Advertisment

Jewellery Looted: ମାତିଲେ ଲୁଟେରା, ସଟର କାଟି ନେଇଗଲେ ୫୦ ଲକ୍ଷର ଅଳଙ୍କାର

ସଟର କାଟି ଗହଣା ଦୋକାନରେ କଳାକନା ବୁଲାଇଲେ। ନେଇଗଲେ ୫୦ ଲକ୍ଷର ଅଳଙ୍କାର। କେନ୍ଦ୍ରାପଡ଼ା ସଦର ଥାନା ଠାକୁରହାଟ ନିକଟ ଗହଣା ଦୋକାନରୁ ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ୨୨୦ ଗ୍ରାମ୍ ସୁନା ଓ ୧୨ କେଜିର ରୁପା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

author-image
Madhupriya Mistry
JEWELLERY LOOT

JEWELLERY LOOT Photograph: (OTV)

ମାତିଲେ ଲୁଟେରା। ସଟର କାଟି ଗହଣା ଦୋକାନରେ କଳାକନା ବୁଲାଇଲେ। ନେଇଗଲେ ୫୦ ଲକ୍ଷର ଅଳଙ୍କାର। କେନ୍ଦ୍ରାପଡ଼ା ସଦର ଥାନା ଠାକୁରହାଟ ନିକଟ ଗହଣା ଦୋକାନରୁ ବିଳମ୍ବିତ ରାତିରେ ଲୁଟ୍ ହୋଇଛି।

Advertisment

୨୨୦ ଗ୍ରାମ୍ ସୁନା ଓ ୧୨ କେଜିର ରୁପା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବାହାରେ ବାଇକ୍ ଛାଡ଼ି ପଳାଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରୁ ଗ୍ୟାସ କଟର, ହେଲମେଟ୍ ଓ ଗ୍ଲୋବସ ଆଜି ଜବତ ହୋଇଛି।

ସୁନା ବ୍ୟବସାୟୀ ଦୀପ୍ତିରଞ୍ଜନ ସାହୁ ରାତିରେ ମୋବାଇଲରେ CCTV ଚେକ୍ କରୁଥିବାବେଳେ ସେଠାରେ ୨-୩ ଜଣ ଠିଆ ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିବାରୁ ବାଇକ୍ ଛାଡ଼ି ଛୁ ମାରିଥିଲେ ଦୁର୍ବୃତ୍ତ। ଅଧିକ ଖୋଳତାଡ କରୁଛି କେନ୍ଦ୍ରାପଡା ସଦର ଥାନା ପୋଲିସ। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।

Advertisment
Loot Crime Kendrapada
Advertisment
Related Articles
Advertisment