Advertisment

Daily Horoscope 18th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ –  ପୁରୁଣା ରୋଗରୁ ଆରୋଗ୍ୟ ଲାଭ କରିବେ । ବନ୍ଧୁଙ୍କ ସହ କଥାବାର୍ତାରେ ଭଲ ପରାମର୍ଶ ପାଇବେ । ଦାମ୍ପତ୍ୟ ଜୀବନ ସଜାଡିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ । ଖଣିଜ , ଧାତବ ଦ୍ରବ୍ୟ ,ଖାଦ୍ୟଦ୍ରବ୍ୟାଦି ବ୍ୟବସାୟରୁ ଲାଭ ମିଳିବ ।

author-image
Deepak Acharya

ମେଷ
ଅଶ୍ୱନୀ –  ପୁରୁଣା ରୋଗରୁ ଆରୋଗ୍ୟ ଲାଭ କରିବେ । ବନ୍ଧୁଙ୍କ ସହ କଥାବାର୍ତାରେ ଭଲ ପରାମର୍ଶ ପାଇବେ । ଦାମ୍ପତ୍ୟ ଜୀବନ ସଜାଡିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ । ଖଣିଜ , ଧାତବ ଦ୍ରବ୍ୟ ,ଖାଦ୍ୟଦ୍ରବ୍ୟାଦି ବ୍ୟବସାୟରୁ ଲାଭ ମିଳିବ ।
ଦ୍ୱିଜା –   ଦକ୍ଷତା ପାଇଁ ପ୍ରଂଶସିତ ହେଲେ ମଧ୍ୟ ପଦୋନ୍ନତି ମିଳି ନପାରେ । ସାମାଜିକ ଗଣ ମାଧ୍ୟମରେ ଦୀର୍ଘଦୀନ ଧରି ରହିବେ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ । 
କୃତିକା –  ବିଦ୍ୟାର୍ଥୀ  କୈାଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ମହିଳା ମାନଙ୍କର ଜୀବନ ସୁଖ ସନ୍ତୋଷରେ କଟିବ । ରାଜନିତିଜ୍ଞ ମାନେ ବାସ୍ତବତା ହୃଦୟଙ୍ଗମ କରି ଦରଦ୍ର ଜନତାଙ୍କ ସେବା କରିବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ 
ବୃଷ-
କୃତିକା- ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିବେ । ନିଜ ପରିବାରକୁ ଅଧିକ ସମୟ ଦେବା ସହିତ ହସ ଖୁସିରେ ସମୟ କାଟିବେ । ପ୍ରେମ ସମ୍ପର୍କକୁ ଦୃଢ କରିବେ ।
ରୋହିଣୀ - ସମ୍ପତି କ୍ରୟ କରିବାର ସୁଯୋଗ ପାଇବେ ।  ବିଦ୍ୟାର୍ଥୀ  କୈାଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ବାଦବିବାଦ କ୍ଷେତ୍ରରେ ବିଜୟୀ ହେବେ ମୃଗଶିରା- ମହିଳା ମାନେ ସୁଖଭାଗିନୀ ହେବେ । କର୍ତୁପକ୍ଷ ଆପଣଙ୍କୁ କୈାଣସି ବଡ ଦାୟିତ୍ୱ ଦେବେ । କୈାଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ । ଦୀର୍ଘଦିନର ଆଶା ପୂରଣ ହୋଇପାରେ
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ
ମୃଗଶିରା  -  ପରିସ୍ରା ଜନିତ ରୋଗ ଦେଖା ଦେଇପାରେ । ଆପଣଙ୍କ ଆର୍ଥୀକ ସ୍ଥିତି ସୁଦୃଢ ରହିବ ।  ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ । ଉତମ ବୁଝାବଣା ମାଧ୍ୟମରେ ପରିବାରିକ ଜୀବନ ମଧୁମୟ ରହିବ ।
ଆଦ୍ରା -  ସନ୍ତାନ ମାନଙ୍କର ସଫଳତା ଯୋଗୁଁ ମାନସିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ନୂଆ ଶାଖା ଖୋଲିବା ପାଇଁ ଚେଷ୍ଟା କରିବେ । କର୍ମଚାରୀ ମାନେ ପରିଶ୍ରମର ଫଳ ପ୍ରାପ୍ତ କରିବେ । 
ପୁନର୍ବସୁ –  ଶିକ୍ଷାକ୍ଷେତ୍ରରେ ଉନ୍ନତି କରିବା ସହିତ ସାସ୍କୃତିକ କାର୍ଯ୍ୟରେ ଲୋକ ପ୍ରିୟତା ଅର୍ଜନ କରିବେ । ସାମାଜିକ ସଂସାର କାମରେ ସହଯୋଗ କରିବେ । ଗୃହସୀମା ବିବାଦ ଦେଖାଦେଇ ପାରେ । ମହିଳା ମାନଙ୍କର ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ହେତୁକ ମନ ଉଦ୍‌ବିଗ୍ନ ରହିବ । 
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
କର୍କଟ-
ପୁନର୍ବସୁ- ହଜମ ଜନୀତ ସମସ୍ୟା ସାମାନ୍ୟ ଦେଖା ଦେଇପାରେ । ପରିବହନ ଓ ଖାଦ୍ୟ ପଦାର୍ଥକୁ ନେଇ ବ୍ୟବସାୟରେ ନିଜ ଆଶାନୁରୂପକ ବ୍ୟବସାୟ କରିବେ । ମାନସିକ ଚାପ ସତ୍ୱେ ପରିବାରର ସବୁ କର୍ଯ୍ୟ ସୁଚାରୁରୂପେ ତୁଲାଇବେ ।
ପୁଷ୍ୟା- ବିବାହ ଆଶାୟୀ ଯୁବକ ଯୁବତୀ ମାନେ ବିବାହ ବଦ୍ଧନରେ ଆବଦ୍ଧ ହୋଇପାରନ୍ତି । ଆୟର ଉତ୍ସ ବୃଦ୍ଧି ପାଇବା ସହ ସମ୍ପତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । କଠିନ ପରିଶ୍ରମ କରୁଥିବା ଛାତ୍ରମାନଙ୍କ ଆଶା ଶେଷରେ ପୂରଣ ହେବ ।
ଅଶ୍ଳେଷା- ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ । ମହିଳା ମାନଙ୍କର ମିଷ୍ଠାନ ଲାଭରୁ ମନ ଖୁସିରହିବ । ଆଧାତ୍ମିକ ଜୀବନ ବିତାଇ ପାରନ୍ତି ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ
ମଘା –  ଶ୍ୱାସ ଓ ହୃଦ ରୋଗୀ ମାନେ ବିଶେଷ ସତର୍କତା ରହିବା ଦରକାର୍ । ଏଭଳି ବ୍ୟକ୍ତିଙ୍କ ସହ ମିଶିବେ, ଯିଏ ଆପଣଙ୍କ ନୂଆ କାମରେ ସାହାର‌୍ୟ୍ୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ଫଳରେ ବ୍ୟବସାୟରେ ପରିବର୍ତନ କରିବାର ଇଚ୍ଛା ହେବ ।
ପୂ , ଫାଲଗୁନୀ -  ଅଫିସ୍ କାମ କରିବା ବେଳେ ମନକୁ ବିଭିନ୍ନ ପ୍ରକାର ଯୋଜନା ଆସିବ । ସାମାଜିକ ସ୍ଥିତି ବଜାୟ ରହିବ । ରାଜନୀତିଜ୍ଞ ମାନେ ଉଭୟ ସଂଗଠନ ଓ ଶାସନ କ୍ଷେତ୍ରରେ ସ୍ଥିତି ସାମାନ୍ୟ ଉନ୍ନତ ହେବ । ପରୀକ୍ଷାରେ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ ।
ଉ ,ଫାଲଗୁନୀ – ଆୟନ୍ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରଦେବ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ ।  ବୈଜ୍ଞାନିକ ମାନେ ଗବେଷଣା କ୍ଷେତ୍ରରେ ଦୃତ ଅଗ୍ରଗତି କରିବେ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – କୁଳ ଦେବତାଙ୍କ ପୂଜା କରନ୍ତୁ
କନ୍ୟା-
ଉ- ଫାଲ୍‌ଗୁନୀ- ଭାଗୀଦାରୀ ବ୍ୟବସାୟୀଙ୍କ ସହ ସମନ୍ୱୟ ଭଲ ରହିବ । ମାର୍କେଟିଂ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ ।  ସମସ୍ତ ପରିବାର ସଦର୍ସ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ନିଜ ବାଲ୍ୟ ବନ୍ଧୁଙ୍କୁ ବିବାହ ପ୍ରସ୍ତାବ ଦେଇପାରନ୍ତି ।
ହସ୍ତା- ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ  ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ ।  ବିଦେଶରେ ରହି ପଢିବାର ସ୍ୱପ୍ନ ପୂରଣ ହୋଇପାରେ । ଅନ୍ୟର ସାହାଯ୍ୟ ସମର୍ଥନରେ ଲକ୍ଷହାସଲ କରିପାରିବେ ।
ଚିତ୍ରା- ଧାର୍ମିକ ଭାବନାରେ ଶାନ୍ତି ପାଇବେ ଓ ଆତ୍ମ ବିଶ୍ୱାସ ବଢିପାରେ । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ । ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର -  ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
ତୁଳା -
ଚିତ୍ରା –  ଦୁର୍ଘଟଣାଦି ମନରେ ଭୟ ରହିବ ।  ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ । ଦୂରେଇ ଚାଲି ଯାଇଥିବା ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ । ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ ।
ସ୍ୱାତୀ –  କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ ।  ଶିକ୍ଷା କ୍ଷେତ୍ରରେ ଉଚ୍ଚ ଶ୍ରେଣୀ ପାଇବା ସହ ବିଦ୍ୟାର୍ଥି ମାନେ ନିଜ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇବେ । 
ବିଶାଖା –  ଖେଳାଳି ମାନେ ପରିଶ୍ରମ କରି କୃତିତ୍ୱ ହାସଲ କରିବେ । ଆୟନୀର ଆଶ୍ରୟ ନେଇ ପାରନ୍ତି । ମହିଳା ମାନେ ନିଜ ହାତ ପାହାନ୍ତାରେ ଥିବା ସୁଯୋଗ ହରାଇ ପାରନ୍ତି । ବିଭିନ୍ନ ଦିଗରୁ ଆଶାତୀତ  ଫଳ ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶନିଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
ବିଛା-
ବିଶାଖା- ଆପଣଙ୍କର ଭାଗ୍ୟ ଆପଣଙ୍କ ସହିତ ରହିବ ଏବଂ କମ୍ ପରିଶ୍ରମ ସତ୍ତ୍ୱେ ଅନୁକୂଳ ଫଳାଫଳ ପାଇବେ । ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ସମନ୍ୱୟ ବିଘ୍ନ ଆଣିପାରେ କିନ୍ତୁ ପରିସ୍ଥିତି ଧୀରେ ଧୀରେ ଭଲ ରହିବ ।  
ଅନୁରାଧା- ସ୍ଥାବର ଅସ୍ଥାବର ସମ୍ପତିର ମାଲିକାନା ପାଇପାରନ୍ତି । ଶିକ୍ଷା ସହ ଜଡିତ କିଛି ଅସୁବିଧା ସାମ୍ନା କରିବାକୁ ପଡିପାରେ । ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିବେ । 
ଜ୍ୟୋଷ୍ଠା- ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । ଜମି , ଦଲାଲ୍‌ଙ୍କୁ ଯଥେଷ୍ଟ ଲାଭ  ମିଳିବ ।  ସଫଳତା ପାଇଁ ପ୍ରୟାସ ଜାରି ରଖନ୍ତୁ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ
ମୂଳା –   ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ । ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଅଧିକ ଖର୍ଚ୍ଚ ହୋଇପାରେ । ଅନେକ ସମସ୍ୟାର ସମାଧାନ ହୋଇଯିବ । ବଜାରରେ ଦୃତ ପରିବର୍ତନ ସହ ବ୍ୟବସାୟୀ ମାନେ ଆଗକୁ ଆଗେଇବେ ।
ପୂ , ଷାଢା –  କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ । ଶିକ୍ଷାର୍ଥୀ ମାନେ ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ଅବସର ପାଇବେ । ବୈଜ୍ଞାନିକ ମାନେ ନୂତନ ତଥ୍ୟ ହାସଲରେ ଚେଷ୍ଟିତ ରହିବେ ।
ଉ , ଷାଢା – କୋର୍ଟର ନିଷ୍ପତି ଆପଣଙ୍କ ପକ୍ଷରେ ହେବ । ମହିଳା ମାନଙ୍କର ଦିନଟି ଶୁଭ ରହିବ । ସରକାରୀ କ୍ଷେତ୍ରରେ ସମ୍ମାନ ଜନକ କାର୍ଯ୍ୟ କରି ବିଦେଶ ଯାତ୍ରା କରିପାରନ୍ତି । ସଙ୍ଗୀତକାର ମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିପାରେ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ପାଠ କରନ୍ତୁ
ମକର
ଉ, ଷାଢା- ଆପଣଙ୍କୁ ନିରନ୍ତର ଭାବରେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ସରକାରଙ୍କ ତରଫରୁ  ଆପଣଙ୍କୁ ବ୍ୟବସାୟ କରିବାର ସୁଯୋଗ ମିଳିପାରେ । ପାରିବାରିକ ଜୀବନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । 
ଶ୍ରବଣା- ଆପଣ ଦୀର୍ଘ ସମୟରୁ ବିନିଯୋଗ କରିଥିବା ଅର୍ଥର ଲାଭାଂଶ ପାଇବେ । ବିଦ୍ୟାର୍ଥୀ ମାନେ ଉତମ ଫଳ ପାଇବେ । ଔଷଧ ବ୍ୟବସାୟୀଙ୍କୁ ଭଲ ଲାଭ ହେବ । ରାଜନୀତିରେ ଆଗକୁ ଯିବେ ।
ଧନିଷ୍ଠା- ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି । ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ । ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ । ମନୋରଞନ କାର୍ଯ୍ୟରେ ଅଶାନ୍ତି ଉପୁଜିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ
ଧନିଷ୍ଠା –  ଜୀବନ ଶୈଳୀରେ ସାବଧାନତା ଅବଲମ୍ବନ କଲେ ସବୁ ପୁରୁଣା ରୋଗରୁ ମୁକ୍ତି ମିଳିବ ।  ପରିବାରରେ ହସଖୁ୍‌ସିର ବାତାବରଣ ଖେଳିଯିବ । ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ । 
ଶତଭିଷା –  ଶିକ୍ଷାରେ ଉତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ ।  ବଡ କଂପାନିରୁ ଚାକିରି ପାଇଁ ଡାକରା ଆସିବ । ସାମାଜିକ କାର‌୍ୟ୍ୟରେ ଭାଗନେଇ ଗଠନ ମୂଳକ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ।
ପୂ , ଭାଦ୍ରପଦ  – ନିର୍ବାଚନ କ୍ଷେତ୍ରରେ ଶତୃମାନଙ୍କୁ ମୁକାବିଲା କରି ପାରିବେ ।  ସମ୍ପତି ବଢାଇବାର ଯୋଜନା ସଫଳ ହେବ । ମହିଳା ମାନେ ଅଳ୍ପ ପ୍ରୟାସରେ  କାମ ପୂର୍ଣ୍ଣ କରିବେ 
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ
ମୀନ
ପୂ, ଭାଦ୍ରପଦ- ଯାନବାହନରୁ ପତନର ଯୋଗ ରହିଅଛି । ଚାକିରୀ କ୍ଷେତ୍ରରେ ଭଲ ବେତନ ପାଇବେ । ଜୀବନସାଥୀଙ୍କ ମଧ୍ୟରେ ସାମାନ୍ୟ ତିକ୍ତତା ଦେଖା ଦେଇପାରେ ।  ପରିବାରରେ ଆପଣଙ୍କ ଗୁରୁତ୍ୱ ବୃଦ୍ଧି ପାଇବ ।
ଉ, ଭାଦ୍ରପଦ- ସମ୍ପତି ବାଡିକୁ ନେଇ ସାମାନ୍ୟ  ଚିନ୍ତା ଦେଖାଦେଇପାରେ । କ୍ୟାରିୟରକୁ ନେଇ ଗର୍ବିତ ଅନୁଭବ କରିବେ । ସମାନ ବିଚାର ଧାରା ଲୋକଙ୍କ ସହିତ  ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି ।
ରେବତୀ- ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ଧୈର୍ଯ୍ୟର ସହିତ ସବୁ କାର୍ଯ୍ୟକୁ ସମାଧାନ କରିପାରିବେ । ନାନା ଭାବନା ଓ ଦ୍ୱିଧାଭାବ ଭିତରେ ଗତି କରି ପାରନ୍ତି । ପ୍ରତିଷ୍ଠିତ ଲୋକଙ୍କ ସହିତ ସୁସଂପର୍କ ସ୍ଥାପନ ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଓଁ ବୃଂ ବୃହସ୍ପତୟେ ନମଃ ଜପ କରନ୍ତୁ

Advertisment
Horoscope
Advertisment
Related Articles
Advertisment