/odishatv-khabar/media/media_files/2026/01/13/food-court-2026-01-13-12-29-25.jpg)
food court Photograph: (OTV)
ରାଜ୍ୟର ଫୁଡ୍ କ୍ୟାପିଟାଲ୍ କୁ ମିଳିବ ସ୍ବତନ୍ତ୍ର ପରିଚୟ। ଦେଶୀ ବିଦେଶୀ ହେଉ ଅବା ନିଜସ୍ବ ଖାଇବା ପାଇଁ ସବୁବେଳେ ପରିଚିତ ସିଲକ୍ ସିଟି ବ୍ରହ୍ମପୁର। ସକାଳୁ ଜଳଖିଆରୁ ଆରମ୍ଭ କରି ରାତି ଖାଇବା ଯାଏଁ, ଏକାଧିକ ଖାଇବା ଅନେକ ଗୁଡ଼ିଏ ଦୋକାନ ଦୂର ଦୂରରୁ ଲୋକଙ୍କୁ ବ୍ରହ୍ମପୁର ଟାଣି ଆଣେ।
ଶସ୍ତା, ଟେଷ୍ଟି ତା ସହ ଚଟପଟା ଖାଦ୍ୟ ଖାଇବାକୁ ଏଠି ଦୋକାନ ଦୋକାନରେ ଭିଡ଼ ଜମେ। ପୁରୀ, ଉପମାର ଡେଡଲି କମ୍ବିନେସନ୍ ତାସହ ୭ ପ୍ରକାରର ତରକାରୀ ଓ ଚଟଣୀ ବିଶ୍ବ ପ୍ରସିଦ୍ଧ। ଆଉ ସଂଧ୍ୟାରେ ଚାଟ୍ ଘୁଗୁନିର ବାସ୍ନା ଦୂର ଦୂର ଯାଏଁ କମ୍ପେ। ହେଲେ ଏବେ ଏସବୁ ଆଉ ଏଣେତେଣେ ମିଳିବନି। ରାସ୍ତାକଡ଼ରେ ଆଉ ବସିବେନି ଦୋକାନୀ।
ବ୍ରହ୍ମପୁରରେ ହେବ ବିଶାଳ ଫୁଡ୍ କୋର୍ଟ। ଯେଉଁଠି ସବୁ ଖାଇବା ଗୋଟିଏ ଜାଗାରେ ମିଳିବ।..ସବୁଠୁ ବଡ଼ କଥା ହେଉଛି, ବ୍ରହ୍ମପୁରରେ ଅନେକ ସମୟରେ ଟ୍ରାଫିକ୍ ଜାମ୍ ହେଉଛି, ତେଣୁ ରାସ୍ତାକଡ଼ରୁ ଦୋକାନୀଙ୍କୁ ଥଇଥାନ କରାଯିବାକୁ ଯୋଜନା ରଖିଛି ବିଏମସି।
ଗୋଟିଏ ଜାଗାରେ ସବୁ ଖାଇବା
ହେବ ସୁଆଦିଆ ସ୍ବାଦର ସମ୍ଭାର
ରାସ୍ତାକଡ଼ରେ ନୁହେଁ ହେବ ଫୁଡ୍ କୋର୍ଟ
ବ୍ରହ୍ମପୁର ସହର ସାରା ଦୋକାନ। ଛୋଟ ବଡ଼ ଏମିତି ହଜାର ହଜାର ଖାଇବା ଦୋକାନ ସହରର ସବୁ ଛକରେ ରହିଛି। ରାସ୍ତାକଡ଼ରେ ଏସବୁ ଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୁଏ। ତାସହ ଅସ୍ବାସ୍ଥ୍ୟକର ପରିବେଶ ବି ବଡ଼ ସମସ୍ୟା ଥାଏ। ଏଥିପାଇଁ ନୂଆ ଉପାୟ ବାହାର କରିଛି ବ୍ରହ୍ମପୁର ମହାନଗର ନିଗମ।
ପୁରୁଣା ଆମ୍ବ ମାର୍କେଟ ଓ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରେ ୨ଟି ସ୍ଥାନରେ ୪ ଏକର ଯାଗା ଚିହ୍ନଟ କରାଯାଇଛି। ସେଠି ସବୁ ଷ୍ଟ୍ରିଟ୍ ଭେଣ୍ଡରକୁ ଆଣି ନୂଆ ଦୋକାନ କରି ଦିଆଯିବ। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଏଇ ଫୁଡ୍ କୋର୍ଟ ଦେବ ନୂଆ ଅନୁଭୂତି।
Jaundice Detected at Adarsha School: ଆଦର୍ଶ ସ୍କୁଲରେ ‘ଜଣ୍ଡିସ୍’, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ଜାରି

Humane Sagar Death Case: ହ୍ୟୁମାନ ସାଗର ମୃତ୍ୟୁ ମାମଲା; ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା

Major Accident: ଭୟଙ୍କର ଦୁର୍ଘଟଣା; ବୋଲେରୋ-ଆମ୍ବୁଲାନ୍ସ୍ ମୁହାଁମୁହିଁ ଧକ୍କା

Police Launch Special Drive: ମକର ସଂକ୍ରାନ୍ତି ପୂର୍ବରୁ ପୋଲିସର ସ୍ବତନ୍ତ୍ର ଅଭିଯାନ, ୭୦ ବଣ୍ଡଲ୍ ମାଞ୍ଜା ଗୁଡ଼ି ସୂତା ଜବତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)