ଗରିଆବନ୍ଦ ଜିଲ୍ଲାପାଳ। ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନହେବ ସେଥିପ୍ରତି କଡ଼ା ନଜର ରଖାଯାଇଥିବା ଗରିଆବନ୍ଦ ଅତିରିକ୍ତ ଏସପି କହିଛନ୍ତି।
ଛତିଶଗଡ଼ରେ ଯାତ୍ରାରେ ଅଶ୍ଳୀଳ ଆଇଟମ୍ ଡ୍ୟାନ୍ସକୁ ନେଇ ପ୍ରଶାସନର ଆକ୍ସନ ପରେ ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ଛତିଶଗଡ଼ ଭଳି ଓଡ଼ିଶାରେ ବନ୍ଦ ହେବ କି ଅଶ୍ଳୀଳ ଡ୍ୟାନ୍ସ ? କଡ଼ା ଆକ୍ସନ ନେବେ କି ରାଜ୍ୟ ସରକାର ? ଆଇଟମ୍ ଡ୍ୟାନ୍ସରଙ୍କ ଉପରେ ଲାଗିବ କି ଅଙ୍କୁଶ ? ଯାତ୍ରାରେ ଅଶ୍ଳୀଳ ଡ୍ୟାନ୍ସ କରାଉଥିବା ଆୟୋଜକଙ୍କ ବିରୋଧରେ ଛତିଶଗଡ଼ ଭଳି ଆକ୍ସନ ହେବ କି ?
Major Accident: ଭୟଙ୍କର ଦୁର୍ଘଟଣା; ବୋଲେରୋ-ଆମ୍ବୁଲାନ୍ସ୍ ମୁହାଁମୁହିଁ ଧକ୍କା

Police Launch Special Drive: ମକର ସଂକ୍ରାନ୍ତି ପୂର୍ବରୁ ପୋଲିସର ସ୍ବତନ୍ତ୍ର ଅଭିଯାନ, ୭୦ ବଣ୍ଡଲ୍ ମାଞ୍ଜା ଗୁଡ଼ି ସୂତା ଜବତ

Panchayat and Municipal Polls: କେବେ ହେବ ପଂଚାୟତ ଓ ପୌର ନିର୍ବାଚନ ?

Warehouse Set Ablaze: ମାଓବାଦୀଙ୍କ ନାଁରେ ପୋଷ୍ଟର ମାରି ଗୋଦାମରେ ନିଆଁ ଲଗାଇଦେଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)