Advertisment

Delhi Suicide Bombing: ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣ ଘଟଣା: ଉମର ନବିର ପ୍ରମୁଖ ସହଯୋଗୀ ଗିରଫ

ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି। ଆତ୍ମଘାତୀ ବିସ୍ଫୋରଣକାରୀ ଉମର ନବିର ପ୍ରମୁଖ ସହଯୋଗୀ ଗିରଫ।

author-image
Chinmayee Sahoo
DELHI-BLAST

DELHI-BLAST Photograph: (OTV)

ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣରେ ବଢୁଛି ଗିରଫଦାରୀ। ବନ୍ଧାହେଲା ଆତ୍ମଘାତୀ ବିସ୍ଫୋରଣକାରୀ ଉମର ନବୀର ଆଉ ଜଣେ ସହଯୋଗୀ ଡାନିଶ୍ । ଡାନିଶଙ୍କୁ ଶ୍ରୀନଗରରୁ ଗିରଫ କରାଯାଇଛି । ଡାନିଶ ଆତଙ୍କବାଦୀ ଆକ୍ରମଣ କରିବାରେ ଉମରକୁ ବୈଷୟିକ ସାହାଯ୍ୟ ଯୋଗାଇ ଦେଇଥିଲା ବୋଲି ଯାଞ୍ଚ ବେଳେ ଏନଆଇଏ ଜାଣିବାକୁ ପାଇଛି । 
ଲାଲକିଲ୍ଲା ଆକ୍ରମଣ ପୂର୍ବରୁ ଡ୍ରୋନକୁ ମୋଡିଫାଇଡ୍ କରି ଏବଂ ରକେଟ ନିର୍ମାଣ ଲାଗି ଉଦ୍ୟମ କରିଥିଲା ଡାନିଶ। ଏହି ଆକ୍ରମଣର ସେ ଅନ୍ୟତମ ପ୍ରମୁଖ ସହଯୋଗୀ ବୋଲି ଏନଆଇଏ ସୂତ୍ରରୁ ଜଣାପଡ଼ିଛି । ପୂର୍ବରୁ ଏନଆଇଏ ଅମିର ରଶିଦ ଅଲି ନାମକ ଅଭିଯୁକ୍ତକୁ ଗିରଫ କରିଥିଲା ।
ସେପଟେ ଦିଲ୍ଲୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି । LNJP ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି ।
•    ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣ ଘଟଣା
•    ଆଉ ଜଣଙ୍କୁ ଗିରଫ କଲା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି
•    ଆତ୍ମଘାତୀ ବିସ୍ଫୋରଣକାରୀ ଉମର ନବିର ପ୍ରମୁଖ ସହଯୋଗୀ ଗିରଫ
•    ଜଶିର ବିଲାଲ ୱାନୀ ଓରଫ ଡାନିଶ ଶ୍ରୀନଗରରୁ ଗିରଫ
•    ଉମରକୁ ବୈଷୟିକ ସାହାଯ୍ୟ ଯୋଗାଇ ଦେଇଥିଲା ଡାନିସ
•    ଦିଲ୍ଲୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି
•    LNJP ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ

Advertisment
Delhi Blast
Advertisment
Related Articles
Advertisment